ETV Bharat / international

ତାଲିବାନ ପାଳୁଛି ଶାସନର ଏକ ବର୍ଷ ପୂର୍ତ୍ତି ଉତ୍ସବ

author img

By

Published : Aug 31, 2022, 8:15 PM IST

କ୍ଷମତା ହାତେଇବାର ଏକବର୍ଷ ପୂର୍ତ୍ତି ପାଳନ କରୁଛି ତାଲିବାନ (Taliban rules completes one year )। ବର୍ଷେ ତଳେ ଆଜିର ଦିନରେ ଶେଷ ହୋଇଥଲା ଆମେରିକାର ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା । ସରିଆ କାନୁନ ବଳରେ ଦେଶରେ ମୌଳବାଦୀ ଶାସନ ଆରମ୍ଭ କରିଥିଲା ତାଲିବାନ । ଆଜି ଆଫଗାନିସ୍ତାନରେ ଜାତୀୟ ଛୁଟି ଘୋଷଣା । ଉତ୍ସବ ପାଳୁଛି ସେନା । ଅଧିକ ପଢନ୍ତୁ

ତାଲିବାନ ପାଳୁଛି ଶାସନର ଏକ ବର୍ଷ ପୂର୍ତ୍ତି ଉତ୍ସବ, ଆଜି ଶେଷ ହୋଇଥଲା ଆମେରିକାର ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା

କାବୁଲ: ଆଫଗାନିସ୍ତାନରେ ଅସରଫ ଘନି ସରକାରକୁ ଗାଦିଚ୍ଯୁତ କରି କ୍ଷମତା ହାତେଇବାର ଏକବର୍ଷ ପୂର୍ତ୍ତି ପାଳନ କରୁଛି ତାଲିବାନ (Taliban rules completes one year)। ଆଫଗାନିସ୍ତାନର ତତ୍କାଳୀନ ରାଷ୍ଟ୍ରପତି ଅସରଫ ଘନି ତାଲିବାନ ଆକ୍ରମଣ ଭୟରେ ଦେଶ ଛାଡି ପଳାୟନ କରିଥିଲେ । ଏହାପରେ ରାଜଧାନୀ କାବୁଲ ଅକ୍ତିକାର କରିବା ସହ ସମଗ୍ର ଆଫଗାନିସ୍ତାନର କ୍ଷମତା ତାଲିବାନ ହାତକୁ ଆସିଥିଲା । ଆମେରିକା ମଧ୍ୟ ଗତ 20 ବର୍ଷର ସାମରିକ ମିଶନ ଶେଷ କରି ସୈନ୍ୟ ପ୍ରତ୍ୟାହାର କରିଥିଲା । 2021 ଆଜିର ଦିନରେ (ଅଗଷ୍ଟ-31) ଆମେରିକା ସୈନ୍ୟ ସମ୍ପୂର୍ଣ୍ଣ ଭାବେ ତାଲିବାନରୁ ପ୍ରତ୍ୟାହୃତ ହୋଇଥିବା ବେଳେ ବିଧିବଦ୍ଧ ଭାବେ ତାଲିବାନୀ ଶାସନ ଆରମ୍ଭ ହୋଇଥିଲା । ଆଜି ଶାସନର ଏକ ବର୍ଷ ପୂର୍ତ୍ତି ପାଳନ କରୁଛି ତାଲିବାନ ।

ଆମେରିକା ସେନାର କବ୍ଜାରେ ଥିବା ଆଫଗାନିସ୍ତାନର ବାଗରମ ଏୟାରବେସରେ ଉତ୍ସବ ପାଳନ କରୁଛି ତାଲିବାନ । ଏହି ଏୟାରବେସ ଆଫାଗାନିସ୍ତାନର ଏକ ପ୍ରମୁଖ ଏୟାରବେସ ମଧ୍ଯ । ଆଜି ସେଠାରେ ତାଲିବାନୀ ନେତା, ତାଲିବାନ ଫୋର୍ସର କମାଣ୍ଡର ଓ ଯୋଦ୍ଧାମାନେ ଏକତ୍ରୀତ ହୋଇ ଉତ୍ସବ ପାଳନ କରୁଛନ୍ତି । ସେଠାରେ ଆଫଗାନିସ୍ତାନ ସେନା ଦ୍ବାରା କରାଯାଇଥିବା ଫ୍ଲାଗମାର୍ଚ୍ଚର ଫଟୋ ମଧ୍ୟ ସାମ୍ନାକୁ ଆସିଛି । ତାଲିବାନ ଯୋଦ୍ଧାମାନେ ନିଜ ପତାକା ଓ ୟୁନିଫର୍ମରେ ପରେଡ ମଧ୍ୟ କରିଛନ୍ତି । ସ୍ଥାନୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁସାରେ, ତାଲିବାନ ପ୍ରବକ୍ତା ହାଜିବୁଲା ମୁଜାହିଦ" Zabihullah Mujahid’’ ଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବିଦେଶୀ ଫୋର୍ସ ଆଫାଗାନିସ୍ତାନ ଛାଡିବାର ଏକ ବର୍ଷ ପୂର୍ତ୍ତି ପାଳନ କରାଯାଉଛି । ଆଜିର ଦିନକୁ ମଧ୍ୟ ତାଲିବାନ ଜାତୀୟ ଛୁଟି ଘୋଷଣା କରିଛି । ଏହି କାର୍ଯ୍ୟକ୍ରମରେ ତାଲିବାନ ସେନା ପରେଡ ମଧ୍ୟ ପ୍ରଦର୍ଶନ କରିଛି ।

