ETV Bharat / international

କୋରୋନା ସଂକ୍ରମିତ ହେଲେ ବାଇଡେନ୍‌ଙ୍କ ପତ୍ନୀ - ବାଇଡେନଙ୍କ ପତ୍ନୀ ଜିଲ ବାଇଡେନ

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପତ୍ନୀ କୋରୋନା ସଂକ୍ରମିତ। ଜୋ ବାଇଡେନଙ୍କ ରିପୋର୍ଟ ନେଗେଟିଭ। ଅଧିକ ପଢନ୍ତୁ

US First Lady Jill Biden tests Covid positive

author img

By ETV Bharat Odisha Team

Published : Sep 5, 2023, 10:41 AM IST

ଓ୍ବାସିଂଟନ: କୋରୋନା ସଂକ୍ରମିତ ହେଲେ ଆମେରିକା ରାଷ୍ଟ୍ରପତି ଜୋ' ବାଇଡେନଙ୍କ ପତ୍ନୀ ତଥା ପ୍ରଥମ ମହିଳା ଜିଲ ବାଇଡେନ । କୋରୋନାର ସାମାନ୍ୟ ଲକ୍ଷଣ ଜିଲ ବାଇଡେନଙ୍କ ଠାରେ ଦେଖା ଦେଇଥିବା ତାଙ୍କ କମ୍ୟୁନିକେସନ ଡିରେକ୍ଟର ଏଲିଜାବେଥ୍ ଆଲେକ୍ସଜାଣ୍ଡାର ଏକ ବିବୃତ୍ତିରେ କହିଛନ୍ତି । ଅନ୍ୟପଟେ ପତ୍ନୀ କୋରୋନା ସଂକ୍ରମିତ ହେବା ପରେ ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ କୋରୋନା ପରୀକ୍ଷା କରିଥିଲେ, ରିପୋର୍ଟ କିନ୍ତୁ ନେଗେଟିଭ ଆସିଛି ।

ଏହା ମଧ୍ୟ ପଢନ୍ତୁ- ବାଇଡେନଙ୍କ ପତ୍ନୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉପହାର, କ’ଣ ରହିଛି ଏହି ହୀରାର ବିଶେଷତ୍ବ

ବିବୃତ୍ତିରେ କୁହାଯାଇଛି ଯେ, ଜିଲ ବାଇଡେନ କୋରୋନା ସଂକ୍ରମିତ ହୋଇଛନ୍ତି । କୋରୋନାର ସାମାନ୍ୟ ଲକ୍ଷଣ ରହିଥିବାରୁ ବର୍ତ୍ତମାନ ସେ ଡେଲାୱେରର ରେହବୋଥ ବିଚ୍‌ରେ ଥିବା ଘରେ ରହିବେ । ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ କୋରୋନା ପରୀକ୍ଷା କରିଥିଲେ । କିନ୍ତୁ ତାଙ୍କ ରିପୋର୍ଟ ନେଗେଟିଭ ଆସିଛି । ହ୍ବାଇଟ୍‌ ହାଉସ ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, ଜିଲ ବାଇଡେନଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିବା ପରେ ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଗତ ସନ୍ଧ୍ୟାରେ କୋଭିଡ ପରୀକ୍ଷା କରିଥିଲେ । କିନ୍ତୁ ତାଙ୍କ ରିପୋର୍ଟ ନେଗେଟିଭ ଆସିଛି । ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ ରାଷ୍ଟ୍ରପତି ନିୟମିତ କୋରୋନା ପରୀକ୍ଷା କରିବେ । ବର୍ତ୍ତମାନ ଆମେରିକାରେ କୋରୋନା ସଂକ୍ରମଣ ବୃଦ୍ଧି ହେବାରେ ଲାଗିଛି। ଏନେକ ଲୋକ ହସ୍ପିଟାଲ୍‌ରେ ମଧ୍ୟ ଭର୍ତ୍ତି ହୋଇଛନ୍ତି । ସେହିପରି କୋରୋନାର ନୂଆ ଭାରିଆଣ୍ଟ୍‌ EG.5 ସଂକ୍ରମଣ ମଧ୍ୟ ବୃଦ୍ଧି ହେବାରେ ଲାଗିଛି ।

ଏହା ମଧ୍ୟ ପଢନ୍ତୁ-G20 summit: ୮ରେ ମୋଦି-ବାଇଡେନଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା

ତେବେ ଆସନ୍ତା 9 ତାରିଖରୁ ଭାରତରେ ଆରମ୍ଭ ହେବ ଜି-20 ସମ୍ମିଳନୀ। ସମ୍ମିଳନୀରେ ଯୋଗ ଦେବାକୁ ଆସନ୍ତା 7 ତାରିଖରୁ 4 ଦିନିଆ ଭାରତ ଆସିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଏନେଇ ହ୍ବାଇଟ୍‌ ହାଉସ ପକ୍ଷରୁ ସୂଚନା ଦିଆଯାଇଥିଲା । ଏହା ପୂର୍ବରୁ ଆସନ୍ତା 8 ତାରିଖରେ ଦିନ ପ୍ରଧାନମନ୍ତ୍ରୀ ମୋଦି ଓ ବାଇଡେନଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହେବ । ଏହାପରେ 9 ତାରିଖରେ ଜି 20 ସମ୍ମିଳନୀରେ ଅଂଶ ଗ୍ରହଣ କରିବେ ଆମେରିକା ରାଷ୍ଟ୍ରପତି । ହ୍ବାଇଟ୍‌ ହାଉସ୍‌ର ଜାତୀୟ ସୁରକ୍ଷା ପରାମର୍ଶଦାତା ଜେ.କେ ସୁଲିଭାନ ମଙ୍ଗଳବାର ରାଷ୍ଟ୍ରପତି ବାଇଡେନଙ୍କ ଭାରତ ଗସ୍ତ ସମ୍ପର୍କରେ ଘୋଷଣା କରିଥିଲେ । ତେବେ ଜିଲ୍‌ ବାଇଡେନ କୋରୋନା ସଂକ୍ରମିତ ହେବା ପରେ ଏହା ବାଇଡେନଙ୍କ ଭାରତ ଗସ୍ତ ଉପରେ ପ୍ରଭାବ ପକାଇ ପାରେ ବୋଲି ଆଶଙ୍କା କରାଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.