ETV Bharat / international

ଆମେରିକାରେ 3 ପାଲେଷ୍ଟାଇନ ଛାତ୍ରଙ୍କୁ ଗୁଳିମାଡ, 'ହେଟ୍ କ୍ରାଇମ' ଅଭିଯୋଗ ଆଣିଲେ ପରିବାର

Palestinian students shot in US: ଆମେରିକାରେ 3ଜଣ ପାଲେଷ୍ଟାଇନ ଛାତ୍ରଙ୍କୁ ଗୁଳିମାଡ ହୋଇଛି । 2 ଜଣ ଆହତ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ପରିବାର ଲୋକଙ୍କ ଅଭିଯୋଗ 'ହେଟ୍ କ୍ରାଇମ '।

author img

By ETV Bharat Odisha Team

Published : Nov 27, 2023, 9:07 AM IST

Updated : Nov 27, 2023, 10:08 AM IST

ଆମେରିକାରେ 3 ପାଲେଷ୍ଟାଇନ ଛାତ୍ରଙ୍କୁ ଗୁଳିମାଡ

ଓ୍ବାଶିଂଟନ: ଆମେରିକାରେ 3 ପାଲେଷ୍ଟାଇନ ଛାତ୍ରଙ୍କୁ ଗୁଳିମାଡ । ଗୁଳିମାଡରେ ଜଣେ ଗୁରୁତର ହୋଇଥିବା ବେଳେ 2ଜଣ ଆହତ ହୋଇଛନ୍ତି । ହସ୍ପିଟାଲରେ 3 ଜଣଙ୍କ ଚିକିତ୍ସା ଜାରି ରହିଥିବା ବେଳେ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି । ଅନ୍ୟପଟେ ପୀଡିତଙ୍କ ପରିବାରର ପକ୍ଷରୁ 'ହେଟ୍ କ୍ରାଇମ' ଅଭିଯୋଗ ଅଣାଯାଇଛି ।

ଆମେରିକାର ବର୍ଲିଂଟନରେ ଭର୍ମୋଣ୍ଟ ବିଶ୍ବବିଦ୍ୟାଳୟ ପରିସରରେ 3 ପାଲେଷ୍ଟାଇନ ବଂଶୋଦ୍ଭବଙ୍କୁ ଗୁଳିକାଣ୍ଡ । ସମ୍ପର୍କୀୟଙ୍କ ଘରକୁ ଯାଉଥିବା ବେଳେ କେହି ଆତତାୟୀ 3 ଜଣଙ୍କ ଉପରକୁ ଆଖିବୁଜା ଗୁଳିଚାଳନା କରିଥିଲେ । ଏଥିରେ 3 ଜଣ ଗୁରୁତର ଆହତ ହୋଇଥିବା ବେଳେ ବର୍ତ୍ତମାନ ସେମାନଙ୍କ ଚିକିତ୍ସା ଜାରି ରହିଛି ।

ପୋଲିସ ସୂଚନା ଅନୁଯାୟୀ, ଶନିବାର ରାତିରେ ଭର୍ମୋଣ୍ଟ ବିଶ୍ବବିଦ୍ୟାଳୟ ପରିସରରେ 3 ପାଲେଷ୍ଟାଇନ ବଂଶୋଦ୍ଭବଙ୍କୁ ଗୁଳିମାଡ ହୋଇଛି । ସେମାନଙ୍କ ମଧ୍ୟରୁ 2 ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ବେଳେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସମସ୍ତଙ୍କ ବୟସ 20 ହୋଇଥିବା ଜଣାପଡିଛି । ତେବେ ପୀଡ଼ିତଙ୍କ ମଧ୍ୟରେ ଜଣଙ୍କ ସମ୍ପର୍କୀୟଙ୍କ ଘରକୁ ଯାଉଥିବା ବେଳେ ଏହି ଆକ୍ରମଣ ହୋଇଥିବା ସୂଚନା ରହିଛି । ଏହି ଆକ୍ରମଣ ନେଇ ହେଟ୍ କ୍ରାଇମ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପାଲେଷ୍ଟାଇନମାନଙ୍କୁ ଟାର୍ଗେଟ କରାଯାଉଥିବା କୁହାଯାଇଛି ।

