ETV Bharat / international

Russia-Ukraine war: ଆଜି ଠାରୁ ତୁର୍କୀରେ ଋଷ-ୟୁକ୍ରେନ ଆଲୋଚନା - ଆଜିଠାରୁ ତୁର୍କୀରେ ଋଷ-ୟୁକ୍ରେନ ଆଲୋଚନା

ଋଷ- ୟୁକ୍ରେନ ଯୁଦ୍ଧକୁ ଏକ ମାସରୁ ଅଧିକ ସମୟ ବିତିଯାଇଥିଲେ ସୁଦ୍ଧା ଯୁଦ୍ଧ ଥମିବାର ନା ନେଉନାହିଁ । ପୂର୍ବରୁ 4ଟି ପର୍ଯ୍ୟାୟ ଆଲୋଚନା ବିଫଳ ହୋଇଥିବାବେଳେ ଜାରି ରହିଛି ଯୁଦ୍ଧ । ଆଜିର ଆଲୋଚନା ଉପରେ ନଜର । ଅଧିକ ପଢନ୍ତୁ

Russia-Ukraine war: ଆଜିଠାରୁ ତୁର୍କୀରେ ଋଷ-ୟୁକ୍ରେନ ଆଲୋଚନା

author img

By

Published : Mar 28, 2022, 10:06 AM IST

ଅଙ୍କାରା: ଋଷ- ୟୁକ୍ରେନ ଯୁଦ୍ଧକୁ ଏକ ମାସରୁ ଅଧିକ ସମୟ ବିତିଯାଇଥିଲେ ସୁଦ୍ଧା ଯୁଦ୍ଧ ଥମିବାର ନା ନେଉନାହିଁ । ପୂର୍ବରୁ ୪ଟି ପର୍ଯ୍ୟାୟ ଆଲୋଚନା ବିଫଳ ହୋଇଥିବାବେଳେ ଜାରି ରହିଛି ଯୁଦ୍ଧ । ଆଜିର ଆଲୋଚନା ଉପରେ ନଜର ।

ଋଷ- ୟୁକ୍ରେନ ମଧ୍ୟରେ ଆଜି ୨୮ ତାରିଖରୁ ଆରମ୍ଭ ହୋଇ ୩୦ ତାରିଖ ଯାଏଁ ଆଲୋଚନା ହେବ । ତୁର୍କୀରେ ଏହି ଆଲେଚନା ହେବା ନେଇ ଗତକାଲି(ରବିବାର) ୟୁକ୍ରେନ ମଧ୍ୟସ୍ଥି ଡେଭିଡ ଅରଖାମିଆ କହିଛନ୍ତି । ଏହି ଶାନ୍ତି ବୈଠକ ଭର୍ଚ୍ଚୁଆଲରେ ଆରମ୍ଭ ହୋଇଥିବା ସୂଚନା ମିଳିଛି । ଉଭୟ ଦେଶ ମଧ୍ୟରେ ଅନେକଥର ଆଲୋଚନା କରିବା ସତ୍ତ୍ବେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରିନଥିଲା ।

ତେବେ ଆଜି ଆଲୋଚନାରେ କିଛି ସକରାତ୍ମକ ଫଳାଫଳ ଆସିବା ନେଇ ଆଶା କରାଯାଉଛି । ଫେବୃଆରୀ ୨୪ତାରିଖରେ ଋଷ ୟୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣା କରିବା ପରେ ଉଭୟ ରାଷ୍ଟ୍ରର ପ୍ରତିନିଧି ଟିମ ୪ ଥର ଆଲୋଚନା ଟେବୁଲରେ ଏକାଠି ହୋଇଛନ୍ତି ।

ୟୁକ୍ରେନ ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ଋଷର ୧୬୦୦ ସୈନିକ ନିହତ ହୋଇଛନ୍ତି ଏବଂ ୫୮୨ଟି ଟ୍ୟାଙ୍କ ଧ୍ବସଂ କରାଯାଇଛି ବୋଲି ୟୁକ୍ରେନ ଦାବି କରିଛି । କିନ୍ତୁ ଋଷର ୧୩୫୧ ଜଣ ସୈନିକ ନିହତ ହୋଇଥିବା ବେଳେ ୩୮୨୫ ଜଣ ଆହତ ହୋଇଥିବା ବିଷୟ ଗତ ଶୁକ୍ରବାର ମସ୍କୋ କହିଥିଲା। ନାଟୋ ପକ୍ଷରୁ ଋଷ ସୈନିକଙ୍କ ନିହତ ସଂଖ୍ୟା ୭ ହଜାରରୁ ୧୫ ହଜାର ମଧ୍ୟରେ ଦର୍ଶାଯାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.