ETV Bharat / international

ଜାତିସଂଘରେ ପୁଣି ବର୍ଷିଲେ ଜୟଶଙ୍କର, କହିଲେ ପାକିସ୍ତାନ ଆତଙ୍କବାଦର କେନ୍ଦ୍ରସ୍ଥଳ

author img

By

Published : Dec 16, 2022, 9:38 AM IST

Updated : Dec 16, 2022, 11:07 AM IST

ଜାତିସଂଘରେ ପୁଣି ପାକିସ୍ତାନ ଉପରେ ବର୍ଷିଲେ ଏସ୍ ଜୟଶଙ୍କର । କହିଲେ ପାକିସ୍ତାନ ଆତଙ୍କବାଦର କେନ୍ଦ୍ରସ୍ଥଳ ବୋଲି ପୁରା ବିଶ୍ବ ଜାଣିଛି । ଅଧିକ ପଢନ୍ତୁ

ଜାତିସଂଘରେ ପୁଣି ବର୍ଷିଲେ ଜୟଶଙ୍କର: ପାକିସ୍ତାନ ଆତଙ୍କବାଦର କେନ୍ଦ୍ରସ୍ଥଳ

ୱାଶିଂଟନ: ଆତଙ୍କବାଦ ପ୍ରସଙ୍ଗରେ ପୁଣିଥରେ ଜାତିସଂଘ ସୁରକ୍ଷା ପରିଷଦରେ ପାକିସ୍ତାନକୁ ଟାର୍ଗେଟ କଲେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ସେ କହିଛନ୍ତି ଯେ,''ଅଢେଇ ବର୍ଷ ହେଲା କୋଭିଡ-୧୯ ମହାମାରୀ ପାଦୁର୍ଭାବ ସତ୍ତ୍ବେ ଆତଙ୍କବାଦର ଉତ୍ପତ୍ତି ସ୍ଥଳ କେଉଁଠି ତାହା ବିଶ୍ବ ସମୁଦାୟ ଭୁଲି ନାହାନ୍ତି । ପାକିସ୍ତାନ ଆତଙ୍କବାଦର କେନ୍ଦ୍ରସ୍ଥଳ ବୋଲି ପୁରା ବିଶ୍ବ ଜାଣିଛି ।'' ‘Global Counterterrorism Approach: Challenges and Way Forward’ ଶୀର୍ଷକରେ ଅଧ୍ୟକ୍ଷତା କରିବା ପରେ ସୁରକ୍ଷା ପରିଷଦରେ ସାମ୍ବାଦିକଙ୍କମାନଙ୍କ ସହ ଆଲୋଚନା ସମୟରେ ଜୟଶଙ୍କର ପାକିସ୍ତାନ ଉପରେ ଏଭଳି କଡା ଟିପ୍ପଣୀ ଦେଇଛନ୍ତି ।

ପାକିସ୍ତାନକୁ ଟାର୍ଗେଟ କରି ବୈଦେଶିକ ମନ୍ତ୍ରୀ (External Affairs Minister) ଆହୁରି ମଧ୍ୟ କହିଛନ୍ତି ଯେ, ସେମାନେ କିଛି ବି କୁହନ୍ତୁ ହେଲେ ସତ କ'ଣ ସମସ୍ତେ ଜାଣନ୍ତି । ଆମେ ଅଢେଇ ବର୍ଷ କୋଭିଡ ମହାମାରୀ ସହ ଲଢେଇ କରୁଛେ । ଏହି କାରଣରୁ ସ୍ମରଣ ଶକ୍ତି ସାମାନ୍ୟ କମି ଯାଇଛି । ଏହାପରେ ମଧ୍ୟ ବିଶ୍ବ ଭୁଲି ନାହିଁ ଯେ, ଆତଙ୍କବାଦର ଉତ୍ପତ୍ତି ସ୍ଥଳ କେଉଁଠି ଓ ଆତଙ୍କୀ କାର୍ଯ୍ୟକଳାପ ପଛରେ କାହାର ହାତ ରହୁଛି । ସମଗ୍ର ବିଶ୍ବ ଆଜି ପାକିସ୍ତାନକୁ ଆତଙ୍କବାଦର କେନ୍ଦ୍ରସ୍ଥଳ ଭାବେ ଦେଖୁଛି(epicentre of terrorism) । ତେଣୁ କୌଣସି ପ୍ରକାର କାଳ୍ପନିକ ଦୁନିଆରେ ବଞ୍ଚିବା ପୂର୍ବରୁ ସେମାନେ ନିଜକୁ(ପାକିସ୍ତାନ) ଏହି କଥା ସ୍ମରଣ କରାଇବା ଉଚିତ୍ ।

ଏହାମଧ୍ୟ ପଢନ୍ତୁ: ଜାତିସଂଘରେ କାଶ୍ମୀର ପ୍ରସଙ୍ଗ ଉଠାଇଲା ପାକ୍, ନାଁ ନେଇ କଡା ଜବାବ ଦେଲା ଭାରତ

ନିକଟରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ହିନା ରବ୍ବାନୀ ଖାର ଆଣିଥିବା ଅଭିଯୋଗର ଜୟଶଙ୍କର(External Affairs Minister Jaishankar) ଏପରି କଡା ଜବାବ ଦେଇଛନ୍ତି । ହୀନା ରବ୍ବାନୀ ଖାର କହିଥିଲେ ଯେ, ଅନ୍ୟ କୌଣସି ଦେଶ ଭାରତ ଠାରୁ ଆତଙ୍କବାଦର ବ୍ୟବହାର ବେଶୀ ଭଲ ଭାବେ ଜାଣିନାହାନ୍ତି ।

Last Updated : Dec 16, 2022, 11:07 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.