ETV Bharat / jagte-raho

ବ୍ଲାକ ପଲସର ଆତଙ୍କ, ବାଇକ ଡିକି ଭାଙ୍ଗି ଲୁଟିନେଲେ ଲକ୍ଷେ

ବାଇକ ଡିକି ଭାଙ୍ଗି ଜଣେ ଠିକାଦାରଙ୍କ ଲକ୍ଷେ ଟଙ୍କା ଲୁଟିନେଲେ ଲୁଟେରା । ମୟୂରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନା ଅନ୍ତର୍ଗତ ବଡ଼ବଜାର ନିକଟରେ ଘଟିଛି ଘଟଣା । ଅଧିକ ପଢନ୍ତୁ..

ବ୍ଲାକ ପଲସର ଆତଙ୍କ, ବାଇକ ଡିକି ଭାଙ୍ଗି ଲୁଟିନେଲେ ଲକ୍ଷେ
ବ୍ଲାକ ପଲସର ଆତଙ୍କ, ବାଇକ ଡିକି ଭାଙ୍ଗି ଲୁଟିନେଲେ ଲକ୍ଷେ
author img

By

Published : Nov 23, 2020, 7:09 PM IST

ବାରିପଦା: ପୁଣି ବ୍ଲାକ ପଲସର ଆତଙ୍କ । ମୟୂରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନା ଅନ୍ତର୍ଗତ ବଡ଼ବଜାର ଶିତଲା ମନ୍ଦିର ନିକଟରୁ ଜଣେ ଠିକାଦାରଙ୍କ ବାଇକ ଡିକି ଭାଙ୍ଗି ୧ ଲକ୍ଷ ଟଙ୍କା ଲୁଟ ଅଭିଯୋଗ ।

ବ୍ଲାକ ପଲସର ଆତଙ୍କ, ବାଇକ ଡିକି ଭାଙ୍ଗି ଲୁଟିନେଲେ ଲକ୍ଷେ

ସୂଚନାନୁଯାୟୀ, ବାରିପଦା ସହର ୧୭ ନମ୍ବର ୱାର୍ଡ ର ଜୀବନ କୁମାର ଦଣ୍ଡପାଟ(୫୨) ସୋମବାର ବ୍ୟାଙ୍କ ଅଫ ଇଣ୍ଡିଆ ମୁଖ୍ୟ ଶାଖାରୁ ୧ ଲକ୍ଷ ଟଙ୍କା ଉଠାଇଥିଲେ । ଟଙ୍କା ବାଇକ ଡିକିରେ ରଖି ସେ ବଡ଼ ବଜାରରେ ଥିବା ଏକ କମ୍ପ୍ୟୁଟର ଦୋକାନକୁ ଟେଣ୍ଡର ପେପର ପକାଇବା ପାଇଁ ଯାଇଥିଲେ । ସେ ଦୋକାନ ଭିତରକୁ ଯିବାବେଳେ ମାତ୍ର କିଛି ସମୟ ମଧ୍ୟରେ ମୁଖା ପିନ୍ଧିଥିବା ଜଣେ ଅଜଣା ବ୍ୟକ୍ତି ବାଇକ ଡିକି ଭାଙ୍ଗି ସେଥିରେ ଏକ ବ୍ୟାଗରେ ଥିବା ଟଙ୍କା ଧରି ଚମ୍ପଟ ମାରିଥିଲା ।

ପୂର୍ବରୁ ପାଖରେ ଆଉ ଜଣେ ଏକ କଳା ରଙ୍ଗର ପଲସର ଷ୍ଟାର୍ଟ କରି ଛିଡା ହୋଇଥିବା କହିଛନ୍ତି ଦଣ୍ଡପାଟ । ତେବେ ଲୁଟେରାମାନେ ଟାଉନ ଥାନା ସସମ୍ମୁଖ ରାସ୍ତା ଦେଇ ଅମ୍ବିକା ମନ୍ଦିର ଦିଗରେ ପଳେଇ ଥିବା ଜଣାପଡିଛି । ଏନେଇ ସେ ବାରିପଦା ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ଟାଉନ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.