ETV Bharat / international

ପାକିସ୍ତାନ ମସଜିଦରେ ଆତ୍ମଘାତୀ ବିସ୍ଫୋରଣ: 72 ମୃତ, ଶତାଧିକ ଆହତ

author img

By

Published : Jan 30, 2023, 4:43 PM IST

Updated : Jan 31, 2023, 12:44 PM IST

ପାକିସ୍ତାନ ପେଶାୱାରର ଏକ ମସଜିଦରେ ବଡ ଧରଣର ଆତ୍ମଘାତୀ ବିସ୍ଫୋରଣ ହୋଇଛି । ଏଥିରେ 72 ଲୋକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ

ପାକିସ୍ତାନ ମସଜିଦରେ ଆତ୍ମଘାତୀ ବିସ୍ଫୋରଣ
ପାକିସ୍ତାନ ମସଜିଦରେ ଆତ୍ମଘାତୀ ବିସ୍ଫୋରଣ

ଇସଲାମବାଦ: ଭୟଙ୍କର ବିସ୍ଫୋରଣରେ ଥରିଲା ପାକିସ୍ତାନ । ସୋମବାର ପାକିସ୍ତାନ ପେଶାୱାରର ଏକ ମସଜିଦରେ ବଡ ଧରଣର ଆତ୍ମଘାତୀ ବିସ୍ଫୋରଣ ହୋଇଛି । ଏଥିରେ ଏଯାବତ୍ 72 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫୦ରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି । ଆହତମାନଙ୍କୁ ଉଦ୍ଧାର କରି ହସ୍ପିଟାଲ ନିଆଯାଉଛି । ଆଫଗାନିସ୍ତାନ ବର୍ଡର ନିକଟରେ ଥିବା ଉତ୍ତର-ପଶ୍ଚିମ ପେଶାୱାର ସହରର ଏକ ମସଜିଦରେ ଅପରାହ୍ନ ପ୍ରାର୍ଥନା ସମୟରେ ଏହି ଆକ୍ରମଣ ହୋଇଥିବା ସୂଚନା ମିଳିଛି ।

ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରାଯାଇଥିବା ବେଳେ କେବଳ ଆମ୍ବୁଲାନ୍ସକୁ ଛଡାଯାଉଛି । ତେବେ ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ମସଜିଦର ଗୋଟିଏ ପାର୍ଶ୍ବ ଭୁଶୁଡି ପଡିଛି । ମସଜିଦ ଛାତ ଓ କାନ୍ଥର ଗୋଟିଏ ଅଂଶ ଭାଙ୍ଗି ଯାଇଥିବା ବେଳେ ଏହା ତଳେ ଅନେକ ଲୋକ ଦବି ହୋଇ ରହିଥିବା ଆଶଙ୍କା କରାଯାଉଛି । ଏନେଇ ପେଶାୱାର ମୁଖ୍ୟ ହସ୍ପିଟାଲର ମୁଖପାତ୍ର ମହମ୍ମଦ ଅସିମ ଖାନ କହିଛନ୍ତି, ''ଏହା ଏକ ଜରୁରୀକାଳୀନ ପରିସ୍ଥିତି । ହସ୍ପିଟାଲରେ ମୃତଦେହଗୁଡିକ ପହଞ୍ଚୁଥିବା ବେଳେ ଏବେସୁଦ୍ଧା ୩୯ ଜଣ ଆହତ ଭର୍ତ୍ତି ହୋଇଛନ୍ତି ।'' ତେବେ ଆହତଙ୍କ ମଧ୍ୟରେ ଅନେକଙ୍କ ଅବସ୍ଥା ଗୁରୁତର ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା କରାଯାଉଛି । ବିସ୍ଫୋରଣରେ ପ୍ରଥମେ ୧୭ ଜଣଙ୍କର ମୃତ୍ୟୁ ଖବର ମିଳିଥିଲା । ଏବେ ଏହା ବୃଦ୍ଧି ପାଇ 72ରେ ପହଞ୍ଚିଛି ।

ଏହାମଧ୍ୟ ପଢନ୍ତୁ: Russia-Ukraine War: ପୁଟିନ ମୋତେ ମିସାଇଲରେ ଉଡାଇବାକୁ ଧମକ ଦେଇଥିଲେ, କହିଲେ ଜନସନ

ସୂଚନା ମୁତାବକ, ପେଶାୱର ପୋଲିସ ଲାଇନ ଅଞ୍ଚଳରେ ଥିବା ମସଜିଦରେ ଏହି ଆତ୍ମଘାତୀ ବିସ୍ଫୋରଣ ହୋଇଛି । ଆଜି ମସଜିଦରେ ଅପରାହ୍ନ ପ୍ରାର୍ଥନା ସମୟରେ ଏହି ଅଘଟଣ ଘଟିଛି । ପ୍ରାର୍ଥନା ସମୟରେ ଆତ୍ମଘାତୀ ବିସ୍ଫୋରଣକାରୀ ଲୋକମାନଙ୍କ ସହ ଆଗଧାଡିରେ ଛିଡା ହୋଇ ରହିଥିଲା ଏବଂ ବିସ୍ଫୋରଣ କରିଥିଲା ବୋଲି ସୁରକ୍ଷାକର୍ମୀ କହିଛନ୍ତି । ପ୍ରକାଶଥାଉ କି, ଗତବର୍ଷ ମାର୍ଚ୍ଚରେ ପେଶାୱାରରେ ଥିବା ସିଟ୍ଟେ ମସଜିଦରେ(Shiite mosque) ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା । ଏଥିରେ ୬୪ ଜଣ ପାକିସ୍ତାନୀଙ୍କ ମୃତ୍ୟୁ ଘଟିଥିଲା । ଆଇଏସଆଇଏସ ଦ୍ବାରା ଏହି ଆକ୍ରମଣ କରାଯାଇଥିଲା, ଯାହାକି ୨୦୧୮ ପରେ ପାକିସ୍ତାନରେ ସବୁଠୁ ବଡ ଆତଙ୍କୀ ଆକ୍ରମଣ ଥିଲା ।

Last Updated : Jan 31, 2023, 12:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.