ଅଗଷ୍ଟ 2021ରେ ଆମେରିକା ତାର ସୈନ୍ୟ ଅପସାରଣ ପ୍ରକ୍ରିୟା ଶେଷ କରିବା ସହ ଆଫଗାନିସ୍ତାନରେ ପୂର୍ଣ୍ଣ କ୍ଷମତାକୁ ଆସିଥିଲା ତାଲିବାନ । ପରେ ସରିଆ କାନୁନ ଜରିଆରେ ଦେଶରେ କଠୋରପନ୍ଥୀ ମୌଳବାଦୀ ଶାସନ ଆରମ୍ଭ ହୋଇଥିଲା । ଦୁଇ ଦଶନ୍ଧି ଧରି ଆମେରିକା ଫୋର୍ସ ଓ ତାଲିବାନ ମଧ୍ୟରେ ଜାରି ରହିଥିବା ଯୁଦ୍ଧରେ ହଜାର ହଜାର ଲୋକ ପ୍ରାଣ ହରାଇଥିଲେ । ଆମେରିକା ମଧ୍ୟ ଟ୍ରିଲିୟନ୍ ଡଲାର ଯୁଦ୍ଧ ଖର୍ଚ୍ଚ ବହନ କରିଥିଲା । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମୟରେ ଏହି ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ ହୋଇ ଜୋ ବାଇଡେନଙ୍କ କାର୍ଯ୍ୟକାଳରେ ଶେଷ ହୋଇଥିଲା । ଆଫଗାନିସ୍ତାନରୁ ସୈନ୍ୟ ପ୍ରତ୍ୟାହାର ନେଇ ଆମେରିକା ରାଜନୀତି ମଧ୍ୟ ଜୋର ଧରିଥିଲା । ଏହା ଆମେରିକାର ବିଫଳତା ବୋଲି ଦର୍ଶାଇବା ସହ ବାଇଡେନଙ୍କୁ ଦେଶ ଇତିହାସର ଜଣେ ଦୁର୍ବଳ ରାଷ୍ଟ୍ରପତି ବୋଲି ଚିତ୍ରଣ କରିଥିଲେ ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ ।

ତାଲିବାନ ଓ ଆଫାଗାନିସ୍ତାନ ସରକାରୀ ସେନା ମଧ୍ୟରେ ଲାଗି ରହିଥିବା ଯୁଦ୍ଧ (Afghanistan civil war) ରେ ମାନବୀୟ ସଙ୍କଟ ଦେଖିବାକୁ ମିଳିଥିଲା । ଏଥିରେ ହଜାର ହଜାର ସାଧାରଣ ନାଗରିକ ପ୍ରାଣ ହରାଇଥିଲେ । ବିଭିନ୍ନ ଦେଶ ଏୟାରଲିଫ୍ଟ କରି ନିଜ ଦେଶର ନାଗରିକଙ୍କୁ ଆଫଗାନିସ୍ତାନରୁ ଉଦ୍ଧାର କରିଥିଲେ । ଭାରତ ମଧ୍ୟ ଏହି ଏୟାରଲିଫ୍ଟ ଅପରେସନରେ ସାମିଲ ହୋଇଥିଲା । ଭାରତୀୟ ବାୟୁସେନାର ବିଶାଳ ପରିବହନକାରୀ ବିମାନ ଗ୍ଲୋବମାଷ୍ଟର ସି-17 ରେ ଭାରତୀୟ ନାଗରିକଙ୍କୁ ଆଫଗାନିସ୍ତାନରୁ ଉଦ୍ଧାର କରାଯାଇ ସ୍ବଦେଶ ଫେରାଇ ଅଣାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.