ଏହାମଧ୍ୟ ପଢନ୍ତୁ.. ଅସ୍ତ୍ରବିରତିରେ ନେତାନ୍ୟାହୁଙ୍କ ଗାଜା ଗସ୍ତ: କହିଲେ, ଆମକୁ କେହି ରୋକିପାରିବେ ନାହିଁ

ଆହତ ମୁରାଦଙ୍କ ବୟାନ ଅନୁଯାୟୀ, ସମ୍ପର୍କୀୟଙ୍କ ଘରକୁ ଚାଲି ଚାଲି ଯାଉଥିବା ବେଳେ ଜଣେ ବନ୍ଧୁକଧାରୀ ହ୍ବାଇଟ୍‌ମ୍ୟାନ ରାସ୍ତା ଉପରେ ତାଙ୍କ ସାମ୍ନାରେ ଛିଡ଼ା ହୋଇଥିଲେ । କେହି କିଛି ବୁଝିବା ପୂର୍ବରୁ ତାଙ୍କ ଉପରକୁ ସେ ଅତର୍କିତ ଭାବେ ଗୁଳି ଚଳାଇଥିଲେ । ପାଖାପାଖି 4 ରାଉଣ୍ଡ ଗୁଳି ନିଜ ପିସ୍ତଲରୁ ଫାୟାରିଂ କରିବା ପରେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ ।

ତେବେ ଆହତ ମୁରାଦଙ୍କ ବୟାନ ପୂର୍ବରୁ ଆମେରିକା ଆରବ ସାମ୍ପ୍ରଦାୟିକ ବିରୋଧୀ କମିଟି ମଧ୍ୟ ରବିବାର ଦିନ ଏସମ୍ପର୍କରେ ବୟାନ ଜାରି କରିଥିଲା । ପୀଡିତମାନେ ପାଲେଷ୍ଟିନିୟାନ ଆମେରିକୀୟ ଅଟନ୍ତି । ଯେଉଁଥିପାଇଁ ସେମାନଙ୍କୁ ଆକ୍ରମଣ ହୋଇଛି । ଆକ୍ରମଣକାରୀ ବିଷୟରେ ସୂଚନା ଦେଲେ କିମ୍ବା ତାକୁ ଗିରଫ କରିବାରେ ସାହାଯ୍ୟ କରିଥିବା ବ୍ୟକ୍ତିଙ୍କୁ 10 ହଜାର ଆମେରିକୀୟ ଡଲାର ପୁରସ୍କାର ଦିଆଯିବା ନେଇ ଘୋଷଣା କରିଛି ଆମେରିକା ଆରବ ସାମ୍ପ୍ରଦାୟିକ ବିରୋଧି କମିଟି ।

ଅନ୍ୟପଟେ ଆମେରିକା ପୋଲିସ (ଏଫବିଆଇ) ପକ୍ଷରୁ କୁହାଯାଇଛି ଯେ, ଘଟଣାକୁ ନେଇ ପୋଲିସ ଅବଗତ ରହିଛି । ମାମଲାର ତଦନ୍ତ ଜାରି ରହିଛି । ଖୁବଶୀଘ୍ର ଅଭିଯୁକ୍ତକୁ ଚିହ୍ନଟ କରାଯିବ । ଯଦି ତଦନ୍ତ ବେଳେ ଏହା ସଂଘୀୟ ହିଂସା ବୋଲି ଜଣାପଡେ ତେବେ ତାହା ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କରାଯିବ । ଏହି ମାମଲାରେ ହ୍ବାଇଟ ହାଉସ ପକ୍ଷରୁ ମଧ୍ୟ ବିବୃତ୍ତି ଜାରି କରାଯାଇଛି । "ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଗୁଳିକାଣ୍ଡ ସମ୍ବନ୍ଧରେ ସୂଚନା ପାଇଛନ୍ତି ଓ ଅଧିକ ତଦନ୍ତ କରି ସବିଶେଷ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 27, 2023, 10:08 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.