ETV Bharat / international

Israel-Gaza War: ଟେଲ-ଆଭିଭରେ ଆମେରିକା ବୈଦେଶିକ ସଚିବ, ନେତିନ୍ୟାହୁଙ୍କ ସହ କଲେ ଆଲୋଚନା କଲେ

author img

By ETV Bharat Odisha Team

Published : Oct 12, 2023, 4:32 PM IST

ଟେଲ-ଆଭିଭରେ ଆମେରିକା ବିଦେଶ ସଚିବ ଆଣ୍ଟୋନୀ ବ୍ଲିନକେନ । ରାଷ୍ଟ୍ରପତି ନେତାନ୍ୟାହୁଙ୍କ ସହ କଲେ ଆଲୋଚନା । ପ୍ରଥମ ଦିନରୁ ସମର୍ଥନ ଘୋଷଣା କରିସାରିଛି ଆମେରିକା । ଅଧିକ ପଢନ୍ତୁ

ଟେଲ-ଆଭିଭରେ ଆମେରିକା ବୈଦେଶିକ ସଚିବ, ନେତିନ୍ୟାହୁଙ୍କ ସହ କଲେ ଆଲୋଚନା କଲେ

ହାଇଦ୍ରାବାଦ: ଇସ୍ରାଏଲ-ପାଲେଷ୍ଟାଇନ ବିବାଦ ମଧ୍ୟରେ ପ୍ରତ୍ୟକ୍ଷ ହସ୍ତକ୍ଷେପ କରିବାକୁ ଯାଉଛି ଶକ୍ତିଶାଳୀ ରାଷ୍ଟ୍ର ଆମେରିକା । ପ୍ରଥମ ଦିନରୁ ଇସ୍ରାଏଲକୁ ସମର୍ଥନ ଓ ଯୁଦ୍ଧାସ୍ତ୍ର ଯୋଗାଇ ଆସିଥିବା ଆମେରିକା ଏବେ ନିଜ ଗୃହ ସଚିବ ଆଣ୍ଟୋନି ବ୍ଲିନକେନଙ୍କୁ ଇସ୍ରାଏଲ ପଠାଇଛି । ଯୁଦ୍ଧ ଜାରି ରହିଥିବା ସ୍ଥିତିରେ ଆଜି ଅପରାହ୍ନରେ ଆମେରିକୀୟ ଟିମ ସହ ବିଦେଶ ସଚିବ ବ୍ଲିନକେନ ଟେଲ-ଆଭିଭରେ ପହଞ୍ଚିବା ପରେ ରାଷ୍ଟ୍ରପତି ବେଞ୍ଜାମିନ ନେତାନ୍ୟାହୁଙ୍କୁ ସାକ୍ଷାତ କରିଛନ୍ତି । ଉଭୟ ଦେଶର ପ୍ରତିନିଧିମଣ୍ଡଳୀ ମଧ୍ୟରେ ଏକ ଗୁରୁତ୍ବପୂର୍ଣ୍ଣ ଆଲୋଚନା ମଧ୍ୟ ହୋଇଛି । ଏପରି ସ୍ଥିତିରେ ଇସ୍ରାଏଲ ସହ ଆମେରିକା ରହିଛି ଓ ସମସ୍ତ ଆବଶ୍ୟକ ସହଯୋଗ ଯୋଗାଇବା ପାଇଁ ପ୍ରତିଶୃତି ମଧ୍ୟ ଦେଇଥିବା ସୂଚନା ମିଳିଛି ।

  • #WATCH | US Secretary of State, Antony Blinken meets Israeli PM Benjamin Netanyahu in Tel Aviv

    "We are here. We are not going anywhere," Blinken to Netanyahu in their meeting.

