ପୋର୍ଟ ଭିଲ୍ଲା: ଶକ୍ତିଶାଳୀ ଭୂକମ୍ପରେ ଥରିଲା ଭାନୁଆତୁ ଦ୍ବୀପ । ରବିବାର ଭାନୁଆତୁ ଦ୍ବୀପର ଆଖପାଖ ଅଞ୍ଚଳରେ ଏହି ଭୂକମ୍ପ ଅନୁଭୂତ ହୋଇଛି (Earthquake Hits Pacific Nation Of Vanuatu) । ରିକ୍ଟର ସ୍କେଲରେ ତୀବ୍ରତା ୭.୦ ରେକର୍ଡ କରାଯାଇଛି । ଏନେଇ ଭୂତତ୍ତ୍ବ ବିଜ୍ଞାନ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି ।
-
Notable quake, preliminary info: M 7.0 - 23 km WNW of Port-Olry, Vanuatu https://t.co/06FQfghHrz
— USGS Earthquakes (@USGS_Quakes) January 8, 2023 " class="align-text-top noRightClick twitterSection" data="
">Notable quake, preliminary info: M 7.0 - 23 km WNW of Port-Olry, Vanuatu https://t.co/06FQfghHrz
— USGS Earthquakes (@USGS_Quakes) January 8, 2023Notable quake, preliminary info: M 7.0 - 23 km WNW of Port-Olry, Vanuatu https://t.co/06FQfghHrz
— USGS Earthquakes (@USGS_Quakes) January 8, 2023
ଭୂକମ୍ପର ତୀବ୍ରତା ଅଧିକ ରହିଥିବା ଯୋଗୁଁ ଦ୍ବୀପର ଆଖପାଖ ଅଞ୍ଚଳରେ ସୁନାମୀ ଆଲର୍ଟ କରାଯାଇଥିଲା(Tsunami Alert After 7 Magnitude Earthquake Hits Pacific Nation Of Vanuatu) । ଓଲରୀ ଠାରୁ ୨୩ କିଲୋମିଟର ଦୂରରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିବା ବେଳେ ଏହାର ଗଭୀରତା ୨୭ କିଲୋମିଟର ରେକର୍ଡ କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିପାରିନାହିଁ ।
ଏହା ମଧ୍ୟ ପଢନ୍ତୁ: ଉଦଘାଟନର ଦିନକ ପରେ ରାଉରକେଲା ବିମାନ ବନ୍ଦରରୁ ଗୁଳି ଜବତ, ବ୍ୟାଗରେ ରଖିଥିଲେ ଯାତ୍ରୀ
ଭାନୁଆତରେ ପ୍ରାୟ 280,000 ଲୋକ ବସବାସ କରୁଥିବା ବେଳେ ଏଠାରେ ଅନେକ ସମୟରେ ଭୂକମ୍ପ ଏବଂ ବାତ୍ୟା ହୋଇଥାଏ । ଏହି ପୂରା ଅଞ୍ଚଳ ପ୍ରଶାନ୍ତ ରିଙ୍ଗ ଅଫ୍ ଫାୟାରରେ ରହିଛି । ତେବେ ସ୍ଥାନୀୟ ଜଣ ବ୍ୟକ୍ତିଙ୍କର କହିବା ଅନୁସାରେ, ଆମ ଗ୍ରାମରେ ୧୦୦୦ ଲୋକ ରହୁଥିବା ବେଳ ଭୂକମ୍ପ ସମୟରେ ଅନେକ ଘର ଦୋହଲିଥିଲା । କିନ୍ତୁ କୌଣସି କ୍ଷୟକ୍ଷତି ହୋଇନାହିଁ ।"
ଏହା ମଧ୍ୟ ପଢନ୍ତୁ: ପ୍ରଥମ ଥର ଦିଲ୍ଲୀ ବାହାରେ ବସିଲା AIIMS CIB ବୈଠକ, ଅଧ୍ୟକ୍ଷତା କଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ
ପ୍ରକାଶଯେୋଗ୍ୟ ଯେ, ଗତ ମାର୍ଚ୍ଚ ମାସରେ ଜାପାନରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ତୀବ୍ରତା 7.3 ରହିଥିବା ରେକର୍ଡ କରାଯାଇଥିଲା । ଭୂକମ୍ପ ତୀବ୍ରତା ଅଧିକ ଥିବାରୁ ରାଜଧାନୀ ଟୋକିଓର ଉତ୍ତର-ପୂର୍ବ ଉପକୂଳର କିଛି ସ୍ଥାନ ପାଇଁ ସୁନାମି ସତର୍କତା ଜାରି କରାଯାଇଥିଲା । ତେବେ ଏହି ଭୂକମ୍ପରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୯୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଭୂକମ୍ପର କେନ୍ଦ୍ରସ୍ଥଳ ଟୋକିଓ ଫୁକୁସିମା ଅଞ୍ଚଳର ଉପକୂଳ ହୋଇଥିବାବେଳେ ଏହା ସମୁଦ୍ର ମଧ୍ୟରେ ପ୍ରାୟ ୬୦ କି.ମି ଗଭୀରତାରେ ସୃଷ୍ଟି ହୋଇଥିଲା। ଭୂକମ୍ପ ପରେ ଟୋକିଓର ଉତ୍ତରପୂର୍ବ ଅଞ୍ଚଳର ପ୍ରାୟ 20 ଲକ୍ଷ ଘର ଅନ୍ଧାରରେ ରହିଥିଲା ।