ETV Bharat / international

ଲୋୟାଲ୍ଟି ଦ୍ବୀପରେ ବଡ ଧରଣର ଭୂକମ୍ପ, ସୁନାମୀ ଆଲର୍ଟ ଜାରି - ଲୋୟାଲ୍ଟି ଦ୍ବୀପରେ ଭୟଙ୍କର ଭୂକମ୍ପ

ଲୋୟାଲ୍ଟି ଦ୍ବୀପରେ ବଡ ଧରଣର ଭୂକମ୍ପ । ୭.୭ ତୀବ୍ରତାର ଭୂକମ୍ପ ପରେ ସୁନାମୀ ଆଲର୍ଟ ଜାରି କରାଯାଇଛି । ଅଧିକ ପଢନ୍ତୁ

earthquake
earthquake
author img

By

Published : May 19, 2023, 10:43 AM IST

ଓ୍ବେଲିଙ୍ଗଟନ: ଲୋୟାଲ୍ଟି ଦ୍ବୀପରେ ବଡ ଧରଣର ଭୂକମ୍ପ ଝଟକା । ସକାଳୁ ସକାଳୁ ଭୂକମ୍ପରେ ଥରିଲା ଫିଜି । ରିକ୍ଟର ସ୍କେଲର ଭୂକମ୍ପର ତୀବ୍ରତା ୭.୭ ରେକର୍ଡ କରାଯାଇଛି । ନ୍ୟୁ କାଲେଣ୍ଡୋନିଆ ଓ ଭାନୁଆତୁରେ ବି କମ୍ପନ ଅନୁଭୂତ ହୋଇଛି । ଏନେଇ ଆମେରିକାର ଭୂତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।

ଆମେରିକାର ଭୂତତ୍ତ୍ବ ସର୍ବେକ୍ଷଣ ସଂସ୍ଥାର ତଥ୍ୟ ଅନୁସାରେ, ନ୍ୟୁ କାଲେଣ୍ଡୋନିଆ, ଭାନୁଆତୁ ଏବଂ ଫିଜିରେ ଭୂକମ୍ପ ଅନୁଭୂତ ହୋଇଛି । ତୀବ୍ରତା ୭.୭ ରେକର୍ଡ କରାଯାଇଥିବା ବେଳେ ଗଭୀରତା ୧୦ କିଲୋମିଟର ରେକର୍ଡ କରାଯାଇଛି । ତେବେ ଭୂକମ୍ପ ପରେ ସୁନାମୀ ଆଲର୍ଟ ଜାରି କରାଯାଇଛି । ଭୂକମ୍ପ ଝଟକା ପରେ ଭୟଭୀତ ଅବସ୍ଥାରେ ରହିଛନ୍ତି ସ୍ଥାନୀୟ ଲୋକେ । କୌଣସି ମୁହୁର୍ତ୍ତରେ ସୁନାମି ଆସିବା ନେଇ ଆଶଙ୍କା ପ୍ରକାଶ ପାଇଛି । ବର୍ତ୍ତମାନ ସ୍ଥାନୀୟ ଲୋକେ ଘର ଠାରୁ ଦୂରକୁ ଚାଲିଯାଇଛନ୍ତି । ସ୍ଥାନୀୟ ପ୍ରଶାସନ ପକ୍ଷରୁ ମଧ୍ୟ ଲୋକଙ୍କୁ ଉଚ୍ଚା ସ୍ଥାନକୁ ସ୍ଥାନାନ୍ତର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଭୟଙ୍କର ଭୂକମ୍ପ ଫଳରେ ଲୋକେ ଭୟରେ ଘରୁ ବାହାରି ଆସିଥିଲେ ।

ଏହା ମଧ୍ୟ ପଢନ୍ତୁ: Russia-Ukraine War: ଯୁଦ୍ଧ ଖବର ସଂଗ୍ରହ ପାଇଁ ଯାଇଥିଲେ, ରକେଟ ମାଡରେ ଆଖି ବୁଜିଲେ ସାମ୍ବାଦିକ

ଏହା ମଧ୍ୟ ପଢନ୍ତୁ: King Charles Coronation: ଭାରତ ଚାପ ଆଗରେ ନଇଁଲା କି ବ୍ରିଟେନ ? କୋହିନୂର ହୀରା ପିନ୍ଧିଲେନି ମହାରାଣୀ

ଅନ୍ୟପଟେ ଭୂକମ୍ପ ଫଳରେ ରାସ୍ତାରେ ଫାଟ ସୃଷ୍ଟି ହୋଇଥିବା ବେଳେ କେତେକ ଘରେ ମଧ୍ୟ ଫାଟ ହୋଇଥିବା ନେଇ ଭାଇରାଲ ହେଉଥିବା କିଛି ଭିଡିଓରେ ଦେଖାଦେଇଛି । କିନ୍ତୁ କ୍ଷୟକ୍ଷତି ନେଇ କୌଣସି ସୂଚନା ସ୍ଥାନୀୟ ପ୍ରଶାସନ ପକ୍ଷରୁ ଦିଆଯାଇନାହିଁ । କିନ୍ତୁ ଏତେ ବଡ ଧରଣର ଭୂକମ୍ପ ଫଳରେ ଅନେକ କ୍ଷୟକ୍ଷତି ହୋଇଥିବା ନେଇ ଅନୁମାନ କରାଯାଉଛି । ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ପ୍ରକାଶଥାଉକି, ଏହା ପୂର୍ବରୁ ୨୦୨୧ ଡିସେମ୍ବର ୧୮ ତାରିଖରେ ଫିଜି ଦ୍ୱୀପପୁଞ୍ଜରେ ନିକଟରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ କରାଯାଇଥିଲା । ଏହାର କେନ୍ଦ୍ର ସ୍ଥଳ ଓଭାଲାଉ ଦ୍ୱୀପରେ ଥିବା ଲେଭୁକା ସହରର ୨୩୦ କିଲୋମିଟର ପୂର୍ବରେ ରହିଥିଲା । ଆମେରିକାର ଭୂତତ୍ତ୍ବ ସର୍ବେକ୍ଷଣ ତରଫରୁ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ କୌଣସି କ୍ଷୟକ୍ଷତି ହୋଇନଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.