ETV Bharat / jagte-raho

ଓଏଚଆରସିରେ ପଡିରହିଛି ହଜାର ହଜାର ମାମଲା, ହେଉନି ନୋଟିସ୍‌ - corona epidemic

କୋରୋନା କାଳରେ ଓଏଚଆରସିରେ ପଡିରହିଛି ହଜାର ହଜାର ମାମଲା । ହେଉନି ନୋଟିସ । ଅସନ୍ତୋଷ ପ୍ରକାଶ କରୁଛନ୍ତି ଅଭିଯୋଗକାରୀ । ଅଧିକ ପଢନ୍ତୁ...

ଓଏଚଆରସିରେ ପଡିରହିଛି ହଜାର ହଜାର ମାମଲା, ହେଉନି ନୋଟିସ୍‌

author img

By

Published : Sep 4, 2020, 5:41 PM IST

ଭୁବନେଶ୍ବର: ଲକ୍‌ଡାଉନ ପରେ ଶୀଥିଳ ହୋଇଯାଇଛି ରାଜ୍ୟ ମାନବାଧିକାର ଆୟୋଗ । ପଡିରହିଛି ହଜାର ହଜାର ମାମଲା । ଅଭିଯୁକ୍ତଙ୍କୁ ହେଉନି ନୋଟିସ । ଅସନ୍ତୋଷ ପ୍ରକାଶ କରୁଛନ୍ତି ଅଭିଯୋଗକାରୀ । ଲକଡାଉନ ସମୟରେ ଅକଥନୀୟ ଅତ୍ୟାଚାର ତଥା ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି ସାଧାରଣ ଲୋକେ । ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ, ଦାଦାଗିରି ତଥା ସରକାରୀ ଅର୍ଥର ହରିଲୁଟ ଓ କୋଭିଡ୍‌ ରୋଗୀଙ୍କୁ ସଠିକ୍‌ ଚିକିତ୍ସା ଯୋଗାଇ ନଦେବା ଭଳି ଅନେକ ମାମଲା ଆୟୋଗ ନିକଟରେ ପଡିରହିଛି ।

ଓଏଚଆରସିରେ ପଡିରହିଛି ହଜାର ହଜାର ମାମଲା, ହେଉନି ନୋଟିସ୍‌

ଲକଡାଉନ ପାଇଁ ଅଧିକାଂଶ ସରକାରୀ କାର୍ଯ୍ୟାଳୟ ବନ୍ଦ ଥିବାବେଳେ ଜୁନ ମାସରୁ ଓଏଚଆରସି କାର୍ଯ୍ୟକ୍ଷମ ହେଉଛି । ଆଉ ଜୁନ ମାସରୁ ଅଗଷ୍ଟ ଶେଷ ପର୍ଯ୍ୟନ୍ତ ପାଖାପାଖି 800ରୁ ଅଧିକ ମାମଲା ରୁଜୁ ହୋଇଛି । ହେଲେ ମାତ୍ର 38ଟି ମାମଲାରେ ଆୟୋଗ ନୋଟିସ କରିଥିବାବେଳେ ସବୁ ମାମଲା ପଡିରହିଛି । ଅଭିଯୋଗକାରୀ ବାରମ୍ବାର କାର୍ଯ୍ୟାଳୟକୁ ନ୍ୟାୟ ପାଇଁ ଆସୁଥିଲେ ବି ଖାଲି ହାତରେ ଫେରିବାକୁ ପଡୁଛି ।

ତେବେ ଖାଲି ଲକଡାଉନ ପରେ ନୁହେଁ ଏହି ସମୟରେ ମଧ୍ୟ ଅନେକ ମାମଲା ପଡିରହିଛି । ତଥ୍ୟ ଅନୁସାରେ, 2020 ଫେବୃଆରୀ ମାସରେ ସମୁଦାୟ 13752ଟି ମାମଲା ପଡିରହିଥିଲା । ତେବେ ମାର୍ଚ୍ଚ ମାସରେ 215ଟି ମାମଲା ହୋଇଥିବାବେଳେ ସମୁଦାୟ ମାମଲାର 222ଟିରେ ଫୈସଲା କରାଯାଇଥିଲା । ଫଳରେ 13745ଟି ମାମଲା ରହିଥିଲା । ହେଲେ ଏପ୍ରିଲରେ 74ଟି ମାମଲା ରୁଜୁ ହେବା ସହ ମାତ୍ର 8ଟି ମାମଲାର ଫୈସଲା ହୋଇଥିଲା । 13811ଟି ମାମଲା ପେଣ୍ଡିଂ ପଡିଥିଲା । ସେହିପରି ମେ’ ମାସରେ 251ଟି ମାମଲା ରୁଜୁ ହୋଇଥିବାବେଳେ ମୋଟ 51ଟି ମାମଲାର ଫୈସଲା କରାଯାଇଛି । ଫଳରେ ମେ ମାସ ଶେଷ ସୁଦ୍ଧା 14011ଟି ମାମଲା ପଡିରହିଥିଲା । ଯାହା ଏବେ ବଢିଥିବା କୁହାଯାଉଛି ।

ଓଏଚଆରସିରେ ମାମଲାର ଶୁଣାଣି ହୋଇପାରୁନଥିବାବେଳେ ଲୋକାୟୁକ୍ତ କମିଶନ ଓ ରାଜ୍ୟ ସୂଚନା କମିଶନରେ ଶୁଣାଣି ଶୀଘ୍ର ଶେଷ ହେଉଥିବା କୁହାଯାଉଛି । ପ୍ରତିଦିନ ପାଖାପାଖି 50ରୁ ଅଧିକ ମାମଲାର ଶୁଣାଣି ହେଉଥିବାବେଳେ ଫୈସଲା ମଧ୍ୟ କରାଯାଉଛି । ହେଲେ ରାଜ୍ୟ ମାନବାଧିକାର ଆୟୋଗରେ କଣ ପାଇଁ ବିଳମ୍ବ ହେଉଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।

ସୂଚନାଥାଉକି, ରାଜ୍ୟ ମାନବାଧିକାର ଆୟୋଗରେ ଅଧ୍ୟକ୍ଷଙ୍କୁ ମିଶାଇ ଦୁଇ ଜଣ କମିଶନର ଅଛନ୍ତି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.