ETV Bharat / international

ଅଶାନ୍ତ ବିଶ୍ୱ ! ସିରିଆ ଉପରେ ଆମେରିକାର ଏୟାରଷ୍ଟ୍ରାଇକ୍‌, "ଆତ୍ମରକ୍ଷା ପାଇଁ ଆକ୍ରମଣ"

author img

By ETV Bharat Odisha Team

Published : Oct 27, 2023, 10:35 AM IST

Updated : Oct 27, 2023, 11:44 AM IST

ସିରିଆ ଉପରେ ଆମେରିକାର ଏୟାରଷ୍ଟ୍ରାଇକ । ଇରାନ ସମର୍ଥିତ ଆତଙ୍କୀ ସଂଗଠନ IRGS ଆଡ୍ଡା ଉପରେ ବୋମାମାଡ଼ କରାଯାଇଥିବା ସୂଚନା । ଅଧିକ ପଢନ୍ତୁ

ସିରିଆ ଉପରେ ଆମେରିକାର ଏୟାରଷ୍ଟ୍ରାଇକ୍‌
ସିରିଆ ଉପରେ ଆମେରିକାର ଏୟାରଷ୍ଟ୍ରାଇକ୍‌

ହାଇଦ୍ରାବାଦ: ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ମଧ୍ୟରେ ଆଉ ଏକ ଯୁଦ୍ଧ ମୁଣ୍ଡ ଟେକିବାକୁ ବସିଛି । ପୂର୍ବ ସିରିଆର 2ଟି ସ୍ଥାନରେ ଏୟାର ଷ୍ଟ୍ରାଇକ୍‌ କରିଛି ଆମେରିକା । ଇରାନ ସମର୍ଥିତ ଆତଙ୍କୀ ସଂଗଠନ IRGCକୁ ବିରୋଧ କରି ସିରିୟା ଉପରେ ଆମେରିକା କରିଛି ଏୟାରଷ୍ଟ୍ରାଇକ । ଆତ୍ମରକ୍ଷା ପାଇଁ ଏହି ଆକ୍ରମଣ କରାଯାଇଥିବା ଆମେରିକା ପକ୍ଷରୁ କୁହାଯାଇଛି ।

ଅଶାନ୍ତ ବିଶ୍ବ । ଋଷ-ୟୁକ୍ରେନ, ଇସ୍ରାଇଲ-ପାଲେଷ୍ଟାଇନ ଯୁଦ୍ଧ ମଧ୍ୟରେ ଏବେ ସିରିଆ ଉପରେ ଆକ୍ରମଣ କରିଛି ଆମେରିକା । ଇରାନ ସମର୍ଥିତ ଆତଙ୍କୀ ସଂଗଠନ IRGC ଆଡ୍ଡା ଉପରେ ଏହି ଏୟାରଷ୍ଟ୍ରାଇକ କରିଥିବା ଆମେରିକା ପକ୍ଷରୁ କୁହାଯାଇଛି । ସିରିୟାର 2ଟି ସ୍ଥାନରେ ଆମେରିକା ପକ୍ଷରୁ ବୋମାମାଡ କରାଯାଇଥିବା ବେଳେ ଏହିଠାରୁ ଆତଙ୍କୀ ସଂଗଠନ IRGC ଆତଙ୍କୀ କାର୍ଯ୍ୟକଳାପକୁ ଅପରେଟ କରୁଥିବା ସୂଚନା ରହିଛି । ତେବେ ଆତ୍ମରକ୍ଷା ପାଇଁ ଏହି ଆକ୍ରମଣ କରାଯାଇଥିବା ଆମେରିକା ପକ୍ଷରୁ କୁହାଯାଇଛି।

ହାମଧ୍ୟ ପଢନ୍ତୁ..Israel Hamas War: ହମାସର ଦାବି, ଇସ୍ରାଏଲ ଆକ୍ରମଣରେ ପ୍ରାୟ 50 ପଣବନ୍ଦୀଙ୍କ ମୃତ୍ୟୁ !

ଆମେରିକାର ବିବୃତ୍ତି ଅନୁଯାୟୀ, ସିରିୟାର ଯେଉଁ ସ୍ଥାନରେ ଆକ୍ରମଣ କରାଯାଇଛି ସେହିଠାରୁ ଆତଙ୍କୀ ସଂଗଠନ ଆତଙ୍କୀ କାର୍ଯ୍ୟ ଅପରେଟ କରୁଥିଲେ । ଇରାନର ଇସାରାରେ ଆମେରିକାର ସୈନ୍ୟ ଆଡ୍ଡା ଉପରେ ଏହି ଆତଙ୍କୀ ଆକ୍ରମଣ କରାଯାଇଥିଲା । ତେବେ ତାହାର ଜବାବରେ ଆତ୍ମରକ୍ଷା ପାଇଁ ଏହି ପ୍ରତିଆକ୍ରମଣ କରାଯାଇଛି ।

