ETV Bharat / international

ଡୋନ୍‌ବାସ ଅଞ୍ଚଳ ସମ୍ପୂର୍ଣ୍ଣ ଧ୍ବଂସ କଲା ଋଷ - ରୁଷ ୟୁକ୍ରେନ ଯୁଦ୍ଧ

ରୁଷ-ୟୁକ୍ରେନ ଯୁଦ୍ଧକୁ ଆଉ କିଛି ଦିନ ପରେ ୩ ମାସ ପୂରିବାକୁ ଯାଉଛି । ଋଷର ଆକ୍ରମଣରେ ଡୋନ୍‌ବାସ ଅଞ୍ଚଳ ସମ୍ପୂର୍ଣ୍ଣ ଧ୍ବଂସ ହୋଇଥିବା କହିଛନ୍ତି ଜେଲେନକ୍ସି । ଅଧିକ ପଢନ୍ତୁ

ଜେଲେନକ୍ସିଙ୍କ ବୟାନ, ଡୋନ୍‌ବାସ ଅଞ୍ଚଳ ସମ୍ପୂର୍ଣ୍ଣ ଧ୍ବଂସ କଲା ଋଷ

author img

By

Published : May 21, 2022, 10:30 AM IST

କିଭ: ରୁଷ-ୟୁକ୍ରେନ ଯୁଦ୍ଧକୁ ଆଉ କିଛି ଦିନ ପରେ ୩ ମାସ ପୂରିବାକୁ ଯାଉଛି । ହେଲେ ଥମିବାର ନାଁ ନେଉନାହିଁ ଯୁଦ୍ଧ । କିଛି ଦିନର ବ୍ୟବଧାନ ପରେ ପୁଣି ୟୁକ୍ରେନରେ ଆକ୍ରମଣକୁ ତୀବ୍ର କରିଛି ଋଷ । ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ରୁଷର ଆକ୍ରମଣକୁ କ୍ରୁରତା କହି ରୁଷ ରାଷ୍ଟ୍ରପତିଙ୍କ ନିନ୍ଦା କରିବା ସହ ବିଶ୍ବ ସମୁଦାୟକୁ ଅନ୍ୟ ଏକ ବିଷୟ ଉପରେ ମଧ୍ୟ ଅବଗତ କରାଇଛନ୍ତି ।

ଜେଲେନକ୍ସି କହିଛନ୍ତି ଯେ, ‘ବୋମା ମିସାଇଲ ମାଡକରି ଡୋନ୍‌ବାସ ଅଞ୍ଚଳକୁ ଋଷସେନା ସମ୍ପୂର୍ଣ୍ଣ ଛାରଖାର କରିଦେଇଛି । ଡୋନ୍‌ବାସରେ କୌଣସି ଗୋଟିଏ ବି ସରକାରୀ ପ୍ରତିଷ୍ଠାନ ଆକ୍ରମଣରୁ ବର୍ତ୍ତି ନଥିବା ବେଳେ ଜନବସତି ଗୁଡ଼ିକୁ ମଧ୍ୟ ଛାରଖାର କରିଦିଆଯାଇଛି । ’

ସୂଚନାଅନୁସାରେ, ଗୁରବାର ଦିନ ଋଷର ଆକ୍ରମଣରେ ପୂର୍ବ ୟୁକ୍ରେନ୍‌ର ସେବେରୋଦୋନେସ୍କ ସହରର ବୋମ୍ବାର୍ଡମେଣ୍ଟ ଶତାଧିକ କୋଠା ଧ୍ବଂସ ହେବା ସହ ଏବଂ ୧୨ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି । ଋଷ ସେନା ସବୁ ଅଞ୍ଚଳରେ ବ୍ୟାପକ ନରସଂହାର ଚଳାଇଛି ବୋଲି ଏକ ଉଦ୍‌ବୋଧନରେ ଜେଲେନସ୍କି କହିଛନ୍ତି ।

ଅନ୍ୟପଟେ ଦେଶ ପାଇଁ ଅର୍ଥ ଯୋଗାଡ କରିବାକୁ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ବିଭିନ୍ନ ଉପାୟ ଆପଣେଇଛନ୍ତି । ନିକଟରେ ନିଜର ଅତିପ୍ରିୟ ଜ୍ୟାକେଟକୁ 1,10,000 ଡଲାର ବା 84 ଲକ୍ଷ 60 ହଜାର ଟଙ୍କାରେ ନିଲାମ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.