ETV Bharat / international

Israel-Hamas War: ଆଜି ଯୁଦ୍ଧଗ୍ରସ୍ତ ଇସ୍ରାଏଲ ଗସ୍ତ କରିବେ ଋଷି ସୁନକ - ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ

ଭୟଙ୍କର ରପ ନେଉଛି ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ସଂଘର୍ଷ । ଆଜି ଯୁଦ୍ଧଗ୍ରସ୍ତ ଇସ୍ରାଏଲ ଗସ୍ତ କରିବେ ଋଷି ସୁନକ । ଅଧିକ ପଢ଼ନ୍ତୁ

Etshi Sunak to visit Israel
Rishi Sunak to visit Israel
author img

By ETV Bharat Odisha Team

Published : Oct 19, 2023, 7:35 AM IST

ହାଇଦ୍ରାବାଦ: ଦିନକୁ ଦିନ ଭୟଙ୍କର ରୂପ ନେବାରେ ଲାଗିଛି ଇସ୍ରାଏଲ ଓ ପାଲେଷ୍ଟାଇନ ଯୁଦ୍ଧ । ଉଭୟ ଦେଶ ପରସ୍ପରକୁ ଆକ୍ରମଣ ଜାରି ରଖିଥିବାରୁ ମୃତ୍ୟୁସଂଖ୍ୟା ଓ ଆହତ ସଂଖ୍ୟା ମଧ୍ୟ ବୃଦ୍ଧି ହେବାରେ ଲାଗିଛି । ଯୁଦ୍ଧ ବିଭିଶିକା ମଧ୍ୟରେ ଆମେରିକା ରାଷ୍ଟ୍ରପତି ବୁଧବାର ଇସ୍ରାଏଲ ଗସ୍ତ କରିଥିବା ବେଳେ ଆଜି ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଆଜି ଇସ୍ରାଏଲ ଗସ୍ତ କରିବେ। ଯେଉଁଠାରେ ସେ ଶୀର୍ଷ ନେତାଙ୍କୁ ସାକ୍ଷାତ କରି ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧ ବିଷୟରେ ଆଲୋଚନା କରିବେ । ଏନେଇ ୟୁକେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ସୁନକ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏବଂ ରାଷ୍ଟ୍ରପତି ଆଇଜାକ୍ ହେର୍ଜୋଗଙ୍କୁ ଭେଟିବେ । ଏହି ସମୟରେ ଇସ୍ରାଏଲ ଉପରେ ପାଲେଷ୍ଟାଇନର ଆକ୍ରମଣ ଉପରେ ଆଲୋଚନା କରିବେ । ଏଥିସହ ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ସମବେଦନା ଜଣାଇବେ । ପାଲେଷ୍ଟାଇନର ଆକ୍ରମଣରେ ଇସ୍ରାଏଲ ସାଧାରଣ ନାଗରିକଙ୍କ ମୃତ୍ୟୁ ଏକ ଦୁଃଖଦ ଘଟଣା । ବହୁ ଲୋକ ଏଥିରେ ପ୍ରାଣ ହରାଇଛନ୍ତି । ଗାଜାକୁ ଖୁବଶୀଘ୍ର ଅତିରିକ୍ତ ମାନବିକ ସହାୟତାକୁ ଅନୁମତି ଦେଇ ସେଠାରେ ଫସି ରହିଥିବା ବ୍ରିଟିଶ ନାଗରିକଙ୍କୁ ଉଦ୍ଧାର ପାଇଁ ଆହ୍ବାନ ଦେବେ ।

ଏହା ମଧ୍ୟ ପଢନ୍ତୁ-Israel-Hamas War: ଯୁଦ୍ଧଗ୍ରସ୍ତ ଇସ୍ରାଏଲ ଗସ୍ତରେ ଜୋ ବାଇଡେନ, ଗାଜା ହସ୍ପିଟାଲରେ ରକେଟ ମାଡ ପରେ ଜୋର୍ଡାନରେ ଶିଖର ବୈଠକ ବାତିଲ

ଏହାପୂର୍ବରୁ ଟ୍ବିଟରରେ ଋଷି ସୁନକ ଗାଜା ଡାକ୍ତରଖାନା ଉପରେ ହୋଇଥିବା ଆକ୍ରମଣକୁ ଟ୍ବିଟ୍‌ କରି ନିନ୍ଦା କରିଥିଲେ । ସେ କହିଥିଲେ ଯେ, ଅଲ-ଅହଲି ଆରବ ହସ୍ପିଟାଲରେ ହୋଇଥିବା ଆକ୍ରମଣ ପରର ଦୃଶ୍ୟ ଦେଖି ଆମେ ସମସ୍ତେ ଚକିତ ହୋଇଯାଇଛୁ । ଯୁଦ୍ଧ ଦିନକୁ ଦିନ କ୍ରୁର ରୂପ ଧାରଣ କରୁଥିବାରୁ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଛି । ଏହି ଯୁଦ୍ଧ ଆଗକୁ ଆହୁରି ଭୟଙ୍କର ରୂପ ନେବ । ଇସ୍ରାଏଲ୍-ପାଲେଷ୍ଟାଇନ ବିବାଦର ସମାଧାନ ପାଇଁ ଆଲୋଚନା ଜରୁରୀ ।

ମଙ୍ଗଳବାର ଗାଜା ହସ୍ପିଟାଲ ଉପରେ ରକେଟମାଡ ହେବାରୁ 500ରୁ ଅଧିକ ଜଣଙ୍କର ମୃତ୍ୟୁ ହୋଇଥିଲା । ଏନେଇ ଶୋକବ୍ୟକ୍ତ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ ବାଇଡେନ । ମୃତକକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ରହିଥିଲେ । ଇସ୍ରାଏଲ ପକ୍ଷରୁ ରକେଟ୍‌ ମାଡ଼ ହୋଇଥିଲା ହମାସ ଅଭିଯୋଗ କରିଥିଲା । ହମାସର ଅଭିଯୋଗକୁ ଖଣ୍ଡନ କରି ଆତଙ୍କବାଦୀଙ୍କ ପକ୍ଷରୁ ରକେଟ୍‌ ମାଡ଼ ହୋଇଥିବା କହିଥିଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.