ETV Bharat / international

ସଂସଦରେ ନାଜି ସୈନିକଙ୍କୁ ସମ୍ମାନ: ଭୁଲ୍ ହୋଇଯାଇଛି କହିଲେ କାନାଡା ପ୍ରଧାନମନ୍ତ୍ରୀ - ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ

ସଂସଦରେ ନାଜି ସୈନିକଙ୍କୁ ସମ୍ମାନିତ କରାଯିବା ଘଟଣାରେ କ୍ଷମା ମାଗିଲେ କାନାଡା ପ୍ରଧାନମନ୍ତ୍ରୀ ଟ୍ରୁଡୋ । ଅଧିକ ପଢ଼ନ୍ତୁ

କ୍ଷମା ମାଗିଲେ କାନାଡା ପ୍ରଧାନମନ୍ତ୍ରୀ ଟ୍ରୁଡୋ

author img

By ETV Bharat Odisha Team

Published : Sep 28, 2023, 7:59 AM IST

ଓଟୱା: କାନାଡା ସଂସଦରେ ପୂର୍ବତନ ନାଜି ସୈନିକଙ୍କୁ ସମ୍ମାନିତ କରିବା ଘଟଣାରେ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ କ୍ଷମା ମାଗିଛନ୍ତି । ଦିନକ ପୂର୍ବରୁ କାନାଡା ହାଉସ୍ ସ୍ପିକର୍‌ ଇସ୍ତଫା ଦେଇଥିବା ବେଳେ ଟ୍ରୁଡୋ ମଧ୍ୟ ନିଜ ଭୁଲ୍ ବୁଝିପାରି କ୍ଷମା ପ୍ରାର୍ଥନା କରିଛନ୍ତି । ଏନେଇ ବୁଧବାର ସେ କହିଛନ୍ତି, "ନାଜି ସୈନିକଙ୍କ ୟାରୋସ୍ଲାଭ ହୁଙ୍କାଙ୍କୁ ନିୟନ୍ତ୍ରଣ କରିବା ଏବଂ ସମ୍ମାନ ଦେବା ଘଟଣା ପାଇଁ ହାଉସ୍ ଅଫ୍ କମନ୍ସ ସ୍ପିକର(ଯିଏକି ମଙ୍ଗଳବାର ପଦରୁ ଇସ୍ତଫା ଦେଇଛନ୍ତି) ଆନ୍ଥୋନୀ ରୋଟା ସମ୍ପୂର୍ଣ୍ଣ ରୂପେ ଦାୟୀ । ଏହା ଏକ ଭୁଲ୍ ଥିଲା, ଯାହାକି ସଂସଦ ଓ କାନାଡାକୁ ଖୁବ୍ ଲଜ୍ଜିତ କରିଛି ।"

ଗତକାଲି ଟ୍ରୁଡୋ ସଂସଦରେ ପ୍ରବେଶ କରିବା ପୂର୍ବରୁ କହିଥିଲେ ଯେ, ଶୁକ୍ରବାର ଦିନ ପାର୍ଲାମେଣ୍ଟ୍‌ ହାଉସ୍‌ରେ ଉପସ୍ଥିତ ଥିବା ଆମେ ସମସ୍ତେ ସମ୍ମାନର ସହ ଛିଡ଼ା ହୋଇ ହୁଙ୍କାଙ୍କ ପାଇଁ କରତାଳି ମାରିଥିବାରୁ ପଶ୍ଚାତାପ କରୁଛୁ । ଆମେ ତାଙ୍କ ବିଷୟରେ ଜାଣିନଥିଲୁ । ହୁଙ୍କା ସମ୍ମାନ ଜଣାଇବା ଇହୁଦୀ ସମୁଦାୟ ଓ ହୋଲୋକାଷ୍ଟରେ ପ୍ରାଣ ହରାଇଥିବା ଲକ୍ଷ ଲକ୍ଷ ଲୋକଙ୍କ ସ୍ମୃତିକୁ ଗଭୀର ଭାବେ ଆଘାତ ଦେଇଛି ।

ଏହାମଧ୍ୟ ପଢନ୍ତୁ: କାନାଡା ସଂସଦରେ ନାଜି ସୈନିକଙ୍କୁ ସମ୍ମାନ: ଇସ୍ତଫା ଦେଲେ ସ୍ପିକର ଆନ୍ଥୋନୀ ରୋଟା

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଚଳିତ ସପ୍ତାହରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଦମିର ଜେଲେନସ୍କି କାନାଡା ଗସ୍ତରେ ଆସିଥିଲେ । ତାଙ୍କ ସହ ୟୁକ୍ରେନର ୯୮ ବର୍ଷୀୟ ପୂର୍ବତନ ନାଜି ସୈନିକ ୟାରୋସ୍ଲାଭ ହୁଙ୍କା ମଧ୍ୟ ଆସିଥିଲେ । ହୁଙ୍କା ୧୪ତମ ୱାଫେନ ଗ୍ରେନେଡିୟର ଡିଜିଭଜନର ଜଣେ ସୈନିକ ଥିଲେ । ଯିଏକି ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ହିଟଲରଙ୍କ ନରସଂହାରରେ ସାମିଲ ଥିଲେ । ଏହାସତ୍ତ୍ବେ ତାଙ୍କୁ କାନାଡା ସଂସଦରେ ପ୍ରଧାନମନ୍ତ୍ରୀ ଟ୍ରୁଡୋ ସମ୍ମାନିତ କରିଥିଲେ । ସଂସଦ ସ୍ପିକର ଆନ୍ଥୋନୀ ରୋଟା ଯୁଦ୍ଧର ହିରୋ ଭାବେ ହୁଙ୍କାଙ୍କୁ ପରିଚତ କରାଇଥିଲେ ଏବଂ ତାଙ୍କ ସହିତ ସଂସଦର ସଦସ୍ୟମାନେ ଷ୍ଟାଣ୍ଡିଂ ଓଭେସନ ଦେଇଥିଲେ ।

ଉକ୍ତ ଘଟଣାକୁ ବିଭିନ୍ନ ରାଷ୍ଟ୍ର ବିରୋଧ କରି ଟ୍ରୁଡୋଙ୍କ ତୀବ୍ର ସମାଲୋଚନା କରିଥିଲେ । କାନାଡାର ବିରୋଧୀ ଦଳ ନେତା ପିରେ ପଲିଭେ ଟ୍ରୁଡୋଙ୍କୁ ନିନ୍ଦା କରିବା ସହିତ କ୍ଷମା ଦାବି କରିଥିଲେ । ପରେ କାନାଡା ସଂସଦର ସ୍ପିକର ରୋଟା ଉକ୍ତ ଘଟଣା ପାଇଁ ଇହୁଦୀ ସମ୍ପ୍ରଦାୟକୁ କ୍ଷମା ମାଗିଥିଲେ ଏବଂ ନିଜ ପଦରୁ ଇସ୍ତଫା ଦେଇଥିଲେ । ଏବେ ଟ୍ରୁଡୋ ମଧ୍ୟ ଏହାକୁ ଭୁଲ୍ ହୋଇଯାଇଛି ବୋଲି କହି କ୍ଷମା ମାଗିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.