ଅଙ୍କାରା: ତୁର୍କୀରେ ତାଣ୍ଡବ ରଚିଲା ଭୂକମ୍ପ । ସୋମବାର ସକାଳୁସକାଳୁ ବଡ ଧରଣର ଭୂକମ୍ପରେ ଥରିଥିଲା ତୁର୍କୀ ଏବଂ ସିରିଆ । ବର୍ତ୍ତମାନ ସୁଦ୍ଧା 912ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଗକୁ ମୃତ୍ୟୁ ସଂଖ୍ୟା ୧୦୦୦ ଛୁଇଁପାରେ ବୋଲି କୁହାଯାଉଛି । ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଥିବା ବେଳେ US ଜିଓଲୋଜିକାଲ ସର୍ଭେ ପକ୍ଷରୁ ଭୂକମ୍ପ ପରେ ସୁନାମି ଆଲର୍ଟ ଜାରି କରାଯାଇଛି । ସାରା ଦେଶକୁ ହାଇ ଆଲର୍ଟ ଜାରି ହୋଇଥିବା ବେଳେ ଇଟାଲୀକୁ ମଧ୍ୟ ସୁନାମି ଆଲର୍ଟ ଜାରି କରାଯାଇଛି ।
-
BREAKING: Quake death toll in Turkey rises to 912, with nearly 5,400 injured - Erdogan
— BNO News (@BNOFeed) February 6, 2023 " class="align-text-top noRightClick twitterSection" data="
">BREAKING: Quake death toll in Turkey rises to 912, with nearly 5,400 injured - Erdogan
— BNO News (@BNOFeed) February 6, 2023BREAKING: Quake death toll in Turkey rises to 912, with nearly 5,400 injured - Erdogan
— BNO News (@BNOFeed) February 6, 2023
ସୂଚନାଅନୁସାରେ, ତୁର୍କୀ ଏବଂ ସିରିଆରେ ହୋଇଥିବା ଭୂକମ୍ପର ପ୍ରଭାବ ଇସ୍ରାଏଲ ଏବଂ ଇଟାଲୀରେ ବି ଦେଖିବାକୁ ମିଳିଛି । ତେବେ ତୁର୍କୀରେ ବର୍ତ୍ତମାନ ସୁଦ୍ଧା 912 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ହଜାର ୩୦୦ରୁ ଅଧିକ ଆହତ ହୋଇଛନ୍ତି । ଏହାସହ ଅନେକ ବଡ଼ବଡ଼ ଅଟ୍ଟାଳିକା ମଧ୍ୟ ଭୁଶୁଡି ଯାଇଥିବା ଦେଖାଯାଇଛି । ଅନେକ ଲୋକ କୋଠା ତଳେ ଗାଡି ଚାପି ହୋଇ ରହିଥିବା ନେଇ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେଉଛି । ୧୭୦୦ରୁ ଅଧିକ ଅଟାଳିକା ଭୁଶୁଡି ଯାଇଥିବା ନେଇ ସୂଚନା ରହିଛି । ତେବେ ମୃତ୍ୟୁସଂଖ୍ୟା ୧୦୦୦ ଛୁଇଁପାରେ ବୋଲି ୟୁଏସ୍ ଜିଓଲୋଜିକାଲ ସର୍ଭେ ପକ୍ଷରୁ ଆଶଙ୍କା କରାଯାଉଛି । ସିରିଆରେ ଏପର୍ଯ୍ୟନ୍ତ 326 ଲୋକଙ୍କ ଜୀବନ ଗଲାଣି ବୋଲି ସୂଚନା ରହିଛି ।
-
#BREAKING Quake death toll in Turkey soars to 912: Erdogan pic.twitter.com/RhQQ7IGIW1
— AFP News Agency (@AFP) February 6, 2023 " class="align-text-top noRightClick twitterSection" data="
">#BREAKING Quake death toll in Turkey soars to 912: Erdogan pic.twitter.com/RhQQ7IGIW1
— AFP News Agency (@AFP) February 6, 2023#BREAKING Quake death toll in Turkey soars to 912: Erdogan pic.twitter.com/RhQQ7IGIW1
— AFP News Agency (@AFP) February 6, 2023
ଏହା ମଧ୍ୟ ପଢନ୍ତୁ: Earthquake strikes: ଶକ୍ତିଶାଳୀ ଭୂକମ୍ପରେ ଥରିଲା ତୁର୍କୀ, 190ରୁ ଊର୍ଦ୍ଧ୍ବ ମୃତ
ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ଅନେକ ଉଦ୍ଧାରକାରୀ ଦଳ ସାମିଲ ହୋଇଥିବା ବେଳେ ଆମ୍ବୁଲାନ୍ସ ମଧ୍ୟ ନିୟୋଜିତ କରାଯାଇଛି । ଜନଦାରିସ ସହରରେ ଅନେକ କୋଠା ଭୁଶୁଡି ପଡିଛି । ଉଦ୍ଧାରକାରୀ ଦଳ ଲୋକଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ।
-
