କୋରାପୁଟ: ଗୁଣିଆ ସନ୍ଦେହରେ ହତ୍ୟା ଅଭିଯୋଗ । ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ କୁମ୍ଭାରୀପୁଟ ନିକଟ ଜାଗୁଗୁଡା ଗାଁରେ ସାଲା ହାରେକା ନାମକ ଜଣେ 45 ବର୍ଷୀୟ ବ୍ୟକ୍ତିଙ୍କୁ ଗୁଣିଆ ସନ୍ଦେହରେ ସେହି ଗ୍ରାମର ଶନି ହାରେକା ହତ୍ୟା କରିଥିବା ଅଭିଯୋଗ ହୋଇଛି ।
ସାଲା ହାରେକାଙ୍କ ପତ୍ନୀଙ୍କ ଅଭିଯୋଗ କ୍ରମେ ବନ୍ଧୁଗାଁ ପୋଲିସ ଶନି ହାରେକାକୁ ଅଟକ ରଖି ପଚରାଉଚୁରା କରୁଛି । କୋରାପୁଟରୁ ଫରେନସିକ ଟିମ ଘଟଣାସ୍ଥଳରେ ପହଞ୍ଚି ସବିଶେଷ ତଦନ୍ତ ଜାରି ରଖିଛି ବୋଲି ପୋଲିସ ସୂତ୍ରରୁ ପ୍ରକାଶ ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