ETV Bharat / international

Beauty Salon Ban: ତେଜିଲା ବିରୋଧ, ନିୟମର ଉଲ୍ଲଘଂନ ହୋଇଛି କହିଲା ମନ୍ତ୍ରଣାଳୟ

author img

By

Published : Jul 23, 2023, 10:03 PM IST

ଶିକ୍ଷା, ଚାକିରି, ସ୍ବାଧୀନତା ଛଡାଇବା ପରେ ଏବେ ମହିଳାଙ୍କ ଲାଗି ବ୍ୟୁଟି ପାର୍ଲର ଯିବା ବନ୍ଦ କରିଛି ତାଲିବାନ । ଆଜି ଏହା ଉପରେ ପ୍ରତିକ୍ରିୟା ରଖିଛି ମନ୍ତ୍ରଣାଳୟ । ଅଧିକ ପଢନ୍ତୁ

Etv Bharat
Etv Bharat

କାବୁଲ: ପୁଣି ମହିଳା ବିରୋଧୀ କଟକଣା ଲାଗୁ କଲା ତାଲିବାନ । ଆଫଗାନିସ୍ତାନରେ ରାଜ କରୁଥିବା ତାଲିବାନ ମହିଳାମାନଙ୍କୁ ବିୟୁଟି ପାର୍ଲର ଯିବା ଉପରେ କଟକଣା ଲଗାଇଛି । ଚଳିତ ମାସ ପ୍ରଥମ ସପ୍ତାହରୁ ୱିମେନ ବିୟୁଟି ପାର୍ଲର ଉପରେ ବ୍ୟାନ ଲାଗିଥିବା ବେଳେ ଆଜି ପ୍ରତିକ୍ରିୟା ରଖିଛି ଉପାଧ୍ୟକ୍ଷ ତଥା ଗୁଣବତ୍ତା ମନ୍ତ୍ରଣାଳୟ । ବିୟୁଟି ପାର୍ଲରରେ ମହିଳାମାନେ ନିୟମ ମାନୁନଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ମନ୍ତ୍ରଣାଳୟ କହିଛି । ହେଲେ ଏହାକୁ ମହିଳାମାନେ ବିରୋଧ କରିଥିବା ବେଳେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଥିବା ଦେଖିବାକୁ ମିଳିଛି ।

Beauty Salon Ban
ଆଫଗାନିସ୍ତାନରେ ମହିଳା ବ୍ୟୁଟି ପାର୍ଲର ବ୍ୟାନ

ଗତ 4 ମାସ ପୂର୍ବରୁ ବିୟୁଟି ପାର୍ଲରଗୁଡ଼ିକୁ ଗାଇଡଲାଇନ ପଠାଯାଇଥିଲେ ସୁଦ୍ଧା ସେମାନେ ଏହାର ଖୋଲାଖୋଲି ଉଲ୍ଲଘଂନ କରିଥିଲେ । ଏଣୁ ଶେଷରେ ମନ୍ତ୍ରଣାଳୟ ମହିଳାଙ୍କ ଲାଗି ବ୍ୟୁଟି ପାର୍ଲରକୁ ବ୍ୟାନ କରିଥିବା କହିଛି । ଏହି ନିର୍ଦ୍ଦେଶନାମା ଜାରି ହେବା ପରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଅନେକ ମହିଳା । ଏହି ନିଷ୍ପତ୍ତି ଦ୍ବାରା ଅନେକ ବେରୋଜଗାର ହୋଇଯାଇଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନରତ ମହିଳା । ଆଫଗାନିସ୍ତାନରେ ମହିଳା ବିୟୁଟି ପାର୍ଲର ଖୋଲିବା ବେଆଇନ ବୋଲି କୁହାଯାଇଛି । ଏଠାରେ ମହିଳାଙ୍କୁ ଇସଲାମ ଧର୍ମ ଅନୁସାରେ ନିଷିଦ୍ଧ ସେବା ପ୍ରଦାନ କରାଯାଉଛି ବୋଲି କହିଛି ମନ୍ତ୍ରଣାଳୟ ।

