ETV Bharat / jagte-raho

ବ୍ରଜରାଜନଗର ଗୁଳିକାଣ୍ଡ ଘଟଣା: ଏନକାଉଣ୍ଟର କରି 4 ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

author img

By

Published : Nov 6, 2019, 9:07 AM IST

Updated : Nov 6, 2019, 9:20 AM IST

ବ୍ରଜରାଜନଗର ଗୁଳିକାଣ୍ଡ ଘଟଣାରେ ଝାରସୁଗୁଡା ପୋଲିସକୁ ବଡ ସଫଳତା । ଗୁଳିକାଣ୍ଡରେ ସାମିଲ ଥିବା ସମସ୍ତ 4 ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।

ଡିଜାଇନ ଫଟୋ

ଝାରସୁଗୁଡା: ବ୍ରଜରାଜନଗର ଗୁଳିକାଣ୍ଡ ଘଟଣାରେ ଝାରସୁଗୁଡା ପୋଲିସକୁ ବଡ ସଫଳତା। ଗୁଳିକାଣ୍ଡରେ ସାମିଲ ଥିବା ସମସ୍ତ 4 ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତମାନେ ହେଲେ ଅନନ୍ତ ଧଳ, ଶୈଳେନ୍ଦ୍ର ପତ୍ର, ନିକି ସିଂ, ରଫିକ ଅନସାରୀ ।

ଗୁଳିକାଣ୍ଡ ପରେ ବ୍ରଜରାଜନଗରକୁ ଚାରିଆଡୁ ସିଲ କରିଥିଲା ପୋଲିସ । ହେଲେ ପୋଲିସକୁ ଚକମା ଦେଖାଇ ଅଭିଯୁକ୍ତମାନେ ଖସି ଯିବାକୁ ପ୍ରୟାସ କରୁଥିବାବେଳେ ମଧୁପୁର ଜଙ୍ଗଲ ନିକଟରେ ପୋଲିସ ସହିତ ମୁଁହାମୁହିଁ ହୋଇଥିଲେ । ପରେ ପୋଲିସ ଉପରକୁ ଅଭିଯୁକ୍ତମାନେ ଗୁଳି ଚଳାଇଥିଲେ । ଫଳରେ ଗାନ୍ଧୀ ଛକ ଫାଣ୍ଡି ଅଧିକାରୀ ଚୁଡାମଣି ମହାନନ୍ଦ ଆହତ ହୋଇଥିଲେ । ପ୍ରତି ଜବାବରେ ପୋଲିସ ପାଲଟା ଗୁଳି କରିବାରୁ ଅଭିଯୁକ୍ତମାନେ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତ ଅଭିଯୁକ୍ତଙ୍କୁ କଡା ସୁରକ୍ଷା ବଳରେ ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି ।

ବ୍ରଜରାଜନଗର ଗୁଳିକାଣ୍ଡ ଘଟଣା; ଏନକାଉଣ୍ଟର କରି 4 ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଅଧିକ ପଢନ୍ତୁ... ପୁଣି ଫୁଟିଲା ଗୁଳି, ମଣ୍ଟୁ ଘୋଷ ମୃତ

