ETV Bharat / international

Nord Stream: ୟୁରୋପର ପ୍ରମୁଖ ଗ୍ୟାସ୍‌ ପାଇପଲାଇନ୍‌ରେ ଲିକ୍‌, ଆମେରିକାକୁ ମିଳିବ ଫାଇଦା ! - ପାଇପଲାଇନ୍‌ରେ ଲିକ୍‌ ପରେ ଲାଭ ଆଶାରେ ଆମେରିକା

ଇୟୁରୋପ ଓ ଋଷିଆ ମଧ୍ୟରେ ଦୁଇଟି ପ୍ରମୁଖ ଗ୍ୟାସ୍‌ ପାଇପଲାଇନ୍‌ରେ ରହସ୍ୟମୟ ତରିକାରେ ଲିକ୍‌ ହୋଇଛି । କେଉଁ ପରିସ୍ଥିତିରେ ପାଇପଲାଇନ୍‌ ଲିକ୍‌ ହୋଇଛି ତାହାର ଯାଞ୍ଚ କରାଯାଉଛି । ଅଧିକ ପଢ଼ନ୍ତୁ

Russias Nord Stream 2 Gas pipeline leakage in Baltic Sea America may take advantage
ଇୟୁରୋପ ଓ ଋଷିଆ ଦୁଇଟି ପ୍ରମୁଖ ଗ୍ୟାସ୍‌ ପାଇପଲାଇନ୍‌ରେ ଲିକ୍‌, ଲାଭ ଆଶାରେ ଆମେରିକା
author img

By

Published : Sep 27, 2022, 10:15 PM IST

ଲଣ୍ଡନ: ୟୁରୋପ ଓ ଋଷିଆ ମଧ୍ୟରେ ଦୁଇଟି ପ୍ରମୁଖ ଗ୍ୟାସ୍‌ ପାଇପଲାଇନ୍‌ରେ ରହସ୍ୟମୟ ତରିକାରେ ଲିକ୍‌ ହୋଇଛି । କେଉଁ ପରିସ୍ଥିତିରେ ପାଇପଲାଇନ୍‌ ଲିକ୍‌ ହୋଇଛି ତାହାର ଯାଞ୍ଚ କରାଯାଉଛି । ନର୍ଡ ଷ୍ଟ୍ରିମ୍‌ ୧ ଓ ୨ରେ ହୋଇଥିବା କ୍ଷତିର କାରଣ ସ୍ପଷ୍ଟ ହୋଇପାରିନି । ତେବେ ଏହାଦ୍ବାରା ଆମେରିକାକୁ ଫାଇଦା ହେବ । କାରଣ ନର୍ଡ ଷ୍ଟ୍ରିମ୍‌ ୧ ଓ ୨ରେ ଫାଟ ଯୋଗୁଁ ଏବେ ୟୁରୋପୀୟ ଦେଶ ଗୁଡ଼ିକ ଏବେ ଆମେରିକାଠାରୁ ଗ୍ୟାସ୍‌ କିଣିବାକୁ ବାଧ୍ୟ ହେବେ । ମସ୍କୋ ଓ ୟୁରୋପ ମଧ୍ୟରେ ଉର୍ଜା ସଂଘର୍ଷ ଫଳରେ ଦୁଇଟି ଫ୍ଲାସ୍‌ପଏଣ୍ଟ ରହିଛି । ଯେଉଁ କ୍ଷତି ହୋଇଛି ତାହାଦ୍ବାରା ବର୍ତ୍ତମାନ ପାଇଁ ୟୁରୋପ ପ୍ରଭାବିତ ହେବନାହିଁ । ୟୁରୋପୀୟ ସଂଘ ପୂର୍ବରୁ ଋଷିଆ ବିରୋଧରେ ଗ୍ୟାସ୍‌ ଅଭାବ ପୂରଣ କରାଇବାକୁ ନେଇ ବ୍ଲାକ୍‌ମେଲ୍‌ କରାଯାଉଥିବା ନେଇ ଅଭିଯୋଗ କରିଛି । କିନ୍ତୁ ମସ୍କୋ କାର୍ଯ୍ୟାଳୟ ପକ୍ଷରୁ ବାରମ୍ବାର ଏଭଳି ଅଭିଯୋଗକୁ ଖଣ୍ଡନ କରାଯାଇଛି ।

