ETV Bharat / international

ଶକ୍ତିଶାଳୀ ଭୂକମ୍ପରେ ହାହାକାର: ମୃତ୍ୟୁସଂଖ୍ୟା 4000ରୁ ଅଧିକ, ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା - ତୁର୍କୀରେ ପୁଣି ଭୂକମ୍ପ

ତୁର୍କୀ ଓ ସିରିଆରେ ଶକ୍ତିଶାଳୀ ଭୂମିକମ୍ପ । ଗତ 24 ଘଣ୍ଟା ମଧ୍ୟରେ ତିନିଥର କମ୍ପନ । ମୃତ୍ୟୁସଂଖ୍ୟା 4000 ଟପିଲାଣି । ଉଦ୍ଧାରକାର୍ଯ୍ୟ ବାଧାପ୍ରାପ୍ତ । ଅଧିକ ପଢନ୍ତୁ

କ୍ରମାଗତ ଭୂକମ୍ପର ଝଟକାରେ ଥରୁଛି ତୁର୍କୀ: 24 ଘଣ୍ଟାରେ ତୃତୀୟ ଭୂକମ୍ପ

author img

By

Published : Feb 6, 2023, 7:50 PM IST

Updated : Feb 7, 2023, 8:33 AM IST

ଇସ୍ତାନବୁଲ: ଗୋଟିଏ ପରେ ଗୋଟିଏ ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିବାରେ ଲାଗିଛି ତୁର୍କୀ । ମାତ୍ର 24 ଘଣ୍ଟାରେ କ୍ରମାଗତ 3ୟ ଥର ପାଇଁ ତୁର୍କୀ ଓ ସିରିଆରେରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା । ତୃତୀୟ ଭୂକମ୍ପର ମାତ୍ରା ପୂର୍ବ ଦୁଇ ଭୂକମ୍ପଠାରୁ ସାମାନ୍ୟ କମ୍‌ ଅର୍ଥାତ 6.0 ମ୍ୟାଗ୍ନିଚ୍ୟୁଡ ରହିଥିଲା । ବାରମ୍ବାର ଭୂକମ୍ପ ଉଦ୍ଧାର କାର୍ଯ୍ୟକୁ ପ୍ରଭାବିତ କରିବା ସହ କ୍ଷୟକ୍ଷତି ବଢିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଉଭୟ ଦେଶରେ ମୃତ୍ୟୁସଂଖ୍ୟା 4000ରୁ ଅଧିକ । ସ୍ଥିତି ଏତେ ଅଣାୟତ ଯେ ଆହତ ଓ ନିଖୋଜଙ୍କ ସଂଖ୍ୟା ସମ୍ପର୍କରେ ସଠିକ ତଥ୍ୟ ପ୍ରକାଶ କରିବା ସମ୍ଭବପର ମଧ୍ୟ ନୁହେଁ ।

ବର୍ତ୍ତମାନ ସୁଦ୍ଧା ତୁର୍କୀ ଓ ସିରିଆରେ ମୃତ୍ୟୁସଂଖ୍ୟା 3800ରେ ପହଞ୍ଚିଲାଣି । ଏବେ ବି ହଜାର ହଜାର ଲୋକଙ୍କ ସମ୍ପର୍କରେ କୌଣସି ସୂଚନା ନାହିଁ । ମୃତ୍ୟୁସଂଖ୍ୟା ଆହୁରି ବଢିବାର ଆଶଙ୍କା ମଧ୍ୟ ଢେର ଅଧିକ ରହିଛି । ମୃତାହତଙ୍କୁ ଉଦ୍ଧାର ଜାରି ରହିଛି । ଯୋଗାଯୋଗ ଓ ଭିତ୍ତିଭୂମି ସବୁକିଛି ଛାରଖାର ହୋଇଯାଇଛି । ପ୍ରତିକୂଳ ପରିବେଶ ତଥା ବିପର୍ଯ୍ୟୟ ବିଭୀଷିକା ମଧ୍ୟରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜାରି ରହିଛି । ମୃତାହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଉଛି । ତୁର୍କୀର ବିଭିନ୍ନ ଅଞ୍ଚଳ ଏବେ ଅଟ୍ଟାଳିକାର ଭଗ୍ନାବଶେଷ ଓ ଧୂଳିରେ ଅନ୍ଧକାରମୟ ରହିଛି । ଏହି ଘଟଣାରେ ତୁର୍କୀ ସରକାର ଦେଶରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି ।

  • #UPDATE | More than 4,000 people killed so far due to deadly earthquakes in Turkey and Syria, reports The Associated Press

    Turkey was hit by three consecutive devastating earthquakes of magnitude 7.8, 7.6 & 6.0.

    — ANI (@ANI) February 7, 2023 " class="align-text-top noRightClick twitterSection" data=" ">

ବିଭିନ୍ନ ଦେଶ ଏପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ତୁର୍କୀକୁ ସାହାଯ୍ୟର ହାତ ବଢାଇଛନ୍ତି । ଭାରତ ସମେତ କିଛି ୟୁରୋପୀୟ ଦେଶ ତୁର୍କୀକୁ ଉଦ୍ଧାରକାରୀ ଟିମ୍‌ ପଠାଇଛନ୍ତି । ଭାରତ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶକ୍ରମେ ଏନଡିଆରଏଫର ଦୁଇଟି ଟିମ୍‌, ଜରୁରୀ ସାମଗ୍ରୀ ସହ ମେଡିକାଲ ଟିମ୍ ଓ ଡଗ ସ୍କ୍ବାଡ ମଧ୍ୟ ତୁର୍କୀ ଯାଇଛି । ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଥିବା ଉଦ୍ଧାର ଅପରେସନରେ ଭାରତ ମଧ୍ୟ କିଛି ଘଣ୍ଟାରେ ସାମିଲ ହେବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 7, 2023, 8:33 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.