ETV Bharat / international

Mama Uganda: ସୁପର ମା’ ମାରିୟା, ୪୪ ଛୁଆଙ୍କୁ ଏକାକି କରିଛନ୍ତି ମଣିଷ - ୪୨ ବର୍ଷ ବୟସରେ ୪୪ଟି ଛୁଆ

ଉଗାଣ୍ଡାରୁ ଏକ ଅଜବ ଗଜବ ଘଟଣା ସାମ୍ନାକୁ ଆସିଛି । ମାରିୟା ନାମକ ଜଣେ ଯୁବତୀ ୪୨ ବର୍ଷ ବୟସରେ ୪୪ଟି ଛୁଆକୁ ଜନ୍ମ ଦେଇଛନ୍ତି । କେମିତି ଏତେ କମ ବୟସରେ ଏତେ ଛୁଆକୁ ଜନ୍ମ ଦେଲେ ପଢନ୍ତୁ ପୁରା ଖବର

Mama Uganda
Mama Uganda
author img

By

Published : Apr 13, 2023, 7:59 AM IST

Updated : Apr 13, 2023, 8:43 AM IST

କମ୍ପାଲା: ଆଜିକା ପରିସ୍ଥିତି ସମୟରେ ବିବାହିତା ଦମ୍ପତି ଗୋଟିଏରୁ ଦୁଇଟି ସନ୍ତାନ କରିବା ପାଇଁ ମନ ବଳାଉ ନାହାନ୍ତି । ଦାୟିତ୍ବ ଏବଂ ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରାୟତଃ ଗୋଟିଏ ସନ୍ତାନ କରିଥାନ୍ତି । ଏଭଳି ସମୟରେ ଉଗାଣ୍ଡାରୁ ଏକ ଅଜବ ଗଜବ ଘଟଣା ସାମ୍ନାକୁ ଆସିଛି । ଯେଉଁଠି ଜଣେ ମହିଳା ଗୋଟିଏ କି ଦୁଇଟି ନୁହେଁ ଏକାଥରେ ୪୪ଟି ଛୁଆକୁ ଜନ୍ମ ଦେଇଛନ୍ତି । ୩୮ ବର୍ଷ ବୟସରେ ସେ ୪୪ଟି ଛୁଆକୁ ଜନ୍ମ ଦେଇ ରେକର୍ଡ କରିଛନ୍ତି । ମହିଳାଜଣଙ୍କ ଉଗାଣ୍ଡାର ନିବାସୀ ହୋଇଥିବା ବେଳେ ତାଙ୍କ ବୟସ ମାରିୟମ ନବାତାଞ୍ଜି ।

Mama Uganda
Mama Uganda

ବର୍ତ୍ତମାନ ସେ ବିଶ୍ବର ସବୁଠାରୁ ଅଧିକ ପ୍ରଜନନଶୀଳ ମହିଳା ଭାବେ ଜଣାଶୁଣା । ତେବେ ୪୪ଜଣ ଛୁଆଙ୍କ ମଧ୍ୟରୁ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୮ ଜଣ ଛୁଆଙ୍କ ଯତ୍ନ ନେଉଛନ୍ତି ମାରିୟମ । ୪୨ ବର୍ଷ ବୟସରେ ସେ ଏକାକୀ ସବୁ ଛୁଆଙ୍କର ଯତ୍ନ ନେଉଛନ୍ତି । ତାଙ୍କ ସ୍ବାମୀ ତାଙ୍କୁ ଛାଡି ଦେଇଥିବା ସୂଚନା ରହିଛି । 42 ବର୍ଷରେ 44 ଛୁଆକୁ ନେଇ ସାଧାରଣଲୋକଙ୍କ ମନରେ ନାନା ପ୍ରଶ୍ନ ଉଙ୍କିମାରେ । ଯେମିତି ଏତେ ଛୁଆ ଜନ୍ମ ପାଇଁ କାହିଁକି ମାରିୟମ ମନବଳାଇଲେ । ସେମାନଙ୍କ ଯତ୍ନ କିପରି ନେଉଛନ୍ତି । ନିମ୍ନଲିଖିତ ବିବରଣୀ ସମ୍ପୁର୍ଣ୍ଣ ପଢନ୍ତୁ ।

ମାରିୟମ ଛୋଟ ହୋଇଥିବା ସମୟରେ ତାଙ୍କ ମାଆଙ୍କର ମୃତ୍ୟୁ ହୋଇଯାଇଥିଲା । ପରେ ତାଙ୍କ ବାପା ୪ଜଣଙ୍କୁ ବିବାହ କରିଥିଲେ । ମାରିୟମ ସେମାନଙ୍କ ସହ ରହୁଥିଲେ । କିନ୍ତୁ ଯେତେବେଳେ ତାଙ୍କୁ ୧୧ ବର୍ଷ ହୋଇଥିଲା ତାଙ୍କ ସାବତ ମାଆ ସମସ୍ତ ଭାଇଭଉଣୀଙ୍କୁ ଖାଇବାରେ କାଚ ଗ୍ଲାସ ମିଶାଇ ଦେଇଥିଲେ । ଫଳରେ ସମସ୍ତଙ୍କର ମୃତ୍ୟୁ ହୋଇଯାଇଥିଲା । କିନ୍ତୁ ସୌଭାଗ୍ୟ ବଶତଃ ମାରିୟମଙ୍କ ଜୀବନ ବଞ୍ଚିଯାଇଥିଲା ।

