ETV Bharat / international

୨୦୨୩ ଶେଷ ପର୍ଯ୍ୟନ୍ତ ଚାଲିପାରେ ୟୁକ୍ରେନ ଯୁଦ୍ଧ: ବ୍ରିଟେନ ପ୍ରଧାନମନ୍ତ୍ରୀ

ଋଷ ଓ ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧକୁ ୨ ମାସ ବିତିଛି । ଯୁଦ୍ଧର ପରିସମାପ୍ତି କେବେ ହେବ, ଏହା ଉପରେ ବିଶ୍ବବାସୀଙ୍କ ନଜର ରହିଥିବା ବେଳେ ଭାରତ ଗସ୍ତରେ ରହିଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ

୨୦୨୩ ଶେଷ ପର୍ଯ୍ୟନ୍ତ ଚାଲିପାରେ ୟୁକ୍ରେନ ଯୁଦ୍ଧ: ବ୍ରିଟେନ ପ୍ରଧାନମନ୍ତ୍ରୀ
୨୦୨୩ ଶେଷ ପର୍ଯ୍ୟନ୍ତ ଚାଲିପାରେ ୟୁକ୍ରେନ ଯୁଦ୍ଧ: ବ୍ରିଟେନ ପ୍ରଧାନମନ୍ତ୍ରୀ
author img

By

Published : Apr 23, 2022, 8:57 AM IST

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧକୁ ୨ ମାସ ବିତିଛି । ଜାରି ରହିଥିବା ଯୁଦ୍ଧ ଓ ବିଶ୍ବ ସମୁଦାୟ ତମାମ କଟକଣା ସତ୍ତ୍ବେ ମଧ୍ୟ ପଛକୁ ହଟୁନି ଋଷ । ଏହି ଯୁଦ୍ଧର ପରିସମାପ୍ତି କେବେ ହେବ ? ଏହା ଉପରେ ବିଶ୍ବବାସୀଙ୍କ ନଜର ରହିଥିବା ବେଳେ ଭାରତଗସ୍ତରେ ରହିଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।

ବୋରିସ ଜନସନ କହିଛନ୍ତି, ଏହି ଯୁଦ୍ଧର କୌଣସି ତୁରନ୍ତ ସମାଧାନ ବାହାରିବା ପରି ଲାଗୁନାହିଁ । ଏହି ଯୁଦ୍ଧ ୨୦୨୩ ଶେଷ ପର୍ଯ୍ୟନ୍ତ ଚାଲିବାର ଆଶଙ୍କା ରହିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ପୁଟିନ ଜାଲ ବିଛାଇ ଏକ ସାଂଘାତିକ ଚାଲ ଖେଳିଛନ୍ତି । ଯେଉଁଥିପାଇଁ ଯୁଦ୍ଧ ସମାପ୍ତ ହେବା ପରିବର୍ତ୍ତେ ଆହୁରି ଜଟିଳ ହେଉଛି । ଭବିଷ୍ୟତ ପାଇଁ ଇଉରୋପ ଏବଂ ୟୁକ୍ରେନ ନିଜ ନିଜ ମଧ୍ୟରେ ଆଲୋଚନା କରିବା ଉଚିତ୍‌ । ଏଥିପାଇଁ ତାଙ୍କ ସଶସ୍ତ୍ର ବଳ ଅଧିକ ବଳବାନ୍‌ ହେବା ଉଚିତ୍‌ ।

ଅନ୍ୟପଟେ ଗତ ୨୧ ତାରିଖ ଦିନ ୟୁକ୍ରେନ୍‌ର ବନ୍ଦର ସହର ମାରିୟୁପୋଲକୁ ନିଜ ଦଖଲକୁ ନେଇଛି ଋଷ । ୟୁକ୍ରେନର ଦକ୍ଷିଣରେ ଅବସ୍ଥିତ ଥିବା ଏହି ବନ୍ଦର ସହରକୁ ଦଖଲକୁ ନେବା ଆମ ପାଇଁ ବଡ ସଫଳତା ବୋଲି ପୁଟିନ ଓ ପ୍ରତିରକ୍ଷା ମନ୍ତ୍ରୀ ସେରଗେଇ ସୋଏଗୁ ଏକ ଟେଲିଭିଜନ ବୈଠକରେ କହିଥିଲେ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.