ETV Bharat / jagte-raho

ଏନକାଉଣ୍ଟର ପଛର ଅଦେଖା ସତ, କେମିତି ବାଜୁଛି ଆଣ୍ଠୁତଳେ ଗୁଳି ? - ଆଣ୍ଠୁତଳେ ଗୁଳି

ରାଜଧାନୀରେ କିଛି ଦିନ ଧରି ଚାଲିଥିଲା ଏନକାଉଣ୍ଟର । ମୁହାଁମୁହିଁ ହେଉଥିଲେ ଲୁଟେରା ଓ ପୋଲିସ। ଲୁଟେରାଙ୍କ ଗୁଳିର ଜବାବ ଦେଉଥିଲା କମିସନରେଟ ପୋଲିସ।ହେଲେ ପ୍ରଶ୍ନ ଉଠୁଛି କଣ ଏପରି ସ୍ଥିତି ଉପୁଜିଥିଲା ଯାହା ପାଇଁ ଲୁଟେରାଙ୍କୁ କାବୁ କରିବା ପରିବର୍ତ୍ତେ ଗୁଳି କରିବାକୁ ବାଧ୍ୟ ହୋଇଥିଲା କମିସନରେଟ ପୋଲିସ। ଆଉ କେମିତି ବାଜୁଛି ଆଣ୍ଠୁତଳେ ଗୁଳି ?

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Aug 7, 2019, 3:55 PM IST

ଭୁବନେଶ୍ବର: ରାଜଧାନୀରେ କିଛି ଦିନ ଧରି ଚାଲିଥିଲା ଏନକାଉଣ୍ଟର । ମୁହାଁମୁହିଁ ହେଉଥିଲେ ଲୁଟେରା ଓ ପୋଲିସ। ଲୁଟେରାଙ୍କ ଗୁଳିର ଜବାବ ଦେଉଥିଲା କମିସନରେଟ ପୋଲିସ। ଗୁଳିର ଜବାବରେ ଗୁଳି ଖାଉଥିଲେ ହାର୍ଡକୋର ଅପରାଧୀ। ରାଜଧାନୀର ରଙ୍ଗବଜାର, ଚିଲ୍ଲିପୋଖରି ଓ ଭରତପୁରରେ ଏନକାଉଣ୍ଟର ହୋଇଥିଲେ 5 ଅପରାଧୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ହେଲେ ପ୍ରଶ୍ନ ଉଠୁଛି କଣ ଏପରି ସ୍ଥିତି ଉପୁଜିଥିଲା ଯାହା ପାଇଁ ଲୁଟେରାଙ୍କୁ କାବୁ କରିବା ପରିବର୍ତ୍ତେ ଗୁଳି କରିବାକୁ ବାଧ୍ୟ ହୋଇଥିଲା କମିସନରେଟ ପୋଲିସ। କଣ ଅପରାଧୀ ଆଗୁଆ ଗୁଳି କରିଥିଲେ, ଯାହାର ଜବାବ ଦେବାକୁ ପାଲଟା ପୋଲିସ କରିଥିଲା ଫାୟାରିଂ । କଣ ସେଠାରେ ଲୁଟେରା ବାହାରେ ବୁଲୁଥିଲେ ଓ ପୋଲିସ ଆସିବା ପରେ ସେମାନେ ଫାୟାରିଂ କରିଥିଲେ । ସେଠାକାର ସ୍ଥିତି ଥିଲା କିପରି, ଯାହା ଏନକାଉଣ୍ଟର କରିବା ଭଳି ସ୍ଥିତି ଉପୁଯିଥିଲା।

ଲୁଟେରା କାର ବାହାରେ ଥାଇ ପୋଲିସକୁ ଗୁଳି କରିଥିଲେ ନା ଭିତରେ। ଯଦି ବାହାରେ ଥିଲେ କଣ ନିଜକୁ ସୁରକ୍ଷା ପାଇଁ କାର ଭିତରକୁ ଯାଇନଥିଲେ। ଯଦି କାର ଭିତରେ ଥିଲେ ଅପରାଧୀଙ୍କ ଗୋଡରେ କେମିତି ବାଜିଲା ଗୁଳି। ତେବେ ଘଟଣା ସ୍ଥଳରୁ ମିଳିଥିବା କାରର ସିଟ ମୁଭିଂରେ ଥିବାବେଳେ ଗାଡିର କାଚରେ ଗୁଳି ବାଜି ଚୁନା ହୋଇଥିବା ଦେଖିବାକୁ ମିଳିଥିଲା। ହୁଏତ ଅପରାଧୀ ଗାଡି ଭିତରେ ଶୋଇଥିବ, ନଚେତ ଗାଡି ଭିତରେ ଥିବା ଅବସ୍ଥାରେ ଗୁଳିମାଡ ହୋଇଛି। ଯଦି ସେପରି ହୋଇଥାଏ ଗୋଡରେ କେମିତି ବାଜିଛି ଗୁଳି। କାର ଭିତରେ ଥିବା ସମୟରେ ଗୋଡ ତଳକୁ ଥାଏ । ତେଣୁ ଗୁଳି ମାଡ ସମୟରେ ବାଧକ ସୃଷ୍ଟି ହେଲାନି କେମିତି। ଅନ୍ୟପଟେ ଯଦି ବାହାରେ ଗୁଳି ହୋଇଛି ତାହାଲେ କାର ପାଖରେ ଗୁଳିର ଖୋକା ମିଳିଲା କିପରି।