Beauty Salon Ban
ବ୍ୟୁଟି ସାଲୋନ ବ୍ୟାନ ପରେ ମହିଳାଙ୍କ ବିରୋଧ

କଣ କହେ ଗାଇଡଲାଇନ:- ମନ୍ତ୍ରଣାଳୟର ଗାଇଡଲାଇନ ଅନୁସାରେ ବ୍ୟୁଟି ପାର୍ଲରରେ କାର୍ଯ୍ୟରତ ମହିଳା ବା ଗ୍ରାହକ ପ୍ରାର୍ଥନା ସମୟରେ ପ୍ରାର୍ଥନା କରିବା ଉଚିତ । ଏହାସହ ହିଜାବ ପିନ୍ଧି କାମ କରିବେ ବିୟୁଟି ପାର୍ଲର ଚଲାଉଥିବା ମହିଳା । ମେକ୍‌ଅପ୍‌ ନେବା ପୂର୍ବରୁ ଇସଲାମିକ ନିୟମ ଅନୁସାରେ ମୁଣ୍ଡ, ହାତ, ଗୋଡ଼, ମୁହଁକୁ ପାଣିରେ ଧୋଇବେ । ଏହାସହିତ ମହିଳା ମେକ୍‌ଅପ୍‌ ଆର୍ଟିଷ୍ଟ କୌଣସି ଗ୍ରାହକଙ୍କ ଘରକୁ ସେବା ଯୋଗାଇବା ଲାଗି ଯାଇପାରିବେ ନାହିଁ । ଏହି ସମସ୍ତ ନିୟମକୁ ପାଳନ କରିବା ଲାଗି ସମସ୍ତ ବିୟୁଟି ପାର୍ଲରକୁ ନୋଟିସ ଜାରି କରାଯାଇଥିଲା । ହେଲେ ଏହି ନିୟମକୁ ପାଳନ ନକରିବାରୁ ବିୟୁଟି ପାର୍ଲରଗୁଡ଼ିକୁ ବ୍ୟାନ କରାଯାଇଥିବା ମନ୍ତ୍ରଣାଳୟର ମୁଖପାତ୍ର ଅକିଫ ମହାଜର କହିଛନ୍ତି ।

ଏହା ବି ପଢନ୍ତୁ- ତାଲିବାନର ନୂଆ କଟକଣା, ମହିଳାଙ୍କୁ NGOରେ କାମ କରିବା ମନା

କଣ କହୁଛନ୍ତି ବ୍ୟୁଟି ପାର୍ଲର ମାଲିକ:- ମନ୍ତ୍ରଣାଳୟ ଦ୍ବାରା ଏହି ବ୍ୟାନ ଜାରି ହେବା ପରେ ଅନେକ ମହିଳା ଏହାକୁ ବିରୋଧ କରିଛନ୍ତି । ଜଣେ ବିୟୁଟି ପାର୍ଲର ମାଲିକାଣୀ କହିଛନ୍ତି, "ତାଲିବାନ ଦ୍ବାରା ଯେଉଁ ଗାଇଡ୍‌ଲାଇନ୍‌ ଜାରି ହେବ ତାହାକୁ ଆମେ ପାଳନ କରିବୁ । ହେଲେ ବ୍ୟାନ୍‌ ନିଷ୍ପତ୍ତିକୁ ପ୍ରତ୍ୟାହାର କରାଯାଉ । ନିୟମ ବାସ୍ତବରେ ପାଳନ ହେଉଛି କି ନାହିଁ ତାହା ଜାଣିବା ଲାଗି ସର୍ଭେ ମଧ୍ୟ କରାଯାଉ ।" ସେହିପରି ମେକ୍‌ଅପ୍‌ ଆର୍ଟିଷ୍ଟ ମହତାବ କହିଛନ୍ତି, "ଆମକୁ ଗୋଟିଏ ସୁଯୋଗ ଦିଆଯାଉ। ଯେଉଁମାନେ ଗାଇଡଲାନକୁ ପାଳନ କରିବେ ନାହିଁ ସେମାନଙ୍କ ସାଲୋନକୁ ବନ୍ଦ କରାଯାଉ ।"

ଅନ୍ୟପଟେ ମହିଳା ମେକ୍‌ଅପ୍‌ ଆର୍ଟିଷ୍ଟ ୟୁନିଅନର ତଥ୍ୟ ଅନୁସାରେ ଆଫଗାନିସ୍ତାନରେ ପ୍ରାୟ 50 ହଜାର କର୍ମୀ 12 ହଜାର ବିୟୁଟି ସାଲୋନରେ କାମ କରି ଆସୁଛନ୍ତି । ଦେଶରେ ବିୟୁଟି ସାଲୋନ ବନ୍ଦ କରାଯିବା ପରେ ଏମାନେ ନିଜର ରୋଜଗାର ହରାଇଛନ୍ତି । ମନ୍ତ୍ରଣାଳୟ ଏହି ବ୍ୟାନ୍‌ ହଟାଇବାର ଆବଶ୍ୟକତା ରହିଛି । ଯାହାଦ୍ବାରା ଏମାନେ ନିଜ ବୃତ୍ତି ଫେରିପାଇବା ସହ ପୁଣି ଥରେ ସ୍ବାବଲମ୍ବୀ ହୋଇପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.