ପେଣ୍ଟାଗନ ଦ୍ବାରା ଜାରି ବୟାନ ଅନୁଯାୟୀ, ରାଷ୍ଚ୍ରପତି ଜୋ ବାଇଡେନଙ୍କ ନିର୍ଦ୍ଦେଶ ଅନୁସାରେ ଆମେରିକା ସୈନ୍ୟ ପୂର୍ବ ସିରିଆରେ ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କ୍ରପ୍ସ( IRGC) ଓ ଏହା ସହ ଜଡିତ ଅନ୍ୟ ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣ କରିଛନ୍ତି । ଆତ୍ମରକ୍ଷା ଦୃଷ୍ଟିରୁ ଏହି ଆକ୍ରମଣ କରାଯାଇଥିବା ପେଣ୍ଟାଗନ ପକ୍ଷରୁ କୁହାଯାଇଛି ।

ଏହାମଧ୍ୟ ପଢନ୍ତୁ..8 ଭାରତୀୟ ପୂର୍ବତନ ନୌସେନାଧିକାରୀଙ୍କୁ କତାରରେ ମୃତ୍ୟୁ ଦଣ୍ଡାଦେଶ

ପେଣ୍ଟାଗନର ସୂଚନା ଅନୁୟାୟୀ, ତେବେ ଏହା ପୂର୍ବରୁ ଇରାନର ଇସାରାରେ ଇରାନ ଓ ସିରିୟାରେ ଥିବା ଆତଙ୍କୀ ଗୋଷ୍ଠୀ ଆମେରିକା ସୈନ୍ୟ ବଳ ଉପରେ ଆକ୍ରମଣ କରିଥିଲା । ଅକ୍ଟୋବର 17ରୁ ଏବେ ସୁଦ୍ଧା ମଧ୍ୟରେ ଆମେରିକା ବେସ୍ ଓ କର୍ମଚାରୀଙ୍କ ଉପରେ ପାଖାପାଖି 12 ଥର ଆକ୍ରମଣ କରାଯାଇଛି । ଇରାକ ଓ ସିରିଆ ସମର୍ଥିତ ଆତଙ୍କୀ ସଂଗଠନ ଏହି ଆକ୍ରମଣ କରିଥିଲେ । ସେହି ଆକ୍ରମଣରେ ଜଣେ ଆମେରିକୀୟ ଠିକାଦାରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 21 ଜଣ ସାମାନ୍ୟ ଆହତ ହୋଇଥିଲେ । ଆକ୍ରମଣର ପ୍ରତି ଜବାବରେ ବୋମାମାଡ କରାଯାଇଥିବା ଆମେରିକା ପକ୍ଷରୁ କୁହାଯାଇଛି ।

ଏହାମଧ୍ୟ ପଢନ୍ତୁ..ହମାସ ଆକ୍ରମଣର ସମ୍ଭାବ୍ୟ କାରଣ ‘ଭାରତ ମଧ୍ୟପ୍ରାଚ୍ୟ ଇକୋନୋମିକ କରିଡର’: ବାଇଡେନ

ପେଣ୍ଟାଗନର ବୟାନ ଅନୁଯାୟୀ, "ଆମେରିକା ପାଇଁ କର୍ମଚାରୀଙ୍କ ସୁରକ୍ଷା ଠୁ ବଡ ଆମେରିକା ପାଇଁ ଆଉ କୌଣସି ବଡ କାର୍ଯ୍ୟ ନାହିଁ। ସୈନ୍ୟଙ୍କୁ ସୁରକ୍ଷା ଦେବା ଆମେରିକାର ପ୍ରଥମ ପ୍ରାଥମିକତା । ଆମେରିକା ଉପରେ ଏଭଳି ଆକ୍ରମଣ କେବେ ବରଦାସ୍ତ କରାଯିବ ନାହିଁ ଓ ନିଜ ନାଗରିକଙ୍କୁ ସୁରକ୍ଷା ଦେବା ଆମେରିକାର ପ୍ରଥମ ପ୍ରାଥମିକତା । ଆଜିର ଏହି କାର୍ଯ୍ୟାନୁଷ୍ଠାନ ତାହାର ଜବାବ ଅଟେ। ଆମେରିକା ବିବାଦ ଚାହେଁନାହିଁ କିମ୍ବା କାହା ସହ ଶତ୍ରୁତା କରିବାକୁ ନା ଉଦ୍ଦେଶ୍ୟ ରହିଛି ନା କୌଣସି ଇଚ୍ଛା ରହିଛି । କିନ୍ତୁ ଆମେରିକା ସୈନ୍ୟଙ୍କ ବିରୋଧରେ ଇରାନୀ ସମର୍ଥିତ ଆକ୍ରମଣର କେବେବି ବରଦାସ୍ତ କରାଯିବ ନାହିଁ । ଏହାକୁ ରୋକା ଯିବ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 27, 2023, 11:44 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.