ସ୍ପଟ୍‌ର ବିଭିନ୍ନ ଦୃଷ୍ଟିକୋଣରୁ ଏମିତି ଅନେକ ସନ୍ଦେହ ସୃଷ୍ଟି ହେଉଛି। କେବଳ ଚିଲ୍ଲିପୋଖରି ଏନକାଉଣ୍ଟରରେ ଲୁଟେରା କାର ବ୍ୟବହାର କରିନଥିବା ବେଳେ ସେଠାକାର ଏନକାଉଣ୍ଟରକୁ ଛାଡିଲେ ଅନ୍ୟ ସବୁ ଏନକାଉଣ୍ଟର କୌଣସି ସଠିକ ତଥ୍ୟ କମିସନରେଟ ପୋଲିସ ପକ୍ଷରୁ ଏଯାଏ ମିଳିନି। ତେବେ ଏନକାଉଣ୍ଟରର ୫ଦିନ ପରେ ବି ୫ ଅପରାଧୀଙ୍କ ସଠିକ ତଥ୍ୟ ଦେବାକୁ ପଛଘୁଞ୍ଚା ଦେଇଛି କମିସନରେଟ ପୋଲିସ। ସେପଟେ ଖୁବଶିଘ୍ର ଏନେଇ ତଥ୍ୟର ଖୁଲାସା କରିବାକୁ ଏକ ପ୍ରେସମିଟର ଯୋଜନା କରୁଥିବା କମିସନରେଟ ପୋଲିସ ସୂତ୍ରରୁ ସୂଚନା ମିଳିଛି।

