ETV Bharat / jagte-raho

ଧରାପଡିଲା ନକଲି ସେଲ ଟ୍ୟାକ୍ସ ଅଫିସର - fake sell tax officer in bhubaneswar

ମାଷ୍ଟର ପ୍ଲାନ ଠକ । ସାତିର୍‌ ଦିମାଗ, ଚତୁର ଚାଲ । ସେଲ ଟ୍ୟାକ୍ସ ଅଫିସର କହି ଠକୁଥିଲା ଲକ୍ଷ ଲକ୍ଷ ଟଙ୍କା । ଏମିତି ଏକ ଠକ ଧରାପଡିଛି କମିଶନରେଟ ପୋଲିସ ହାତରେ ।

ଧରାପଡିଲା ନକଲି ସେଲ ଟ୍ୟାକ୍ସ ଅଫିସର
author img

By

Published : Nov 25, 2019, 5:30 PM IST

ଭୁବନେଶ୍ବର: ମାଷ୍ଟର ପ୍ଲାନ ଠକ । ସାତିର୍‌ ଦିମାଗ, ଚତୁର ଚାଲ । ସେଲ ଟ୍ୟାକ୍ସ ଅଫିସର କହି ଠକୁଥିଲା ଲକ୍ଷଲକ୍ଷ ଟଙ୍କା । ଏମିତି ଏକ ଠକ ଧରାପଡିଛି ପୋଲିସ ହାତରେ । ଏପରି ଅଭିଯୋଗରେ ଭୁବନେଶ୍ବର ଶାସ୍ତ୍ରୀନଗରର ଡିପ୍ଲୋମା ଇଞ୍ଜିନିୟର ସୌମ୍ୟଜିତ ତ୍ରିପାଠୀକୁ ଗିରଫ କରିଛି ପୋଲିସ । ଗିରଫ ପରେ ତା ଠାରୁ ଜବତ 6ଟି ଦାମୀ ମୋବାଇଲ ଫୋନ ସହ 4ଟି ଲ୍ୟାପଟପ୍‌ ଓ ପ୍ରିଣ୍ଟର ଏବଂ ସିଷ୍ଟମ ଜବତ କରାଯାଇଛି ।

ଧରାପଡିଲା ନକଲି ସେଲ ଟ୍ୟାକ୍ସ ଅଫିସର

ନିଜର ଇଂରାଜୀ କହିବାର ଶୈଳୀ ଓ ଚତୁର ଦିମାଗରେ ସରକାରୀ ଅଫିସରର ପରିଚୟ ଦେଇ ରଚୁଥିଲେ ଠକାମିର ଚାଲ । ବଡ ବଡ ଆଇଟି ସପ୍‌ ଓ ମୋବାଇଲ ପଏଣ୍ଟରେ ଅଫିସିଆଲ ମାଲ ଅର୍ଡର କହି ମାଗୁଥିଲେ କୋଟେସନ । ପରେ ମୋବାଇଲର ସେଲ ଟ୍ୟାକ୍ସ ଅଫିସର ପରିଚୟ ଦେଇ କରୁଥିଲେ ଲକ୍ଷ ଲକ୍ଷ ଟଙ୍କାର ମାଲ ଅର୍ଡର । ସରକାରୀ ବିଲ ପାସ ହେବା ପରେ ପେମେଣ୍ଟ ହେବ କହି ଠକି ନେଉଥିଲେ ମୋବାଇଲ, ଲାପଟପ ଓ ସିଷ୍ଟମ୍‌ । ଆଉ ପଇସା ନଦେଇ ଦେଖାଉଥିଲେ ସରକାରୀ ବାବୁଙ୍କ ଷ୍ଟାଇଲରେ ଧମକ । ଏମିତି ଢଙ୍ଗରେ ସହିଦନଗର ଥାନା ଅଞ୍ଚଳରେ ଚୁନ ଲଗାଇଥିବା 10 ଲକ୍ଷର ଟଙ୍କାର ବିଭିନ୍ନ ଅଭିଯୋଗ ପରେ ଜାଲ ବିଛାଇଥିଲା ସ୍ପେଶାଲ ସ୍କ୍ବାର୍ଡ । ନିଜେ ଡେଲିଭର ବଏ ସାଜି ଜିନିଷ ନେଉଥିବାବେଳେ ମାଡି ବସିଥିଲେ ସ୍ପେଶାଲ ସ୍କ୍ବାର୍ଡ ଅଫିସର ।