୪୦ ବର୍ଷୀୟ ମଦୁଆ ଯୁବକଙ୍କୁ ବିବାହ କରିଥିଲେ ମାରିୟା: କଥାରେ ଅଛି ବାପା ସର୍ବଦା ଝିଅର ମଙ୍ଗଳକାମନା କରେ । କିନ୍ତୁ ଏଠାରେ ମାରିୟାକୁ ତାଙ୍କ ବାପା ନର୍କକୁ ଠେଲି ଦେଇଥିଲେ । ଯେତେବେଳେ ତାଙ୍କୁ ୧୨ ବର୍ଷ ହୋଇଥିଲା ସେତେବେଳେ ବାପା ୪୦ ବର୍ଷୀୟ ଏକ ମଦୁଆ ସହ ତାଙ୍କ ବିବାହ କରିଥିଲେ । ଏନେଇ ମାରିୟା କହିଛନ୍ତି, "ମୋ ବାହାଘରକୁ ଅନେକ ପଇସା ଏବଂ ଗିଫ୍ଟ ନେଇ ଆସିଥିଲେ । କିନ୍ତୁ ମୋ ବାପା କିଛି ନଦେଇ ସବୁ ନିଜେ ରଖିଦେଇଥିଲେ । ଯେତେବେଏ ମୁଁ ମୋ ଶାଶୁ ଘରକୁ ଗଲି ସେତେବେଳେ ମୋ ସ୍ବାମୀଙ୍କ ବିଷୟରେ ଜାଣିବାକୁ ପାଇଲି । ମୋ ଶାଶୁ କହିଲେ ବିବାହ ଏହି ଦୁନିଆରେ ସର୍ବୋତ୍ତମ । ଏହାକୁ ସମ୍ମାନ ଦେବା ଉଚିତ । ଶାଶୁଙ୍କ କଥାମାନି ଶୁଣିଲି । ମୁଁ ମୋ ସ୍ବାମୀ ମଦ ପିଇଲେ ରାକ୍ଷାସ ପାଲଟିଯାଉଥିଲା । ସେ ଆଗରୁ ଅନେକ ବିବାହ କରିଥିବା ବେଳେ ଅନେକ ଛୁଆ ମଧ୍ୟ ହୋଇଥିଲା । କୌଣସି କାମରେ ଟିକେ ବିଳମ୍ବ ହେଉଥିଲେ ସେ ଜମା କିଛି ନଶୁଣି ଅତ୍ୟାଚାର କରୁଥିଲେ ।"

ଏହା ବଂଶଗତ ଗୁଣ: ମାରିୟମ ୩୮ ବର୍ଷ ବୟସରେ ୪୪ଟି ପିଲାକୁ ଜନ୍ମ ଦେଇ ବିଶ୍ବର ସବୁଠାରୁ ଅଧିକ ପ୍ରଜନନଶୀଳ ମହିଳା ଭାବେ ପରିଚିତ ହୋଇଥିଲେ । ଏହି କ୍ରମରେ ୪ଥର ସେ ଯାଆଁଳା ଛୁଆକୁ ଜନ୍ମ ଦେଇଥିବା ବେଳେ ପାଞ୍ଚ ଥର ତିନୋଟି ଲେଖାଏଁ ଛୁଆ ଏବଂ ପାଞ୍ଚ ଥର ୪ଟି ଲେଖାଏଁ ଛୁଆକୁ ଜନ୍ମଦେଇଥିଲେ । କେବେଳ ଥରେ ହିଁ ଗୋଟିଏ ଛୁଆକୁ ପ୍ରସବ କରିଥିଲେ । ଏନେଇ ଡାକ୍ତରମାନେ ତାଙ୍କର ଜେନେଟିକ ଗୁଣ ବୋଲି କହିଛନ୍ତି ।

