ମେକ୍ସିକୋ ସିଟି: ମେକ୍ସିକୋ ସିଟିରେ ଭୟଙ୍କର ଦୁର୍ଘଟଣା । ମେଟ୍ରୋ ଲାଇନରେ ମୁହାଁମୁହିଁ ଧକ୍କା ହେଲା ଦୁଇ ଟ୍ରେନ(two trains collided on Metro Line 3 in Mexico City) । ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୭ ଜଣ ଆହତ ହୋଇଛନ୍ତି । ଗତକାଲି ମେଟ୍ରୋ ଲାଇନ ୩ରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ମେକ୍ସିକୋ ସିଟି ସରକାରର ମୁଖ୍ୟ କ୍ଲାଉଡିଆ ଶାଇନବାଉମ(Claudia Sheinbaum)ଙ୍କୁ ଏଲ ୟୁନିଭର୍ସାଲ୍ ସୂଚନା ଦେଇଛି । ଲା ରାଜା ଓ ପୋଟ୍ରେରୋ ଷ୍ଟେସନ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି ।
ଖବର ଅନୁଯାୟୀ, ଏହି ଦୁର୍ଘଟଣା ପରେ ଦୁଃଖ ପ୍ରକାଶ କରିଥିଲେ ଏକ୍ଲାଉଡିଆ ଶାଇନବାଉମ । ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଆହତ ଏବଂ ଟ୍ରେନ୍ ଧକ୍କାରେ ମୃତ୍ୟୁବରଣ କରିଥିବା ସମ୍ପର୍କୀୟଙ୍କୁ ସମବେଦନା ଜଣାଇଥିଲେ । ଶାଇନବାଉମଙ୍କ କହିବାନୁସାରେ, ଯେଉଁ ମାନେ ଏହି ଦୁର୍ଘଟଣାରେ ଆହତ ହୋଇଛନ୍ତି ସେମାନଙ୍କ ମଧ୍ୟରେ ଟ୍ରେନ୍ ଡ୍ରାଇଭର ସବୁଠାରୁ ଅଧିକ ଗୁରୁତର ଅଛନ୍ତି । ଟ୍ରେନରେ ଫସି ରହିଥିବା ଚାରି ଜଣଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଏକ ଗଣମାଧ୍ୟମ ରିପୋର୍ଟ କରିଛି।
ଏହି ଦୁର୍ଘଟଣା ପରେ କ୍ଲାଉଡିଆ ଶାଇନବାଉମ ଟ୍ବିଟ କରି କହିଥିଲେ ଯେ, ମେଟ୍ରୋଲାଇନ ୩ରେ ଦୁଇ ଟ୍ରେନ ମୁହାଁମୁହିଁ ଧକ୍କା ହୋଇଛି । ଏହି ଖବର ପାଇବା ପରେ ଘଟଣାସ୍ଥଳରେ ସରକାରୀ ସଚିବ, ନାଗରିକ ସୁରକ୍ଷା, କମ୍ପ୍ରେସିଭ ରିସ୍କ ମ୍ୟାନେଜମେଣ୍ଟ ଏବଂ ମେଟ୍ରୋ ନିର୍ଦ୍ଦେଶକ ସେଠାରେ ପହଞ୍ଚିଛନ୍ତି।
ଏହା ମଧ୍ୟ ପଢନ୍ତୁ-ପୁଣି ୟୁକ୍ରେନକୁ ସହାୟତାର ହାତ ବଢାଇଲା ଆମେରିକା, ଦେବ ୩ ବିଲିୟନ ଡଲାର
ଟ୍ରେନ ଦୁର୍ଘଟଣା ନେଇ ମେକ୍ସିକୋ ରାଷ୍ଟ୍ରପତି ଆଣ୍ଡ୍ରେସ ମାନୁଏଲ ଲୋପେଜ ଓବ୍ରାଡୋର(SheinbaumMexico's President Andres Manuel Lopez Obrador ) ଟ୍ୱିଟ କରି କହିଛନ୍ତି ଯେ, '' ମେକ୍ସିକୋ ସିଟି ମେଟ୍ରୋରେ ଘଟିଥିବା ଦୁର୍ଘଟଣାରେ ମୁଁ ଦୁଃଖିତ । ଏହି ଘଟଣାରେ ଦୁର୍ଭାଗ୍ୟ ବଶତଃ ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ମୃତକଙ୍କ ପରିବାରକୁ ମୁଁ ସମବେଦନା ଜଣାଉଛି ।
ତେବେ ଦୁର୍ଘଟଣାରେ ଆହତ ହୋଇଥିବା ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସମସ୍ତଙ୍କ ଚିକିତ୍ସା ଜାରି ରହିଥିବା ବେଳେ ଆଗକୁ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । ମୃତକଙ୍କ ପରିଚୟ ମିଳିନଥିବା ବେଳେ ଆହତଙ୍କ ପରିଚୟ ମଧ୍ୟ ହସ୍ତଗତ ହୋଇ ନାହିଁ । ଦୁର୍ଘଟଣା ଘଟିଥିବା ସ୍ଥାନରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।