ETV Bharat / international

US ସୁପ୍ରିମକୋର୍ଟ ଶୁଣାଇଲା ଏପରି ରାୟ, ଦେଶପାଇଁ ଦୁଃଖଦ ଦିନ କହିଲେ ବାଇଡେନ ଓ ଓବାମା - ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ

ଆମେରିକାର ସୁପ୍ରିମକୋର୍ଟ ଶୁକ୍ରବାର ଏକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଆମେରିକାରେ ଗର୍ଭପାତ(Abortion Rights) କରିବା ଏବେ ଆଉ ସାମ୍ବିଧାନିକ ଅଧିକାର ନୁହେଁ । ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ବିରୋଧ । ଅଧିକ ପଢନ୍ତୁ

ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ: ଗର୍ଭପାତ କରିବା ସାମ୍ବିଧାନିକ ଅଧିକାର ନୁହେଁ

author img

By

Published : Jun 25, 2022, 8:46 AM IST

Updated : Jun 25, 2022, 11:45 AM IST

ଓ୍ବାଶିଂଟନ: ଗର୍ଭପାତକୁ ନେଇ ବଡ ରାୟ ଶୁଣାଇଛନ୍ତି ଆମେରିକାର ସୁପ୍ରିମକୋର୍ଟ(US Supreme Court) । ଗର୍ଭପାତର ସାମ୍ବିଧାନିକ ଅଧିକାରକୁ ଶେଷ କରିଦେଇଛନ୍ତି । ଆମେରିକା ସୁପ୍ରିମକୋର୍ଟ ୧୯୭୩ର 'ରୋଏ ବନାମ ଓ୍ଵେଡ୍' ନିଷ୍ପତ୍ତିକୁ ସମାପ୍ତ କରି ଏହି ରାୟ ଶୁଣାଇଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ବିରୋଧ କରିଛନ୍ତି ।

ବାଇଡେନ କହିଛନ୍ତି ଯେ, "କୋର୍ଟ ଏବଂ ଦେଶପାଇଁ ଏକ ଦୁଃଖଦ ଦିନ । କୋର୍ଟ ଯାହା କେବେ କରିନଥିଲେ ତାହା କରିଛନ୍ତି । ସୁପ୍ରିମକୋର୍ଟଙ୍କ ଦୁଃଖଦ ତ୍ରୁଟି ଆମେରିକାକୁ ୧୫୦ବର୍ଷ ପଛକୁ ନେଇ ଯାଇଛି । ସୁପ୍ରିମକୋର୍ଟ ଲୋକଙ୍କ ସାମ୍ବିଧାନିକ ଅଧିକାରକୁ ଛଡାଇ ନେଇଛନ୍ତି । ଏପରି ରାୟ ଦେଇ କୋର୍ଟ ଲୋକଙ୍କ ସ୍ୱାଧୀନତା ଏବଂ ଅଧିକାର ଉପରେ ଆକ୍ରମଣ କରିଛନ୍ତି ।" ହେଲେ ରାଷ୍ଟ୍ରପତି ବାଇଡେନ ମହିଳାଙ୍କ ସୁରକ୍ଷା ପ୍ରତି ତାଙ୍କ ପ୍ରଶାସନ ସର୍ବଦା କାର୍ଯ୍ୟରତ ଓ ଏଥିପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି କହିଛନ୍ତି ବାଇଡେନ ।

ସେହିପରି ବିଭିନ୍ନ ମହିଳା ସଂଗଠନ ସର୍ବୋଚ୍ଚ ନ୍ୟାୟାଳୟର ଏହି ରାୟକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଛନ୍ତି । କେଉଁ ଆଧାରରେ ଉଚ୍ଛେଦ ହେଲା ଏହି ଆଇନ୍ ତାର ଜବାବ ମାଗିଛନ୍ତି ପ୍ରତିବାଦକାରୀ । ପ୍ରାୟ ୫୦ ବର୍ଷ ପୂର୍ବେ 'ରୋଏ ବନାମ ଓ୍ଵେଡ୍' କେସରେ ଜଣେ ମହିଳାଙ୍କ ଗର୍ଭପାତର ଅଧିକାର ସୁନିଶ୍ଚିତ କରିଥିଲେ ସୁପ୍ରିମକୋର୍ଟ । ଏହି ନିୟମ ଅନୁସାରେ ପୂର୍ବରୁ ମହିଳାଙ୍କ ଗର୍ଭପାତ ଅଧିକାରକୁ ସୁନିଶ୍ଚିତ କରାଯାଇଥିଲା । ଆମେରିକାରେ ମହିଳାମାନେ ଗର୍ଭପାତ କରିବେ କିମ୍ବା ନକରିବେ ସେହି ନିଷ୍ପତ୍ତି ସେମାନେ ନେଇପାରୁଥିଲେ ।

ଭିନ୍ନ ଭିନ୍ନ ରାଜ୍ୟ ନିଜ ଇଚ୍ଛା ଅନୁସାରେ ଏହି ପ୍ରକ୍ରିୟାକୁ ଅନୁମତି ଦେଇପାରନ୍ତି କିମ୍ବା ପ୍ରତିବନ୍ଧିତ କରିପାରନ୍ତି ବୋଲି କୁହାଯାଇଥିଲା । କିନ୍ତୁ ଏବେ ସର୍ବୋଚ୍ଚ ଅଦାଲତ ପୂରା ଦେଶରେ ଏକ ରାୟ ପାରିତ କରିଛନ୍ତି । ଆମେରିକାରେ ଗର୍ଭପାତ କରାଯିବାର ମାମଲା ବୃଦ୍ଧି ହେବା ପରିପ୍ରେକ୍ଷୀରେ ଏହି ନିଷ୍ପତ୍ତିକୁ ଗୁରୁତ୍ବପୂର୍ଣ୍ଣ ବୋଲି ଦର୍ଶାଯାଇଛି । ବିଚାରପତି ସାମୁଏଲ ଅଲିଟୋଙ୍କ ଏକ ଡ୍ରାଫ୍ଟ ଆଶ୍ଚର୍ଯ୍ୟଜନକ ଭାବେ ଲିକ୍ ହେବାର ଗୋଟିଏ ମାସପରେ କୋର୍ଟଙ୍କ ଏହି ନିଷ୍ପତ୍ତି ଆସିଛି । ସେ କହିଛନ୍ତି ଯେ, ଗର୍ଭପାତ ଏକ ଗଭୀର ନୈତିକ ପ୍ରସଙ୍ଗ ଉପସ୍ଥାପନ କରେ ଯେଉଁଥିରେ ଆମେରିକୀୟମାନେ ତୀବ୍ର ବିବାଦୀୟ ମତ ରଖନ୍ତି ।

ଆମେରିକା ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, କୋର୍ଟଙ୍କ ରାୟ ପରେ ଅଲବାନା, ଜର୍ଜିଆ, ଇଣ୍ଡିଆନା ସମେତ ଆମେରିକାର ୨୪ ରାଜ୍ୟ ମଧ୍ୟ ଗର୍ଭପାତ ଉପରେ କଟକଣା ଲଗାଇ ପାରନ୍ତି । କିନ୍ତୁ ଗର୍ଭପାତ ହେଉଛି ସେମାନଙ୍କର ମୌଳିକ ଅଧିକାର ବୋଲି ମତ ରଖିଛନ୍ତି ଆମେରିକୀୟ ମହିଳା ।

Last Updated : Jun 25, 2022, 11:45 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.