ETV Bharat / jagte-raho

ବର୍ଦ୍ଦିରେ କଳଙ୍କ: ଯୁବତୀକୁ ଦୁଷ୍କର୍ମ ପ୍ରୟାସରେ ଯବାନ ଗିରଫ - Army jawan arrested

ଶତ୍ରୁ କବଳରୁ ରକ୍ଷା କରିବା ପାଇଁ ଯେଉଁ ବର୍ଦ୍ଦି ପିନ୍ଧିଛନ୍ତି ସେଥିରେ ଲାଗିଛି କଳଙ୍କ । ଜଣେ 19 ବର୍ଷିୟା ଯୁବତୀଙ୍କୁ ଦୁଷ୍କର୍ମ କରିବା ପାଇଁ ପ୍ରୟାସ କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି 32 ବର୍ଷିୟ ଜଣେ ଯବାନ ।

ପ୍ରତିକାତ୍ମକ ଫଟୋ
author img

By

Published : Feb 9, 2019, 2:36 PM IST

ହାଇଦ୍ରାବାଦ: ଦେଶରେ ମହିଳା ଓ ଯୁବତୀଙ୍କ ପ୍ରତି ଦୁଷ୍କର୍ମଜନିତ ଅପରାଧ ବଢି ଚାଲିଥିବାବେଳେ ଏଥିରେ ଆଉ ଏକ କଳଙ୍କିତ କାରନାମା ଯୋଡିଛନ୍ତି ଜଣେ ଯବାନ । ଦେଶକୁ ଶତ୍ରୁ କବଳରୁ ରକ୍ଷା କରିବା ପାଇଁ ଯେଉଁ ବର୍ଦ୍ଦି ପିନ୍ଧିଛନ୍ତି ସେଥିରେ ଲାଗିଛି କଳଙ୍କ । ଜଣେ 19 ବର୍ଷିୟା ଯୁବତୀଙ୍କୁ ଦୁଷ୍କର୍ମ କରିବା ପାଇଁ ପ୍ରୟାସ କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି 32 ବର୍ଷିୟ ଜଣେ ଯବାନ ।

ପୋଲିସ ସୂଚନାନୁସାରେ ସିକନ୍ଦରାବାଦରେ ଥିବା ସିଗନାଲ୍‌ ରେଜିମେଣ୍ଟାରିରେ ଯବାନ ଜଣକର ପୋଷ୍ଟିଂ ହୋଇଥିଲା । ରାତିରେ ବର୍ଷା ହେଉଥିବା ଯୋଗୁଁ ପୀଡିତା ଓ ତାଙ୍କ ବୟଫ୍ରେଣ୍ଡ ଏକ ଛୋଟ ପାହାଡ ପାଖରେ ଥିବା ଗଛ ତଳେ ଆଶ୍ରୟ ନେଇଥିଲେ । ଏହି ସମୟରେ ସେଠାରେ ଥିବା ଅଭିଯୁକ୍ତ ଯବାନ ଜଣକ ପୀଡିତାଙ୍କ ସାଙ୍ଗକୁ ପିଟିବା ସହ ଯୁବତୀଙ୍କୁ ଟାଣି ନେଇ ଦୁଷ୍କର୍ମ କରିବାକୁ ପ୍ରୟାସ କରିଥିଲେ । ସେ ଯେତେବେଳେ ମୁକ୍ତି ପାଇଁ ଚେଷ୍ଟା କରିଥିଲେ ଯବାନ ଜଣକ ତାଙ୍କୁ ମଧ୍ୟ ମାଡ ମାରିଥିଲେ ।

ତେବେ ସେହି ସମୟରେ ପାଖରେ ଥିବା ରାସ୍ତାରେ ଯାଉଥିବା ଜଣେ ପୋଲିସ କନେଷ୍ଟବଳ ଯୁବତୀଙ୍କ ଚିତ୍କାର ଶୁଣି ଘଟଣାସ୍ଥଳକୁ ଦୌଡି ଆସିଥିଲେ । ତାଙ୍କୁ ଦେଖି ଅଭିଯୁକ୍ତ ଖସି ପଳାଇବାକୁ ଉଦ୍ୟମ କରିଥିଲେ । କିନ୍ତୁ କନେଷ୍ଟବଳ ତାଙ୍କର କେତେକ ସହକର୍ମୀଙ୍କ ସହ ଅଭିଯୁକ୍ତର ପିଛା କରିଥିଲେ । କିଛି ବାଟ ଦୌଡିବା ପରେ ଯବାନଙ୍କୁ ସେମାନେ କାବୁ କରିନେଇଥିଲେ । ଯବାନ ଜଣକ ଜଣେ କନେଷ୍ଟବଳକୁ ମାଡ ମାରିଥିଲେ ମଧ୍ୟ ତାଙ୍କୁ ପୋଲିସ ହେପାଜତକୁ ନିଆଯାଇଥିଲା ।

undefined

ପୋଲିସ ସୂଚନାନୁସାରେ ଅଭିଯୁକ୍ତ ଯବାନ ବିହାରର ଭାଗଲପୁରର । ଯୁବତୀ ଜଣକ ଏନେଇ ଏକ କେସ୍‌ ରୁଜୁ କରିବା ପରେ ପୋଲିସ ତାଙ୍କୁ ଗିରଫ କରିଛି । ଏହାସହ ତାଙ୍କୁ କୋର୍ଟରେ ହାଜର କରାଯିବା ପରେ ହାଜତକୁ ନିଆଯାଇଛି ।

