ETV Bharat / jagte-raho

ହୋଲି ପାଳନକୁ ନେଇ ଦୁଇ ପରିବାର ମୁହାଁମୁହିଁ, 2 ମୃତ 7 ଆହତ - Haryana two killed 7 injured in clash over holi rituals

ହୋଲି ପାଳିବା ବେଳେ ଚଣ୍ଡିଗଡ଼ରେ ଦୁଇ ପରିବାର ମଧ୍ୟରେ ସଂଘର୍ଷ ଘଟି ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 7 ଜଣ ଆହତ ହୋଇଛନ୍ତି। ପୋଲିସ ଘଟଣାର ତଦନ୍ତ କରୁଛି । ଅଧିକ ସୂଚନା ପାଇଁ ପଢନ୍ତୁ ...

Haryana two killed 7 injured in clash over holi rituals
ହୋଲି ପାଳନ କୁ ନେଇ ଦୁଇ ପରିବାର ମୁହାଁ ମୁହିଁ , 2 ମୃତ 7 ଆହାତ
author img

By

Published : Mar 10, 2020, 10:20 PM IST

ଚଣ୍ଡିଗଡ଼: ହୋଲି ରୀତିନୀତିକୁ ନେଇ ଦୁଇ ପରିବାର ମଧ୍ୟରେ ସଙ୍ଘର୍ଷ ଘଟି ଦୁଇ ଜଣ ମୃତ ଓ 7 ଜଣ ଆହାତ ହୋଇଛନ୍ତି । ହରିୟାଣା ଭବାନୀ ଜିଲ୍ଲାର ବାୱାନୀ ଖେରାରେ ଦୁଇ ପରିବାର ମଧ୍ୟରେ ହୋଲି ରୀତିନୀତିକୁ ନେଇ ସଂଘର୍ଷ ହୋଇଥିଲା ବୋଲି କହିଛନ୍ତି ପୋଲିସ ଅଧିକାରୀ ।

ସୋମବାର ରାତିରେ ଦୁଇ ପରିବାର ହୋଲି ଉତ୍ସବ ସହ ଜଡିତ ରୀତିନୀତି ଅନୁଯାୟୀ ହୋଲିକା ଦହନ ପ୍ରଦର୍ଶନ କରୁଥିବା ବେଳେ ଏହି ଘଟଣା ଘଟିଛି ବୋଲି ବାୱାନୀ ଖେରାର ପୋଲିସ ଅଧିକାରୀ କହିଛନ୍ତି। ସେ କହିଛନ୍ତି ଯେ କିଛି ରୀତିନୀତିକୁ ନେଇ ଦୁଇ ପରିବାର ମଧ୍ୟରେ ଯୁକ୍ତିତର୍କ ହୋଇ ବିବାଦ ଲାଗି ରହିଥିଲା।

ପରେ ଉଭୟ ଗୋଷ୍ଠୀ ପରସ୍ପର ଉପରେ ବାଡ଼ି ସାହାଯ୍ୟରେ ଆକ୍ରମଣ କରିଥିଲେ ଫଳରେ ଗୋଟିଏ ପରିବାରର ଜଣେ 50 ବର୍ଷ ଓ 28 ବର୍ଷ ବୟସ୍କା ମହିଳା ଆହତ ହୋଇଥିଲେ। ପରେ ଆହତ ଦ୍ବୟ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଛନ୍ତି ବୋଲି ଜଣା ପଡିଛି। ମୃତ ଦୁଇ ମହିଳା ଗୋଟିଏ ପରିବାରର ହୋଇଥିବା ବେଳେ ଆହାତ 7 ଜଣ ଉଭୟ ପରିବାରର ବୋଲି ଜଣାପଡିଛି । ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଚାଲିଛି ବୋଲି କହିଛନ୍ତି ପୋଲିସ ଅଧିକାରୀ ।

ବ୍ୟୁରୋ, ଇଟିଭି ଭାରତ

For All Latest Updates

TAGGED:

BLANK
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.