ଏହି ଘଟଣା ସାମ୍ନାକୁ ଆସିବା ପରେ ଅନେକ ଥାନା ଅଞ୍ଚଳରେ ଏପରି ଅଭିଯୋଗ ଥାଇପାରେ ବୋଲି ସନ୍ଦେହ କରି ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ଧରାପଡିଲା ନକଲି ସେଲ ଟ୍ଯାକ୍ସ ଅଫିସର Body:

ମାଷ୍ଟର ପ୍ଲାନ ଠକ। ସାତିର ଦିମାଗ ଚତୁର ଚାଲ।
ସେଲ ଚ୍ଯାକ୍ସ ଅଫିସର କହି ଠକୁଥିଲା ଲକ୍ଷ ଲକ୍ଷ।ଏମିତି ଏକ ଠକ ଧରାପଡିଛି ପୋଲିସ ହାତରେ।ନା ସୌମ୍ଯଜିତ ତ୍ରିପାଠି ଜଣେ ଡିପ୍ଲୋମା ଇଂଜିନିୟର।ଘର ଭୁବନେଶ୍ବରର ଶାସ୍ତ୍ରୀନଗର।ଗିରଫ ପରେ ଜବତ ହୋଇଛି ୬ଟି ଦାମି ମୋବାଇଲ ଫୋନ ସହ ୪ଟି ଲ୍ଯାପଟପ ଓ ପ୍ରିଣ୍ଟର ଓ ସିଷ୍ଟମ।
ବାଇଟ-ଅନୁପ ସାହୁ,ଡିସିପି ଭୁବନେଶ୍ବର
ତେବେ ନିଜର ଇଂରାଜି କହିବାର ଶୈଳି ଓ ଚତୁର ଦିମାଗରେ ସରକାରି ଅଫିସର ପରିଚୟ ଦେଇ ରଚୁଥିଲେ ଠକାମିର ଚାଲ।ବଡ ବଡ ଆଇଟି ସପ ଓ ମୋବାଇଲ ପଏଣ୍ଟରେ ଅଫିସିଆର ମାଲ ଅର୍ଡର କହି ମାଗୁଥିଲେ କୋଟେସନ।ପରେ ମୋବାଇଲର ସେଲ ଟ୍ଯାକ୍ସଅଫିସର ପରିଚୟଦେଇ କରୁଥିଲେ ଲକ୍ଷ ଲକ୍ଷଟଙ୍କାର ମାଲ ଅର୍ଡର।ପରେ ସରକାରି ବିଲ ପାସ ହେବା ପରେ ପେମେଣ୍ଟ ହେବ କହି ଠକିନେଉଥିଲେ ମୋବାଇଲ ଲାପଟପ ଓ ସିଷ୍ଟମ।ପରେ ଆଉ ପଇସା ନଦେଇ ଦେଖାଉଥିଲେ ସରକାରି ବାବୁଙ୍କ ଷ୍ଟାଇଲରେ ଧମକ ।ଏମିତି ଢଙ୍ଗରେ ସହିଦନଗର ଥାନା ଅଂଚଳରେ ଚୁନା ଲଗାଇଥିବା ୧୦ ଲକ୍ଷର ଟଙ୍କାର ବିଭିନ୍ନ ଅଭିଯୋଗ ପରେ ଜାଲ ବିଛାଇଥିବା ସ୍ପେଶାଲ ସ୍କ୍ବାର୍ଡ।ନିଜେ ଡେଲିଭର ବୟ ସାଜି ଜିନିଷ ନେଉଥିଲା ବେଳେ ମାଡିବସିଥିଲେ ସ୍ପେଶାଲ ସ୍କ୍ବାର୍ଡ ଅଫିସର।
ବାଇଟ-ନିକୁଂଜ ଖେମାନି,ଅଭିଯୋଗକାରୀ
ତେବେ ଏପରି ଘଟଣା ସାମ୍ନାକୁ ଆସିବା ପରେ ଅନେକ ଥାନା ଅଂଚଳରେ ଏପରି ଅଭିଯୋଗ ଥାଇପାରେ ବୋଲି ସଂଦେହ କରିଥି ପୋଲିସ ଏନେଇ ଜାରି ରଖିଛି ଅଧିକ ତଦନ୍ତ।Conclusion:ବାଇଟ-ଅନୁପ ସାହୁ,ଡିସିପି ଭୁବନେଶ୍ବର

ବାଇଟ-ନିକୁଂଜ ଖେମାନି,ଅଭିଯୋଗକାରୀ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.