ଏନେଇ ବିଶେଷଜ୍ଞମାନେ କୁହନ୍ତି, "ସାଧାରଣତଃ ମହିଳାମାନଙ୍କର ପ୍ରତ୍ୟେକ ମାସରେ ଗୋଟିଏ ଡିମ୍ବାଣୁ କ୍ଷରିତ ହୋଇଥାଏ । କିନ୍ତୁ ମାରିୟାଙ୍କ ଜେନେଟିକ ଗୁଣ ପାଇଁ ଏକାଧିକ ଡିମ୍ବାଣୁ କ୍ଷରିତ ହୋଇଥାଏ । ଫଳରେ ଗୋଟିଏ ଥରେ ଏକରୁ ଅଧିକ ଶିଶୁ ଜନ୍ମ ହୋଇଥାଏ ।" ମାରିୟମ ଗର୍ଭ ନିରୋଧକ ବଟିକା ଖାଇବାକୁ ଚାହିଁଥିଲେ ହେଁ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପଡିବ ବୋଲି ଡାକ୍ତର ତାଙ୍କୁ ମନା କରିଥିଲେ । ଏନେଇ ମାରିୟମ କହିଛନ୍ତି, " ପରିଶେଷରେ ମୁଁ ୟୁଟ୍ରସକୁ ବାହାର କରି ଗର୍ଭଧାରଣରୁ ବଞ୍ଚିତ ହେଲି । ମୋତେ ମଦର ଉଗାଣ୍ଡା ବୋଲି ସମସ୍ତେ ଜାଣନ୍ତି ।"

୩୮ ଛୁଆକୁ ଏକାକୀ ପ୍ରତିପୋଷଣ କରନ୍ତି ମାରିୟମ: ମାରିୟମଙ୍କ ୩୮ ବର୍ଷ ହୋଇଥିବା ବେଳେ ତାଙ୍କର ୪୪ଟି ଛୁଆ ହୋଇଥିଲା । ସେଥିମଧ୍ୟରୁ ଭିନ୍ନ ଭିନ୍ନ କାରଣ ଯୋଗୁଁ ୬ଜଣଙ୍କ ମୃତ୍ୟୁ ହୋଇଥିଲା । ବର୍ତ୍ତମାନ ୩୮ଟି ଛୁଆ ସୁସ୍ଥ ରହିଛନ୍ତି । ସେଥିମଧ୍ୟରୁ ୨୦ଟି ପୁଅ ଏବଂ ୧୮ଟି ଝିଅ ଅଛନ୍ତି । ପ୍ରଥମ ଛୁଆର ବୟସ ୨୮ବର୍ଷ ହୋଇଥିବା ବେଳେ ଶେଷ ଛୁଆର ବୟସ ୬ ବର୍ଷ । କିଛି ବର୍ଷ ପୂର୍ବେ ତାଙ୍କ ସ୍ବାମୀ ତାଙ୍କୁ ଛାଡି ଚାଲିଯାଇଥିଲେ ହେଁ ସେ ହାର ମାନି ନାହାନ୍ତି । ସେ ନିଜେ ଇଟା ସିମେଣ୍ଟରେ ଛୋଟ ଘର ତିଆରି କରି ନିଜ ଛୁଆକୁ ରଖିଛନ୍ତି । ସେ ଇଭେଣ୍ଟ ସାଜସଜ୍ଜା ତଥା ଅଳଙ୍କାର ବିକ୍ରି କରି ଦିପଇସା ରୋଜଗାର କରନ୍ତି । ଏହାସହ ତାଙ୍କର ହର୍ବାଲ ଔଷଧ ଉପରେ ଜ୍ଞାନ ରହିଥିବାରୁ ସେ ସେଥିରୁ ମଧ୍ୟ କିଛି ରୋଜଗାର କରି ପରିବାର ଚଳାଉଛନ୍ତି ।

ଏନେଇ ମାରିୟମ କହିଛନ୍ତି, "ମୋର ରୋଜଗାରର ଅଧିକ ଟଙ୍କା ପିଲାମାନଙ୍କର ଖାଦ୍ୟ, ଚିକିତ୍ସା ଖର୍ଚ୍ଚ, ପୋଷାକ ଏବଂ ସ୍କୁଲ ଫିରେ ଖର୍ଚ୍ଚ ହୋଇଯାଇଥାଏ । ମୁଁ ବିଭିନ୍ନ ସଂଗଠନକୁ ଦାନ ଆକାରରେ ଅର୍ଥ ପାଇଥାଏ । ଯେତେବେ ବାଧାବିଘ୍ନ ଆସିଲେ ମଧ୍ୟ ମୁଁ ମୋର ଛୁଆଙ୍କୁ ପାଠ ପଢାଇବି ବୋଲି ମନରେ ଜିଦ ରଖିଥିଲି । ସମସ୍ତଙ୍କୁ ଡିଗ୍ରୀ ହାସଲ କରାଇବା ମୋର ଇଚ୍ଛା ଥିଲା । ଅନେକ ଡିଗ୍ରୀ ହାସଲ କରିଥିବା ବେଳେ କେତେ ଛୁଆଙ୍କ ବାହାଘର ହୋଇଯାଇଛି । ସେମାନଙ୍କର ଛୁଆ ହୋଇଥିବା ବେଳେ ମୁଁ ଜେଜେମାଆ ଆଇ ହୋଇଛି । ମୁଁ ଜଣେ ଭଲ ମାଆ, ଜେଜେମାଆ ବୋଲି ପରିଗଣିତ ହୋଇ ଖୁସି ଅନୁଭବ କରୁଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 13, 2023, 8:43 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.