ମସ୍କୋ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଋଷିଆ ଉପରେ ଲାଗିଥିବା ପ୍ରତିବନ୍ଧ ଯୋଗୁଁ ଗ୍ୟାସ୍‌ ପାଇପଲାଇନ୍‌ ଭିତ୍ତିଭୂମି ଦେଖାରଖା ବା ତଦାରଖ କରିବା ପ୍ରାୟ ଅସମ୍ଭବ ହୋଇ ପଡ଼ିଛି । ସମୁଦ୍ର ଗର୍ଭରେ ଥିବା ଗ୍ୟାସ୍‌ ପାଇପ୍‌ଲାଇନ୍‌ ନେଟୱାର୍କ କ୍ଷତି ହୋଇଥିବା ନେଇ ସ୍ପଷ୍ଟ ହୋଇଛି । ତେବେ ବର୍ତ୍ତମାନ ଏହାକୁ ନେଇ ଅଚାନକ କୌଣସି ନିଷ୍କର୍ସରେ ପହଞ୍ଚିବା ଠିକ୍‌ ହେବନି ବୋଲି କହିଛନ୍ତି ଡେନ୍‌ମାର୍କ ପ୍ରଧାନମନ୍ତ୍ରୀ । ତେବେ ଏକା ସାଙ୍ଗରେ ଏତେ ଗୁଡ଼ାଏ ଲିକ୍‌ ହେବା ସଂଯୋଗ ହୋଇପାରେନା ବୋଲି ସେ କହିଛନ୍ତି ।

ଋଷିଆ ବିରୁଦ୍ଧରେ ଗ୍ୟାସ୍‌ ପାଇପ୍‌ଲାଇନ୍‌ ଉପରେ ଆକ୍ରମଣ କରାଯାଇଥିବା ଅଭିଯୋଗ ରହିଛି । ସେପଟେ ଋଷିଆ ଓଲଟା ନାଟୋ ବିରୋଧରେ ସମାନ ଅଭିଯୋଗ ଆଣିଛି । ନର୍ଡ ୧ ଷ୍ଟ୍ରିମିଂ ପାଇପଲାଇନ୍‌ରେ ଦୁଇଟି ସମାନ୍ତର ଶାଖା ରହିଛି । ଏହି ଲାଇନ୍‌ ଦେଇ ଗତ ଅଗଷ୍ଟ ମାସରୁ ଗ୍ୟାସ୍‌ ପରିବହନ କରାଯାଇନାହିଁ । ସେପଟେ ଋଷିଆ ପକ୍ଷରୁ ଏହାର ଦେଖାରଖା କରିବା ବନ୍ଦ କରାଯାଇଥିଲା । ଏହି ପାଇପଲାଇନ୍‌ ପିଟର୍ସବର୍ଗ ନିକଟସ୍ତ ଋଷିଆ ତଟରୁ ଉତ୍ତର ପୂର୍ବ ଜର୍ମାନୀ ପର୍ଯ୍ୟନ୍ତ ବାଲ୍ଟିକ ସାଗର ତଳେ ୧୨୦୦ କିମି ପର୍ଯ୍ୟନ୍ତ ବ୍ୟାପିଛି । ୟୁକ୍ରେନ୍‌ ଉପରେ ଋଷିଆର ଆକ୍ରମଣ ପରେ ଋଷିଆ ଅକ୍ତିଆରରେ ଥିବା ପାଇପଲାଇନ୍‌ ନର୍ଡ ଷ୍ଟ୍ରିମ୍‌ ପାଇପଲାଇନ୍‌କୁ ରୋକି ଦିଆଯାଇଥିଲା ।

ତେବେ ବର୍ତ୍ତମାନ କୌଣସି ପାଇପଲାଇନ୍‌ କାମ କରୁନାହିଁ । କିନ୍ତୁ ଦୁଇ ପାଇପରେ ଗ୍ୟାସ୍‌ ଭର୍ତ୍ତି ରହିଛି । ଏହି ସମସ୍ତ ଘଟଣାର ଯାଞ୍ଚ ରହିଛି । ନର୍ଡ ଷ୍ଟ୍ରିମ୍‌ ୨ରେ ଚାପ କମୁଥିବା ନେଇ ସଞ୍ଚାଳକମାନେ ସୂଚନା ପ୍ରଦାନ କରିଥିଲେ । ଏହାପରେ ଜାହାଜଗୁଡ଼ିକୁ ଏହି ରାସ୍ତା ଦେଇ ଯିବାକୁ ବାରଣ କରାଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.