ETV Bharat / international

UK PM Race: ପ୍ରଧାନମନ୍ତ୍ରୀ ହେବା ନେଇ ଇଚ୍ଛୁକ ଥିବା ବ୍ରିଟେନ ବୈଦେଶିକ ମନ୍ତ୍ରୀଙ୍କ ଘୋଷଣା

ବୋରିଶ ଜନସନଙ୍କ ଇସ୍ତଫା ପରେ ବ୍ରିଟେନରେ ଲମ୍ବିବାରେ ଲାଗିଛି ପ୍ରଧାନମନ୍ତ୍ରୀ ଆଶାୟୀଙ୍କ ତାଲିକା । ପଦବୀ ପାଇଁ ବୈଦେଶିକ ମନ୍ତ୍ରୀ ଲିଜ ଟ୍ରସ ମନ ବଳାଇଥିବା ସ୍ଥାନୀୟ ଗଣମାଧ୍ୟମରେ ଚର୍ଚ୍ଚା । ଭାରତୀୟ ବଂଶୋଦ୍ଭବ ଋଷି ସୁନାକ ମଧ୍ୟ ଦୌଡରେ ସାମିଲ । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀ ହେବା ନେଇ ଇଚ୍ଛୁକ ଥିବା ବ୍ରିଟେନ ବୈଦେଶିକ ମନ୍ତ୍ରୀଙ୍କ ଘୋଷଣା

author img

By

Published : Jul 11, 2022, 9:40 AM IST

ଲଣ୍ଡନ: ବ୍ରିଟେନରେ ଦେଖାଯାଇଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ପ୍ରଧାନମନ୍ତ୍ରୀ ପଦରୁ ବୋରିଶ ଜନସନଙ୍କ ଇସ୍ତଫା ପରେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବ ତାହା ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇ ପାରିନାହିଁ । ଏହାରି ମଧ୍ୟରେ ବ୍ରିଟେନର ବୈଦେଶିକ ମନ୍ତ୍ରୀ ଲିଜ ଟ୍ରସ (Liz Truss) ଜନସନଙ୍କ ପରେ ପ୍ରଧାନମନ୍ତ୍ରୀ ହେବା ନେଇ ଇଚ୍ଛା ପ୍ରକାଶ କରିଥିବା ବ୍ରିଟିଶ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ବ୍ରିଟେନରେ ଶାସନ କ୍ଷମତାରେ ଥିବା କଞ୍ଜରବେଟିଭ ପାର୍ଟି ପକ୍ଷରୁ ଲିଜ ଟ୍ରସଙ୍କୁ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କରାଯାଇପାରେ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଛି ।

ଅନ୍ୟପଟେ ବୈଦେଶିକ ମନ୍ତ୍ରୀ ଟ୍ରସଙ୍କ ଇଣ୍ଡୋନେସିଆରେ ଜି-20 ସମ୍ମିଳନୀରେ ଅଂଶଗ୍ରହଣ କାର୍ଯ୍ୟସୂଚୀରେ ପରିବର୍ତ୍ତନ ହେବା ମଧ୍ୟ ଚର୍ଚ୍ଚାକୁ ଆହୁରି ଖୋରାଖ ଯୋଗାଇଛି । ତେବେ ବର୍ତ୍ତମାନ ସୁଦ୍ଧା ଆଶାୟୀ ପ୍ରଧାନମନ୍ତ୍ରୀଙ୍କ ସଂଖ୍ୟା 11ରେ ପହଞ୍ଚିଛି । ଗୁରୁବାର ନାଟକୀୟ ଘଟଣାକ୍ରମରେ ବୋରିଶ ଜନସନ ନିଜ ପଦରୁ ଇସ୍ତଫା ଦେଇଥିଲେ । ତାଙ୍କ ବିରୋଧରେ ଏକାଧିକ ଦୁର୍ନୀତି ଅଭିଯୋଗ ସହ ସରକାର ଚଳାଇବାର କାର୍ଯ୍ୟ ଦକ୍ଷତା ନେଇ ପ୍ରଶ୍ନ ଉଠାଇଥିଲେ ଦଳୀୟ ସଦସ୍ୟ । ଗୋଟିଏ ପରେ ଗୋଟିଏ ମନ୍ତ୍ରୀ ଇସ୍ତଫା ଦେବା ପରେ ଜନସନଙ୍କ ଉପରେ ଚାପ ବଢିଥିଲା ।

ମନ୍ତ୍ରୀଙ୍କ ଇସ୍ତଫା ସଂଖ୍ୟା ବଢିବା ପରେ ଜନସନ ଇସ୍ତଫା ଦେବା ପାଇଁ ବାଧ୍ୟ ହୋଇଥିଲେ । ତେବେ ନୂଆ ପ୍ରଧାନମନ୍ତ୍ରୀ ନିଯୁକ୍ତ ନହେବା ଯାଏ ଜନସନ ବର୍ତ୍ତମାନ ବ୍ରିଟେନର କାମଚଳା ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବରେ ରହିଛନ୍ତି । ପୂର୍ବତନ ମନ୍ତ୍ରୀ ତଥା ଭାରତୀୟ ବଂଶୋଦ୍ଭୋବ ଋଷି ସୁନାକ ମଧ୍ୟ ପ୍ରଧାନମନ୍ତ୍ରୀ ଦୌଡରେ ରହିଛନ୍ତି । ଶାସନରେ ଥିବା କଞ୍ଜରବେଟିବ ପାର୍ଟିରେ ଆଶାୟୀ ପ୍ରଧାନମନ୍ତ୍ରୀଙ୍କ ସଂଖ୍ୟା ମଧ୍ୟ କ୍ରମଶଃ ବଢିବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.