ସୂଚନା ଥାଉକି, ମଙ୍ଗଳବାର ରାତିରେ ବ୍ରଜରାଜନଗର ସହର ଭିତରେ ଥିବା ଗୋଟିଏ ହୋଟେଲରେ ବସିଥିବାବେଳେ ଦୁର୍ଦ୍ଦାନ୍ତ ଅପରାଧୀ ସୋନୁ ଘୋଷର ଭାଇ ସୁମିତ ଘୋଷ(ମଣ୍ଟୁ) ଉପରକୁ ଗୁଳିମାଡ କରି ଫେରାର ହୋଇଯାଇଥିଲେ ଅଭିଯୁକ୍ତ। ଅତି ନିକଟରୁ ମଣ୍ଟୁର ମୁଣ୍ଡକୁ ତିନି ରାଉଣ୍ଡ ଗୁଳି ମାଡ କରାଯାଇଥିବାରୁ ତାର ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro:ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଗୁଳିକାଣ୍ଡ ଘଟଣା ରେ ଝାରସୁଗୁଡା ପୋଲିସ କୁ ବଡ଼ ସଫଳତା ମିଳିଛି । ଗୁଳିକାଣ୍ଡ ପରେ ପୋଲିସ ବ୍ରଜରାଜନଗର କୁ ଚାରିଆଡେ ସିଲ କରିଦେଇଥିବା ବେଳେ ଅଭିଯୁକ୍ତ ମାନେ ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ସ୍ଥାନୀୟ ମଧୁପୁର ଜଙ୍ଗଲ ନିକଟରେ ପୋଲିସ ସହିତ ମୁଁହାମୁହିଁ ହୋଇ ଥିଲେ ଏବଂ ପୋଲିସ ଉପରକୁ ଅଭିଯୁକ୍ତ ମାନେ ଫାୟରିଂ କରିଥିଲେ ।ଏଥିରେ ଜଣେ ପୋଲିସ ଅଧିକାରୀ ଆହତ ହୋଇଥିଲେ ।ଅନ୍ୟପଟେ ପୋଲିସ ପାଲଟା ଗୁଳି କରିବାରୁ ଅଭିଯୁକ୍ତ ମାନେ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି ।ଏବଂ ଆହତ ଅଭିଯୁକ୍ତକୁ ଚିକିତ୍ସା ପାଇଁ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।ପୋଲିସ ର ପ୍ରାଥମିକ ଅନୁସନ୍ଧାନରୁ ଘଟଣା ରେ ହାତରେ ଚାରି ଜଣ ସାମିଲ ଥିବା ବେଳେ ସମସ୍ତ ଙ୍କୁ ଗିରଫ କରିଛି । ଚାରି ଅଭିଯୁକ୍ତ ହେଲେ ଅନନ୍ତ ଧଳ, ଶୈଳେନ୍ଦ୍ର ପତ୍ର,ନିକି ସିଂ, ରଫିକ ଅନସାରୀ ।ଗତକାଲି ରାତ୍ରୀ ରେ ଖସି ପଲାଉଥିବା ବେଳେ ରାଜପୁର ନିକଟସ୍ଥ ମଧୁପୁର ଜଙ୍ଗଲ ପୋଲିସ ସହ ମୁଁହାମୁହିଁ ହୋଇଥିଲେ ।ଏଥିରେ ଗାନ୍ଧୀ ଛକ ଫାଣ୍ଡି ଅଧିକାରୀ ଚୁଡାମଣି ମହାନନ୍ଦ ମଧ୍ୟ ଆହତ ହୋଇଛନ୍ତି । ସମସ୍ତ ଅଭିଯୁକ୍ତ କଡା ସୁରକ୍ଷା ବଳ ରେ ବର୍ତ୍ତମାନ ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି ।

ମଙ୍ଗଳବାର ରାତିରେ ବ୍ରଜରାଜନଗର ସହର ଭିତରେ ଥିବା ଲକ୍ଷ୍ମୀ କେଫ ହୋଟେଲରେ ବସିଥିବା ବେଳେ ସୁମିତ(ମଣ୍ଟୁ) ଘୋଷ ଉପରକୁ ଗୁଳିମାଡ କରି ଫେରାର ହୋଇଯାଇଥିଲେ। । ଅତି ନିକଟରୁ ମଣ୍ଟୁ ର ମୁଣ୍ଡକୁ ତିନି ରାଉଣ୍ଡ ଗୁଳି ମାଡ଼ କରାଯାଇଛି ।ମଣ୍ଟୁ ର ମୁଣ୍ଡରେ ବାଜିଛି ଗୁଳି।ଗୁରୁତର ଅବସ୍ଥାରେ ମଣ୍ଟୁକୁ ମଣ୍ଡଳିଆ ସ୍ଥିତ କେନ୍ଦ୍ରୀୟ ଚିକିତ୍ସାଳୟରେ ଭର୍ତ୍ତି କରାଯିବା ପରେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।ଘଟଣାସ୍ଥଳରେ 4ରାଉଣ୍ଡ ଗୁଳି ଫୁଟିଥିବା ଜଣା ପଡ଼ିଛି।ମଣ୍ଟୁ ଦୁର୍ଦ୍ଦାନ୍ତ ଅପରାଧୀ ସୋନୁ ଘୋଷ ର ଭାଇ।ଚାରିମାସ ତଳେ ବ୍ରଜରାଜନଗର ରେ ହୋଇଥିବା ଅମିତ ଧଳ ହତ୍ୟାକାଣ୍ଡ ର ମୁଖ୍ୟ ଅଭିଯୁକ୍ତ ଭାବେ ସୋନୁ ଅଛି ଜେଲରେ। ବ୍ରଜରାଜନଗର ରେ ଗୁଳି ଚାଳନା ପରେ ଲୋକଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି ହୋଇଛି।
ଅନ୍ୟପଟେ ଘଟଣା କୁ ନେଇ ଆଜି ଦିନ 11 ଟା ରେ ଉତ୍ତରାଞ୍ଚଳ DIG ହିମାଂଶୁ ଲାଲ ଝାରସୁଗୁଡା ରେ ଏକ ପ୍ରେସ ମିଟ କରି ସୂଚନା ଦେବେ ।Body:।।।Conclusion:
Last Updated : Nov 6, 2019, 9:20 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.