ETV Bharat / international

କୋଇଲା ଖଣିରେ ବିସ୍ଫୋରଣ: ୨୮ ଶ୍ରମିକ ମୃତ, ଫସିଛନ୍ତି ଅନେକ - କୋଇଲା ଖଣିରେ ବିସ୍ଫୋରଣ ହୋଇ ୨୫ ମୃତ

ତୁର୍କୀର ଏକ କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ ଘଟି ୨୮ ଜଣଙ୍କର ମୃତ୍ୟୁ ହୋଇଛି । ମାଟି ତଳେ ଏବେ ବି ଅନେକ ଶ୍ରମିକ ଫସି ରହିଥିଲା ଆଶଙ୍କା କରାଯାଉଛି । ଅଧିକ ପଢନ୍ତୁ

କୋଇଲା ଖଣିରେ ବିସ୍ଫୋରଣ: ୨୫ ମୃତ, ଫସିଛନ୍ତି ଅନେକ ଶ୍ରମିକ

author img

By

Published : Oct 15, 2022, 7:54 AM IST

Updated : Oct 15, 2022, 9:49 AM IST

ଅଙ୍କରା: ତୁର୍କୀର ଏକ କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ ହୋଇଛି(Turkish mine explosion) । ଏଥିରେ ୨୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଶ୍ରମିକ ଖଣି ଭିତରେ ଫସି ରହିଥିବା ଆଶଙ୍କା କରାଯାଉଛି । ବର୍ତ୍ତମାନ ସୁଦ୍ଧା ୧୧ ଜଣଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଗତକାଲି(ଶୁକ୍ରବାର) ଉତ୍ତର ତୁର୍କୀର ବାର୍ଟିନ ପ୍ରଦେଶର ଏକ କୋଇଲା ଖଣିରେ ଏହି ବଡ ଅଘଟଣ ଘଟିଛି । ଖଣିର ପ୍ରାୟ ୩୦୦ ମିଟର ଗଭୀରରେ ଏହି ବିସ୍ଫୋରଣ ହୋଇଛି । ବିସ୍ଫୋରଣର କାରଣ ଏ ଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ମିଥେନ ଗ୍ୟାସ୍ ନିର୍ଗତ ଯୋଗୁଁ ଏପରି ଘଟିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଏହାମଧ୍ୟ ପଢନ୍ତୁ: ଭୁଲ ଭୁଲେୟା ପ୍ରେମ: ଡାକ୍ତର ସ୍ବାମୀକୁ ଇଞ୍ଜେକସନ ଦେଇ ହତ୍ୟାକରି ତୃତୀୟ ପ୍ରେମିକ ସହ ଫେରାର

ସୂଚନା ମୁତାବକ, କୋଇଲା ଖଣିରେ ବିସ୍ଫୋରଣ ସମୟରେ ସେଠାରେ ପ୍ରାୟ ୧୧୦ ଜଣ ଶ୍ରମିକ କାମ କରୁଥିଲେ । ସେମାନଙ୍କ ମଧ୍ୟରୁ ୪୯ ଶ୍ରମିକ ମାଟି ତଳୁ ୩୦୦ରୁ ୩୫୦ ମିଟର ଗଭୀର ରିସ୍କ ଜୋନରେ ଥିଲେ । ଠିକ୍ ଏତିକି ବେଳେ ବିସ୍ଫୋରଣ ହୋଇଥିଲା । ଖବର ପାଇ ତୁରନ୍ତ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଗତକାଲି ରାତିତମାମ୍ ଉଦ୍ଧାର କାର୍ଯ୍ୟ ଚାଲିଥିଲା । ତେବେ ମାଟି ତଳେ ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର ପାଇଁ ଟିମ୍ ପଥର ଖୋଳି ସେମାନଙ୍କ ନିକଟକୁ ପହଞ୍ଚିବାକୁ ଚେଷ୍ଟା କରୁଛି । ଏବେସୁଦ୍ଧା ୧୧ ଜଣଙ୍କୁ ଉଦ୍ଧାର କରାଯାଇଥିବା ତୁର୍କୀ ସ୍ବାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଖଣିରେ ବିସ୍ଫୋରଣ ପଛରେ ସଠିକ୍ କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ ହୋଇଛି ।

Last Updated : Oct 15, 2022, 9:49 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.