Anguished by the loss of lives and damage of property due to the Earthquake in Turkey. Condolences to the bereaved families. May the injured recover soon. India stands in solidarity with the people of Turkey and is ready to offer all possible assistance to cope with this tragedy. https://t.co/vYYJWiEjDQ
— Narendra Modi (@narendramodi) February 6, 2023 " class="align-text-top noRightClick twitterSection" data="
">Anguished by the loss of lives and damage of property due to the Earthquake in Turkey. Condolences to the bereaved families. May the injured recover soon. India stands in solidarity with the people of Turkey and is ready to offer all possible assistance to cope with this tragedy. https://t.co/vYYJWiEjDQ
— Narendra Modi (@narendramodi) February 6, 2023Anguished by the loss of lives and damage of property due to the Earthquake in Turkey. Condolences to the bereaved families. May the injured recover soon. India stands in solidarity with the people of Turkey and is ready to offer all possible assistance to cope with this tragedy. https://t.co/vYYJWiEjDQ
— Narendra Modi (@narendramodi) February 6, 2023
ନୁରଦଗୀର ୨୩ କିଲୋମିଟର ପୂର୍ବରେ ଏକ ଭୂକମ୍ପ ହୋଇଥିବା ବେଳେ ସେଣ୍ଟ୍ରାଲ ତୁର୍କୀରେ ମଧ୍ୟ ଭୂକମ୍ପ ଅନୁଭୁତ ହୋଇଛି । ନୁରଦଗୀରେ ଭୂକମ୍ପର ତୀବ୍ରତା ୭.୮ ରେକର୍ଡ କରାଯାଇଥିବା ବେଳେ ସେଣ୍ଟ୍ରାଲ ତୁର୍କୀରେ ୬.୭ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ସୂଚନାଥାଉକି, ଏହା ପୂର୍ବରୁ ୨୦୨୨ ନଭେମ୍ବର ମାସରେ ଭୂକମ୍ପ ଅନୁଭୂତ ହୋଇଥିଲା । ନୁରଦଗୀରେ ଭୂକମ୍ପର ଗଭୀରତା ୧୭.୯ କିମି ରେକର୍ଡ କରାଯାଇଥିବା ବେଳେ ସେଣ୍ଟ୍ରାଲ ତୁର୍କୀରେ ଗଭୀରତା ୯.୯ କିମି ରେକର୍ଡ କରାଯାଇଥିଲା ।
ସ୍ଥାନୀୟ ଲୋକଙ୍କ ମୁତାବକ,"ଭୂକମ୍ପର ତୀବ୍ରତା ଏତେ ମାତ୍ରାରେ ରହିଥିଲା ଯେ ୪୦ ସେକେଣ୍ଡ ଯାଏଁ ଘର, ବେଡ ସବୁ ଦୋହଲିଥିଲା । ଫଳରେ ଦେଖୁଦେଖୁ ଅନେକ କୋଠା ମଧ୍ୟ ଭୁଶୁଡି ଯାଇଥିଲା । କାରଗୁଡିକ କୋଠା ତଳେ ଚାପି ହୋଇ ରହିଥିଲା ।
୧୯୯୯ରେ ମଧ୍ୟ ଯାଇଥିଲା ଅନେକ ଜୀବନ: ଜାପାନ-ଇଣ୍ଡୋନେସିଆ ପରି ତୁର୍କୀରେ ମଧ୍ୟ ଅଧିକାଂଶ ସମୟରେ ବଡଧରଣର ଭୂକମ୍ପ ହୋଇଥାଏ । ୧୯୯୯ ମସିହାରେ ତୁର୍କୀରେ ପ୍ରକୃତି ତାଣ୍ଡବ ରଚିଥିଲା । ୭.୪ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ଅନୁନ୍ୟ ୧୮୦୦ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ କ୍ଷୟକ୍ଷତି ହୋଇଥିଲା । ବିଶାଳ ଅଟ୍ଟାଳିକା ମଧ୍ୟ ଭୁଶୁଡ଼ି ପଡିଥିଲା ।
ତେବେ ତୁର୍କୀରେ ଭୟଙ୍କର ଭୂକମ୍ପକୁ ନେଇ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ । ନରେନ୍ଦ୍ର ମୋଦି ଟ୍ବିଟକରି ଦୁଃଖ ପ୍ରକାଶ କରି ଲେଖିଛନ୍ତି, "ତୁର୍କୀରେ ହୋଇଥିବା ଭୟଙ୍କର ଭୂକମ୍ପରେ ଲୋକେ ପ୍ରାଣ ହରାଇଛନ୍ତି । ତା ସହିତ ବେଳେ ଅନେକ କ୍ଷୟକ୍ଷତି ହୋଇଥିବା ଖବର ଶୁଣି ମୁଁ ମର୍ମାହତ । ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପ୍ରତି ମୁଁ ସମବେଦନା ଜଣାଉଛି । ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ଭାରତ ସର୍ବଦା ତୁର୍କୀବାସୀଙ୍କ ସହ ଛିଡା ହୋଇଛି । ଯଥାସମ୍ଭବ ସାହାଯ୍ୟ ଯୋଗାଇବା ପାଇଁ ଭାରତ ପ୍ରସ୍ତୁତ ରହିଛି ।"