ଜଗତସିଂହପୁର: ପାରାଦୀପ କୁମ୍ଭୀର ପାର୍କ ନିକଟରେ ଦୁର୍ବୁତ୍ତମାନେ ଭୁଜାଲିରେ ଆକ୍ରମଣ କରି 50ହଜାର ଟଙ୍କା ଲୁଟ୍ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ।
ପାରାଦୀପ ସ୍ଥିତ ଦୀପ୍ ଅୟଲ ପେଟ୍ରୋଲ ପମ୍ପ ମ୍ୟାନେଜର ପ୍ରଶାନ୍ତ କୁମାର ବିଶ୍ବାଳ ତାଙ୍କ ପୁଅ ସହିତ ଏକ ମୋଟର ସାଇକେଲରେ 50 ହଜାର ଟଙ୍କା ବ୍ୟାଙ୍କରେ ଜମା କରିବା ପାଇଁ ଯାଉଥିବା ସମୟରେ 3ଟି ମୋଟର ସାଇକେଲରେ 5ଜଣ ଦୁର୍ବୃତ୍ତ କୁମ୍ଭୀର ପାର୍କ ନିକଟରେ ପ୍ରଶାନ୍ତଙ୍କୁ ଅଟକାଇ ଭୁଜାଲିରେ ଆକ୍ରମଣ କରି ଟଙ୍କା ଲୁଟ୍ କରି ଫେରାର ହୋଇ ଯାଇଛନ୍ତି ।
ଭୁଜାଲି ଆକ୍ରମଣରେ ପ୍ରଶାନ୍ତ ଗୁରୁତର ଅବସ୍ଥାରେ ଅଠରବାଙ୍କି ମେଡ଼ିକାଲରେ ଭର୍ତ୍ତି ହୋଇଥିବା ବେଳେ ପାରାଦୀପ ଆଦର୍ଶ ଥାନା ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