ETV Bharat / international

Kabul Blast: କାବୁଲରେ ସିରିଜ ବିସ୍ଫୋରଣ, 6 ମୃତ

author img

By

Published : Apr 19, 2022, 1:55 PM IST

ଆଫଗାନିସ୍ତାନର ରାଜଧାନୀ କାବୁଲରେ ଥିବା ଏକାଧିକ ସ୍କୁଲକୁ ଟାର୍ଗେଟ କରି ବଡ଼ ବଡ଼ ବିସ୍ଫୋରଣ ହୋଇଛି । 6ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

କାବୁଲରେ ସିରିଜ ବିସ୍ଫୋରଣ
କାବୁଲରେ ସିରିଜ ବିସ୍ଫୋରଣ

କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ସିରିଜ ବିସ୍ଫୋରଣ । ଏକାଧିକ ସ୍କୁଲକୁ ଟାର୍ଗେଟ କରି ଆଜି ବଡ଼ ବଡ଼ ବିସ୍ଫୋରଣ ହୋଇଛି । ଏଥିରେ 6 ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇଛନ୍ତି । ଆହତଙ୍କ ସଂଖ୍ୟା ଜଣାପଡ଼ି ନଥିଲେ ମଧ୍ୟ ଆମ୍ବୁଲାନ୍ସ ଓ ସୁରକ୍ଷାକର୍ମୀଙ୍କ ଗାଡ଼ିରେ ମୃତାହତଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଉଥିବା ଟୋଲ ନ୍ୟୁଜ ପକ୍ଷରୁ କୁହାଯାଇଛି ।

ରିପୋର୍ଟ ଅନୁଯାୟୀ, ପୂର୍ବ କାବୁଲରେ ଥିବା ମମତାଜ ସ୍କୁଲ ନିକଟରେ ପ୍ରଥମ ବିସ୍ଫୋରଣ ହୋଇଥିଲା । ସେହିପରି ଦ୍ବିତୀୟ ବିସ୍ଫୋରଣଟି ଅବଦୁଲ ରହିମ ସାହିଦ ହାଇସ୍କୁଲ ଆଗରେ କରାଯାଇଛି । ଆଉ ଗୋଟିଏ ବିସ୍ଫୋରଣ କେଉଁ ସ୍କୁଲ ଆଗରେ ହୋଇଛି ତାହା ସ୍ପଷ୍ଟ ହୋଇନି। ଏହି ସମୟରେ ଅନେକ ଶିକ୍ଷାର୍ଥୀ ସେଠାରେ ଥିଲେ । ତେଣୁ ମୃତାହତଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ରହିବାର ଆଶଙ୍କା କରାଯାଉଛି ।

ବିସ୍ଫୋରଣ ହୋଇଥିବା ସ୍କୁଲ ଗୁଡ଼ିକରେ ହାଜରା ସଂପ୍ରଦାୟର ପିଲାମାନେ ପାଠ ପଢ଼ନ୍ତି । ତେଣୁ ସେମାନଙ୍କୁ ଟାର୍ଗେଟ କରି ଆତଙ୍କବାଦୀମାନେ ହମଲା କରିଛନ୍ତି ବୋଲି କୁହାଯାଉଛି। ହେଲେ ଏଯାଏଁ କୌଣସି ଆତଙ୍କୀ ସଂଗଠନ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିନାହାନ୍ତି । ବର୍ତ୍ତମାନ ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନ ମଧ୍ୟ ବିସ୍ଫୋରଣ ସମ୍ପର୍କରେ କୌଣସି ପ୍ରକାରର ବିସ୍ତୃତ ସୂଚନା ଦେଇନାହିଁ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.