Intro:Body:

ବିପର୍ଯ୍ୟୟରେ ସାଥ୍ ଦେଲେ ରାୟୁଡୁ, ପାଣ୍ଡ୍ୟା: 252ରେ ଅଲଆଉଟ ହେଲା ଭାରତ

ୱେଲିଂଟନ: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଅନ୍ତିମ ତଥା ଶେଷ ଦିନିକିଆରେ ଭାରତ ପ୍ରଥମେ ବ୍ୟାଟିଂ କରି 252 ରନରେ ଅଲଆଉଟ ହୋଇଛି । ଫଳରେ ୱେଲିଂଟନରେ ଖେଳାଯାଉଥିବା ମ୍ୟାଚରେ ନ୍ୟୁଜିଲାଣ୍ଡ ପାଇଁ 253 ରନର ବିଜୟ ଲକ୍ଷ ରହିଛି । ତେବେ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିବା ଭାରତକୁ ଅମ୍ୱାତି ରାୟୁଡୁ(90) ଓ  ହାର୍ଦ୍ଦିକ ପାଣ୍ଡ୍ୟା (45)ଙ୍କ ଦ୍ରୁତ ବ୍ୟାଟିଂ ସାଥ୍ ଦେଇଥିଲା । ଫଳରେ ବିରାଟ ବିନା ପଡ଼ିଆକୁ ଓହ୍ଲାଇଥିବା ରୋହିତ ବାହିନୀ 252 ରନର ସମ୍ମାନଜନକ ସ୍କୋର କରିବାକୁ ସକ୍ଷମ ହୋଇଛି । ନ୍ୟୁଜିଲାଣ୍ଡ ପକ୍ଷରୁ ମ୍ୟାଟ୍ ହେନେରି ୪ଟି ଓ ଟ୍ରେଣ୍ଟ ବୋଲ୍ଟ ୩ଟି ଓ୍ଵିକେଟ୍ ଅକ୍ତିଆର କରିଛନ୍ତି ।

ଟସ୍ ଜିତି ଭାରତର ଅଧିନାୟକ ରୋହିତ ଶର୍ମା ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଚତୁର୍ଥ ଦିନିକିଆ ପରି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଭାରତ । ମାତ୍ର ୧୮ ରନ ମଧ୍ୟରେ ୪ ଜଣ ବ୍ୟାଟ୍ସମ୍ୟାନଙ୍କୁ ହରାଇ ସଙ୍କଟରେ ପଡ଼ିଥିଲା ଦଳ । ପରେ ଅମ୍ୱାତି ରାୟୁଡୁ ଦଳର ସଙ୍କଟମୋଚକ ସାଜି ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରିବାରୁ ଦଳ 252 ରନ କରିପାରିଛି । ରାୟୁଡୁଙ୍କୁ ବିଜୟ ଶଙ୍କର (45) କିଛି ସମୟ ସାଥ ଦେଇଥିଲେ । ଏହାପରେ କେଦାର ଯାଦବ ଓ ରାୟୁଡୁ ପାଳିକୁ ଆଗକୁ ବଢ଼ାଇଥିଲେ । ତେବେ ବ୍ୟକ୍ତିଗତ 90 ରନ କରି ରାୟୁଡୁ ଆଉଟ ହେବା ପରେ ଯାଦବ 34 ରନ ଓ ପାଣ୍ଡ୍ୟା 45 ରନ କରି ଆଉଟ ହୋଇଥିଲେ । 

ପାଣ୍ଡ୍ୟାଙ୍କ ଆଉଟ୍ ପରେ ଦଳର ସ୍କୋର ଆଉ ଆଗକୁ ବଢି ପାରିନଥିଲା। ଫଳରେ ଭାରତ 49.5 ଓଭରରେ 252 ରନ କରି ଅଲଆଉଟ୍ ହୋଇଥିଲା । ତେବେ ଖବର ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ବ୍ୟାଟିଂ ଆରମ୍ଭ କରି 5.1 ଓଭରରେ ଗୋଟିଏ ୱିକେଟ ହରାଇ 22 ରନ କରିଛି ।

http://www.eenaduindia.com/news/national-news/2019/02/03071208/India-vs-New-Zealand-5th-ODI-LIVE-IND-win-toss-opt.vpf

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.