    (Source: Reuters) pic.twitter.com/AYedP6F3NI

    — ANI (@ANI) October 12, 2023 " class="align-text-top noRightClick twitterSection" data=" ">

ଏହି ଯୁଦ୍ଧ ଘୋଷଣା ହେବା ପରଠାରୁ ଆମେରିକାର ଇସ୍ରାଏଲକୁ ଖୋଲା ସମର୍ଥନ କରିସାରିଛି । ‘ହମାସ’ ଗୋଷ୍ଠୀର ଆକ୍ରମଣକୁ ନିନ୍ଦା କରିବା ସହ ପ୍ରତିଜବାବରେ ଇସ୍ରାଏଲ କରିଥିବା ଆକ୍ରମଣକୁ ମଧ୍ୟ ହ୍ବାଇଟ ହାଉସ ସମର୍ଥନ କରିଥିଲା । ଅନ୍ୟପଟେ ଇସ୍ରାଏଲରେ ଥିବା ନିଜ ନାଗରିକଙ୍କ ସୁରକ୍ଷା ଆଳରେ ଆମେରିକା ଯୁଦ୍ଧାସ୍ତ୍ର ମଧ୍ୟ ପଠାଇଛି । ସ୍ଥିତି ଉପରେ ନଜର ରଖିବା ଓ ଆବଶ୍ୟକ ହେଲେ ଇସ୍ରାଏଲକୁ ସହଯୋଗ କରିବା ପାଇଁ ଭୂମଧ୍ୟ ସାଗରରେ ଆମରିକାର ଶକ୍ତିଶାଳୀ ନୌସେନା ଜାହାଜ ମଧ୍ୟ ପହଞ୍ଚିସାରିଛି ।

ଆଜି ହ୍ବାଇଟ ହାଉସରେ ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଆମେରିକାରେ ରହୁଥିବା ଇହୁଦୀ ସମ୍ପ୍ରଦାୟକୁ ସମ୍ବୋଧିତ କରିଛନ୍ତି । ‘ହମାସ’ ଆତଙ୍କୀ ଆକ୍ରମଣକୁ କଡା ନିନ୍ଦା କରିବା ଏହାକୁ ବର୍ବର ଓ ଅମାନବୀୟ ଆକ୍ରମଣ ବୋଲି କହିଛନ୍ତି । ହମାସ ଓ ପାଲେଷ୍ଟାଇନକୁ ସମର୍ଥନ କରୁଥିବା ଇରାନକୁ ଚେତାବନୀ ମଧ୍ୟ ଦେଇଛନ୍ତି ବାଇଡେନ ।

ଏହା ମଧ୍ଯ ପଢନ୍ତୁ:- ହମାସ୍ ଇସ୍ରାଏଲ ଶିଶୁଙ୍କ ମୁଣ୍ଡକାଟ କରୁଛି କହିଲେ ବାଇଡେନ; ଇରାନକୁ ଦେଲେ ଚେତାବନୀ

କେବଳ ଆମେରିକା ନୁହେଁ ବରଂ ଏକାଧିକ ୟୁରୋପୀୟ ରାଷ୍ଟ୍ର ଇସ୍ରାଏଲକୁ ସମର୍ଥନ କରିସାରିଛନ୍ତି । ବ୍ରିଟେନ, ଇଟାଲୀ ଓ ଜର୍ମାନ ପରି ଶକ୍ତିଶାଳୀ ୟୁରୋପୀୟ ରାଷ୍ଟ୍ର ମଧ୍ୟ ଇସ୍ରାଏଲ ସମର୍ଥନରେ ରହିଛନ୍ତି । ଅନ୍ୟପଟେ ୟୁରୋପରୁ ଇସ୍ରାଏଲକୁ ସାହାଯ୍ୟ ଓ ସମର୍ଥନ ମିଳିବାରେ ଲାଗିଥିବା ବେଳେ ମଧ୍ୟପ୍ରାଚ୍ୟର ଇସଲାମୀୟ ଦେଶମାନେ ଏବେ ପାଲେଷ୍ଟାଇନକୁ ସମର୍ଥନ କରିବା ଆରମ୍ଭ କଲେଣି । ଗତକାଲି ତୁର୍କୀ ରାଷ୍ଟ୍ରପତି ଇସ୍ରାଏଲର ସାମରିକ ଅଭିଯାନକୁ ନିନ୍ଦା କରିଥିଲେ ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.