ଲଣ୍ଡନ: ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଦୌଡରେ ଥିବା ଭାରତୀୟ ବଂଶୋଦ୍ଭବ ତଥା ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକ ଜନ୍ମାଷ୍ଟମୀ ଉତ୍ସବ ପାଳନ କରିଛନ୍ତି । ପତ୍ନୀ ଅକ୍ଷତା ମୂର୍ତ୍ତୀଙ୍କ ସହ ଇସ୍କନ ମନ୍ଦିରେ କୃଷ୍ଣ ଭଗବାନଙ୍କୁ ଦର୍ଶନ କରି ଜନ୍ମାଷ୍ଟମୀ ଉତ୍ସବ ପାଳିଛନ୍ତି ଋଷି ସୁନକ । ଜନ୍ମାଷ୍ଟମୀ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି ।
-
Today I visited the Bhaktivedanta Manor temple with my wife Akshata to celebrate Janmashtami, in advance of the popular Hindu festival celebrating Lord Krishna’s birthday. pic.twitter.com/WL3FQVk0oU
— Rishi Sunak (@RishiSunak) August 18, 2022 " class="align-text-top noRightClick twitterSection" data="
">Today I visited the Bhaktivedanta Manor temple with my wife Akshata to celebrate Janmashtami, in advance of the popular Hindu festival celebrating Lord Krishna’s birthday. pic.twitter.com/WL3FQVk0oU
— Rishi Sunak (@RishiSunak) August 18, 2022Today I visited the Bhaktivedanta Manor temple with my wife Akshata to celebrate Janmashtami, in advance of the popular Hindu festival celebrating Lord Krishna’s birthday. pic.twitter.com/WL3FQVk0oU
— Rishi Sunak (@RishiSunak) August 18, 2022
ପୋଷ୍ଟରେ ସେ ଲେଖିଛନ୍ତି,'' ହିନ୍ଦୁ ପର୍ବପର୍ବାଣୀ ଭିତରେ ଏହି ଜନ୍ମାଷ୍ଟମୀ ପର୍ବ ବହୁତ ଲୋକପ୍ରିୟ । ଏହି ଦିନ ହିନ୍ଦୁ ସମାଜ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋଉତ୍ସବ ଧୁମଧାମରେ ପାଳନ କରନ୍ତି । ଶ୍ରଦ୍ଧାଭାବ ସହିତ ହିନ୍ଦୁ ପରିବାର ମନ୍ଦିର ଆସନ୍ତି । ପୂଜାର୍ଚ୍ଚନା କରି ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପାଳନ କରନ୍ତି ।''
ଋଷି ସୁନକଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତି ଭାରତର ସପ୍ଟୱେୟାର କମ୍ପାନୀ ଇମ୍ପୋସିସ ଟେକ୍ନୋଲୋଜିର ପ୍ରତିଷ୍ଠାତା ଓ ଜାଣାଶୁଣା ଉଦ୍ୟୋଗପତି ଏନଆର ନାରାୟଣ ମୂର୍ତ୍ତିଙ୍କ ଝିଅ। 2006ରେ ଋଷି ସୁନକ ଓ ଅକ୍ଷତା ମୂର୍ତ୍ତିଙ୍କ ବିବାହ ହୋଇଥିଲା । ପ୍ରକାଶ ଥାଉ କି, ବ୍ରିଟେନ ପ୍ରଧାନମନ୍ତ୍ରୀ ରେସରେ ଅଛନ୍ତି ଋଷି ସୁନକ । ତାଙ୍କୁ ଟକ୍କର ଦେଉଛନ୍ତି ବିଦେଶ ସଚିବ ଲିଜ ଟ୍ରସ । ସଦ୍ୟ ସର୍ଭେ ରିପୋର୍ଟ ଅନୁସାରେ ଲିଜ ଟ୍ରସ ମଇଦାନରେ ଜବରଦସ୍ତ ସ୍ତରରେ ଅଛନ୍ତି ।
ଏହା ବି ପଢନ୍ତୁ...ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ CBI ରେଡ୍
ନିର୍ବାଚନକୁ ନେଇ କହିଲେ ଋଷି ସୁନକ...
ବ୍ରିଟେନ ପ୍ରଧାନମନ୍ତ୍ରୀ ନିର୍ବାଚନକୁ ନେଇ ଋଷି ସୁନକ କହିଛନ୍ତି, ଡାଉନିଂ ଷ୍ଟ୍ରିଟ ରେସରେ ଫଳାଫଳ ଆଶ୍ଚର୍ଯ୍ୟଜନକ ହେବ । ଟୋରୀ ଭୋଟରଙ୍କ ସର୍ଭେ ଅନୁଯାୟୀ ଏଥର ଋଷି ସୁନକଙ୍କୁ 28 ପ୍ରତିଶତ ପସନ୍ଦ କରିଛନ୍ତି । 60 ପ୍ରତିଶତ ଭୋଟରଙ୍କ ପସନ୍ଦ ଲିଜ୍ ଟ୍ରସ୍ ରହିଛନ୍ତି । 9 ପ୍ରତିଶତ ଭୋଟର ଅଲଗା ରହିଛନ୍ତି । ବ୍ରିଟେନ ପ୍ରଧାନମନ୍ତ୍ରୀ ପଦ ଦୁଇ ଆଶାୟୀ ଲିଜ ଟ୍ରସ ଓ ଋଷି ସୁନକ ଆଜି (ଶୁକ୍ରବାର) ମଞ୍ଚେଷ୍ଟରରେ ନିର୍ବାଚନ ଜନସମ୍ପର୍କ ସ୍ଥାପନ କରିବ । ଉଭୟ ଅଧିକରୁ ଅଧିକ ଭୋଟରଙ୍କୁ ସେମାନଙ୍କ ସପକ୍ଷରେ ଭୋଟ୍ ଦେବାକୁ ଚେଷ୍ଟା କରୁଛନ୍ତି । ସେପ୍ଟେମ୍ବର 5ରେ ଫଳାଫଳ ଘୋଷଣା ହେବ ।