ତେବେ ସବୁଠୁ ବଡ ପ୍ରଶ୍ନ କେମିତି ବାଜିଛି ଆଣ୍ଠୁତଳେ ଗୁଳି ? ଯାହା ଜାଣିବା ଲାଗି ସଠିକ୍‌ ତଥ୍ୟକୁ ଅପେକ୍ଷା କରିଛନ୍ତି ରାଜ୍ୟବାସୀ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ଏନକାଉଣ୍ଟର ପଛର ଅଦେଖା ସତ,
କେମିତି ବାଜୁଛି ଆଣ୍ଠୁତଳେ ଗୁଳି
Body:
ମୁହାଁମୁହିଁ ହେଉଥିଲେ ଲୁଟେରା ଓ ପୋଲିସ।ଲୁଟେରାଙ୍କ ଗୁଳିର ଜବାବ ଦେଉଥିଲା କମିସନରେଟ ପୋଲିସ।ଗୁଳିର ଜବାବବରେ ଗୁଳି ଖାଉଥିଲେ ହାର୍ଡକୋର ଅପରାଧି। ରାଜଧାନୀର ରଙ୍ଗବଜାର,ଚିଲ୍ଲିପୋଖରି ଭରତପୁର ତିନି ସ୍ଥାନର ଏନକାଉଣ୍ଟରରେ ଗୁଳି ଖାଇଥିଲେ ୫ ହାର୍ଡକୋର ଅପରାଧି।ହେଲେ ପ୍ରଶ୍ନ ଉଠୁଛି କଣ ଏପରି ସ୍ଥିତି ଉପୁଜିଥିଲା ଯାହା ଲୁଟେରାଙ୍କୁ କାବୁ ପରିବର୍ତେ ଗୁଳି କରିବାକୁ ବାଧ୍ଯ ହୋଇଥିଲା କମିସନରେଟ ପୋଲିସ।କଣ ଅପରାଧି ଆଗୁଆ ଗୁଳି କରିଥିଲେ ଯାହାର ଯବାବ ଦେବାକୁ ପାଲଟା ପୋଲିସ କରିଥିଲା ଫାୟାରିଂ।କଣ ସେଠାରେ ଲୁଟେରା ବାହାରେ ବୁଲୁଥିଲେ ପୋଲିସ ଆସିବାପରେ ସେମାନେ କରିଥିଲେ ଫାୟାରି। ସେଠାକାର ସ୍ଥିତି ଥିଲା କିପରି ଯାହା ଏନକାଉଣ୍ଟର ଭଳି ଉପୁଜିଥିଲା ପରିସ୍ଥିତି।ଲୁଟେରା କାର ବାହାରେ ଥାଇ ପୋଲିସକୁ ଗୁଳି କରିଥିଲେ ନା ଭିତରେ। ଯଦି ବାହାରେ ଥିଲେ କଣ ନିଜକୁ ସୁରକ୍ଷା ପାଇଁ କାର ଭିତରକୁ ଯାଇନଥିଲେ। ଯଦି କାର ଭିତରେ ଥିଲେ ଅପରାଧିଂକ ଗୋଡରେ କେମିତି ବାଜିଲା ଗୁଳି। ତେବେ ଘଟଣା ସ୍ଥଳରୁ ମିଳିଥିବା କାରର ସିଟ ମୁଭିଂରେ ଥିବା ବେଳେ ଗାଡିର କାଚରେ ଗୁଳି ବାଜି ଚୁନା ହୋଇଥିବା ଦେଖିବାକୁ ମିଳିଥିଲା। ହୁଏତ ଅପରାଧି ଗାଡି ଭିତରେ ଶୋଇଥିବା ନଚେତ ଗାଡି ଭିତରେ ଥିବା ଅବସ୍ଥାରେ ଗୁଳିମାଡ ହୋଇଛି। ଯଦି ସେପରି ହୋଇଥାଏ ଗୋଡରେ କେମିତି ବାଜିଛି ଗୁଳି। କାରର ଭିତରେ ଥିବା ସମୟରେ ଗୋଡ କାରର ତଳେ ଥିବା ବେଳେ ଗୁଳି ମାଡ ସମୟରେ ବାଧକ ସୃଷ୍ଟି ହେଲାନି କେମିତି। ଅନ୍ଯପଟେ ଯଦି ବାହାରେ ଗୁଳି ହୋଇଛି ତାହାଲେ କାରର ପାଖରେ ଗୁଳିର ଖୋକା ମିଳିଲା କିପରି। ଅର୍ଥାତ ସେମାନେ ଦୋଡିବାକୁ ଉଦ୍ଯମବେଳେ ଯାହା ଏନକାଉଣ୍ଟର ସ୍ପେଶାଲିଷ୍ଟଙ୍କ ଗୁଳିରେ ହୁଏତ ଘାଇଲା ହୋଇଥାଇପାରନ୍ତି। ସ୍ପଟର ବିଭିନ୍ନ ଦୃଷ୍ଟିକୋଣରୁ ଏମିତି ଅନେକ ସଂଦେହ ସୃଷ୍ଟି ହେଉଛି।କେବଳ ଚିଲ୍ଲି ପୋଖରି ଏନକାଉଣ୍ଟରରେ ଲୁଟେରା କାର ବ୍ଯବହାର କରିନଥିବା ବେଳେ ସେଠାକାର ଏନକାଉଣ୍ଟରକୁ ଛାଡିଲେ ଅନ୍ଯ ସବୁ ଏନକାଉଣ୍ଟର କୌଣସି ସଠିକ ତଥ୍ଯ କମିସନରେଟ ପୋଲିସ ପକ୍ଷରୁ ଏଯାଏ ମିଳିନି।ତେବେ ଏନକାଉଣ୍ଟରର ୫ଦିନ ପରେ ବି ୫ ଅପରାଧିଙ୍କ ସଠିକ ତଥ୍ଯ ଦେବାକୁ ପଛଘୁଂଚା ଦେଇଛି କମିସନରେଟ ପୋଲିସ।ସେପଟେ ଖୁବଶିଘ୍ର ଏନେଇ ତଥ୍ଯର ଖୁଲାସା କରିବାକୁ ଏକ ପ୍ରେସମିଟର ଯୋଜନା କରୁଥିବା କମିସନରେଟ ପୋଲିସ ସୁତ୍ରରୁ ସୁଚନା ମିଳିଛି। ତେବେ ସବୁଠୁ ବଡ ପ୍ରଶ୍ନ କେମିତି ବାଜିଛି ଆଣ୍ଠୁତଳେ ଗୁଳି ଯାହାକି କମିସନରେଟ ପୋଲିସର ଅପରେସନ ସୁଟଆଉଟ ପଛର ସଠିକ ସତକୁ ଅପେକ୍ଷା କରିଛନ୍ତି ରାଜ୍ଯବାସି।ଯାହା ଏବେ ସୋସିଆଲ ମିଡିଆରେ ଚର୍ଚା ଜୋର ଧରିଛି।Conclusion:ବାଇଟ-ଅନୁପ ସାହୁ,ଭୁବନେଶ୍ବର ଡିସିପି
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.