ETV Bharat / international

Russia-Ukraine War: ଆମେରିକା ବିଦେଶୀ ସଚିବଙ୍କୁ ଭେଟିଲେ ଜେଲେନକ୍ସି

author img

By

Published : Apr 25, 2022, 10:17 AM IST

ଋଷ ୟୁକ୍ରେନ ଯୁଦ୍ଧକୁ ୨ମାସ ପୁରି ତୃତୀୟ ମାସରେ ପଦାର୍ପଣ କରିଛି । ରବିବାର ଆମେରିକାର ବିଦେଶୀ ସଚିବ ଓ ଆମେରିକାର ଏକ ପ୍ରତିନିଧି ମଣ୍ଡଳୀ ୟୁକ୍ରେନ ରାଷ୍ଟ୍ରପତି ଜେଲେନକ୍ସିଙ୍କୁ ଭେଟିଛନ୍ତି । ଅଧିକ ପଢନ୍ତୁ

Russia-Ukraine War:ଆମେରିକାର ବିଦେଶୀ ସଚିବଙ୍କୁ ଭେଟିଲେ ଜେଲେନକ୍ସି

କିଭ: ଋଷ ୟୁକ୍ରେନ ଯୁଦ୍ଧକୁ ୨ମାସ ପୁରୁଛି । ତଥାପି ଯୁଦ୍ଧ ବନ୍ଦ ହେବାର ନାଁ ନେଉନାହିଁ । ଅନେକ ଆର୍ଥିକ କଟକଣାର ସମ୍ମୁଖୀନ ହୋଇଥିଲୋ ମଧ୍ୟ ଋଷ ୟୁକ୍ରେନର ୫୦ରୁ ଅଧିକ ଅଞ୍ଚଳରେ ଆକ୍ରମଣ ଜାରି ରଖିଛି ।

ରବିବାର ଆମେରିକା ବିଦେଶୀ ସଚିବ ଓ ଆମେରିକାର ଏକ ପ୍ରତିନିଧି ଦଳ ୟୁକ୍ରେନର ରାଷ୍ଟ୍ରପତି ଜେଲେନକ୍ସିଙ୍କୁ ଭେଟିଛନ୍ତି । ଆମେରିକାର ବେଦେଶୀ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଏବଂ ଆମେରିକାର ପ୍ରତିରକ୍ଷା ସଚିବ ଓଲିଉଡ ଅଷ୍ଟିନଙ୍କ ସହ ସାକ୍ଷାତ ହୋଇଛି । ଏନେଇ ୟୁକ୍ରେନ ଏକ ସରକାରୀ ସୁତ୍ରରୁ ପ୍ରକାଶ କରାଯାଇଛି । ବର୍ତ୍ତମାନ ଋଷ ଏବେ ଆମେରିକା ଓ ନାଟୋ ରାଷ୍ଟ୍ରମାନେ ୟୁକ୍ରେନକୁ ଯୋଗାଇ ଦେଇଥିବା ବିଭିନ୍ନ ଅସ୍ତ୍ରଶସ୍ତ୍ରକୁ ଟାର୍ଗେଟ କରୁଛି । ଏଭଳି ଅସ୍ତ୍ର ଭଣ୍ଡାରକୁ ଟାର୍ଗେଟ କରି ଋଷ ଗତରାତିରେ ଶକ୍ତିଶାଳୀ କ୍ଷେପଣାସ୍ତ୍ର ମାଡ କରିଛି । ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୩ ମାସର ଶିଶୁ ରହିଥିବା ସୂଚନା ରହିଛି । ଯାହାକୁ ନେଇ ତୀବ୍ର ନିନ୍ଦା କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନକ୍ସି ।

ଜେଲେନକ୍ସି ପଡୋଶୀ ରାଷ୍ଟ୍ରକୁ କହିଛନ୍ତି ଯେ, ଆପଣ ଖାଲି ହାତରେ ଆମ ପାଖକୁ ଆସିପାରିବେ ନାହିଁ ଏବଂ ଆମେ କେବଳ ଉପହାର କିମ୍ବା କିଛି ପ୍ରକାରର ମିଠା ଆଶା କରୁନାହୁଁ, ଆମେ କେବଳ ଆପଣଙ୍କ ଠାରୁ ଅସ୍ତ୍ରଶସ୍ତ୍ରର ଆଶା କରୁଛୁ । ସେ ଆହୁରି ମଧ୍ୟ କହିଛନ୍ତି, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ପୁଣିଥରେ ନିର୍ବାଚନରେ ବିଜୟୀ ହେବେ । ଏହା ପରେ ଋଷ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ସାହାଯ୍ୟ କରିବ । ସୂଚନାଅନୁସାରେ, ଇମାନୁଏଲ ମାକ୍ରନ ୫୮ ପ୍ରତିଶତ ଭୋଟ ପାଇ ପୁନଃ ନିର୍ବାଚିତ ହୋଇଛନ୍ତି ।

କିଭର ପ୍ରାଚୀନ ସେଣ୍ଟ ସୋଫିଆ କ୍ୟାଥେଡ୍ରାଲରୁ ଜେଲେନସ୍କି କହିଛନ୍ତି ଯେ, ପ୍ରାୟ ଦୁଇମାସ ଯୁଦ୍ଧରେ ଆବଦ୍ଧ ହୋଇଥିବା ଦେଶ ପାଇଁ ଏହାର ମହତ୍ତ୍ୱକୁ ଆଲୋକିତ କରିଥିଲେ । ୟୁକ୍ରେନକୁ ଅଧିକ ସହାୟତା ଯୋଗାଇଦେବା ଏବଂ ପରବର୍ତ୍ତି ରଣନୀତି ପ୍ରସ୍ତୁତ କରିବା ପାଇଁ ଆମେରିକା ବିଦେଶ ମନ୍ତ୍ରୀ ଆଣ୍ଟୋନୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ଅଷ୍ଟିନ ଖୁବଶିଘ୍ର କିଭ ଗସ୍ତରେ ଆସୁଛନ୍ତି ।

ଇଭାନିଭ୍କାର ଉତ୍ତର ଗାଁରେ ଋଷର ଟ୍ୟାଙ୍କର ଭରପୂର ହୋଇ ରହିଛି । ଏନେଇ ଓଲେନା କୋପଟିଲ କହିଛନ୍ତି ଯେ, ଇଷ୍ଟର ଆମ ପାଇଁ ଖୁସି ଆଣିବ ନାହିଁ । ମୁଁ ବହୁତ କାନ୍ଦିଛି । ତଥାପି ଆମେ କିପରି ଜୀବନ ବିତାଉଛି ତାହା ଭୁଲି ପାରିବି ନାହିଁ । ଗୋଟିଏ ରାତି ଭିତରେ ୧୧ଟି ସାମରିକ ପ୍ରତିଷ୍ଠାନକୁ ଛାରଖାର କରିଦେଇଛି ଋଷ ।

ଜେଲେନକ୍ସି କହିଛନ୍ତି ଯେ, ଯଦି ମାରିୟୁପୋଲ ଷ୍ଟିଲ ପ୍ଲାଣ୍ଟରେ ଥିବା ସୈନିକ ନିହତ ହେବେ ତାହେଲେ ଋଷ ସହ କଥାବାର୍ତ୍ତା ପ୍ରକ୍ରିୟାରୁ ସମ୍ପୁର୍ଣ୍ଣ ଓହରି ଯିବେ । ଏହାରି ଭିତରେ ଯୁଦ୍ଧ ବନ୍ଦ ଏବଂ ଶାନ୍ତି ପ୍ରତିଷ୍ଠା ଉଦ୍ଦେଶ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନକ୍ସି ପୁଣିଥରେ ଋଷ ରାଷ୍ଟ୍ରପତି ପୁଟିନଙ୍କ ସହ ଏକ ବୈଠକ ପାଇଁ ନିବେଦନ କରିଛନ୍ତି । ସେ କହିଛନ୍ତି ଯିଏ ଯୁଦ୍ଧ ଆରମ୍ଭ କରିଥିଲେ ସେହିଁ ଏହାକୁ ବନ୍ଦ କରିପାରିବେ । ପୁଟିନକୁ ଦେଖା କରିବାକୁ ମୁଁ ଭୟ କରୁନାହିଁ, କାରଣ ଏହା ଦ୍ବାରା ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବନ୍ଦ କରିବା ପାଇଁ ଶାନ୍ତି ଚୁକ୍ତି ହୋଇପାରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.