ETV Bharat / international

ଋଷି ସୁନକଙ୍କ ନୂଆ ମନ୍ତ୍ରୀମଣ୍ଡଳ, ସୁଏଲା ବ୍ରେଭରମ୍ୟାନଙ୍କ କମବ୍ୟାକ - ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ନୂଆ କ୍ୟାବିନେଟ

ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ଋଷି ସୁନକ ତାଙ୍କର ନୂଆ କ୍ୟାବିନେଟ ଗଠନ କରିଛନ୍ତି । ଋଷି ସୁନକଙ୍କ କ୍ୟାବିନେଟରେ ତିନି ମହିଳାଙ୍କୁ ଦାୟିତ୍ବ ମିଳିଛି । ଗତ ସପ୍ତାହରେ ଇସ୍ତଫା ଦେଇଥିବା ସୁଏଲା ବ୍ରେଭରମ୍ୟାନ ପୁଣି ଫେରିଛନ୍ତି । ଅଧିକ ପଢନ୍ତୁ

Suella Braverman Returns in Rishi Sunak Cabinet
ଋଷି ସୁନକଙ୍କ କ୍ୟାବିନେଟ
author img

By

Published : Oct 26, 2022, 9:20 AM IST

ଲଣ୍ଡନ: ବ୍ରିଟେନର ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିଛନ୍ତି ଭାରତୀୟ ବଂଶୋଦ୍ଭବ ଋଷି ସୁନିକ । ପଦ ସମ୍ଭାଳିବାର କିଛି ଘଣ୍ଟା ମଧ୍ୟରେ ଆକ୍ସନ ମୁଡରେ ଆସିଛନ୍ତି ସୁନକ । ସେ ତାଙ୍କ ନୂଆ କ୍ୟାବିନେଟ ଗଠନ କରିଛନ୍ତି । କ୍ୟାବିନେଟରେ ଏକ ବଡ ପରିବର୍ତ୍ତନ କରିଛନ୍ତି । ତିନିଜଣ ମହିଳାଙ୍କୁ ଦାୟିତ୍ବ ଦେଇଛନ୍ତି ସୁନକ । ସବୁଠୁ ବଡ କଥା ହେଉଛି ଲିଜ ଟ୍ରସଙ୍କ ଇସ୍ତଫାର କିଛି ଦିନ ପୂର୍ବର ବ୍ରିଟେନ ସ୍ବରାଷ୍ଟ୍ର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ସୁଏଲା ବ୍ରେଭରମ୍ୟାନ କମବ୍ୟାକ କରିଛନ୍ତି ।

ଋଷି ସୁନକ ତାଙ୍କ ନିଜସ୍ବ ପସନ୍ଦଙ୍କୁ ପଛରେ ପକାଇ କ୍ୟାବିନେଟରେ ଏପରି ଜଣେ ଜଣେ ଚେହେରାଙ୍କୁ ସାମିଲ କରିଛନ୍ତି ଯିଏ ତାଙ୍କୁ ଛାଡି ଅନ୍ୟଙ୍କୁ ସମର୍ଥନ କରିଥିଲେ । କ୍ୟାବିନେଟରେ ସନ୍ତୁଳନ ରକ୍ଷା କରିବାକୁ ପ୍ରୟାସ କରିଛନ୍ତି । ସେ ସମସ୍ତଙ୍କୁ ସାଥୀରେ ନେଇ ଚାଲିବାକୁ ସଙ୍କେତ ଦେଇଛନ୍ତି । ସମସ୍ତଙ୍କ ସହ ମିଶି ବ୍ରିଟନର ବିକାଶ କରିବାକୁ ଚାହୁଁଛନ୍ତି । କ୍ୟାବିନେଟରେ ତିନି ମହିଳାଙ୍କୁ ଦାୟିତ୍ବ ମିଳିଛି । ସୁଏଲା ବ୍ରେଭରମ୍ୟାନ, ପେନ୍ନି ମୋର୍ଡାଣ୍ଟ ଓ ଗିଲିଆନ କିଗାନ ବିଭିନ୍ନ ପଦ ସମ୍ଭାଳିଛନ୍ତି ।

ସୁଏଲ ବ୍ରେଭରମ୍ୟାନଙ୍କ କମବ୍ୟାକ

ଋଷି ସୁନକ ତାଙ୍କ କ୍ୟାବିନେଟରେ ବଡ ବଡ ଚେହେରାଙ୍କୁ ସ୍ଥାନ ଦେଇଛନ୍ତି । ହେଲେ ଯାହାଙ୍କୁ ଉପରେ ଅଧିକ ଧ୍ୟାନ ଯାଉଛି ସେ ହେଲେ ସୁଏଲା ବ୍ରେଭରମ୍ୟାନ । ଭାରତୀୟ ବଂଶୋଦ୍ଭବ ସୁଏଲା କିଛି ଦିନ ତଳେ ବ୍ରିଟେନ ସ୍ବରାଷ୍ଟ୍ର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ତାଙ୍କୁ ପୁଣି ସ୍ବରାଷ୍ଟ୍ର ମନ୍ତ୍ରୀ କରିଛନ୍ତି ସୁନକ । କିଛି ଦିନ ତଳେ ସେ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ସେ କହିଥିଲେ ଭାରତୀୟ ପ୍ରବାସୀଙ୍କ ଭିଜା ଅବଧି ଶେଷ ହୋଇଗଲେ ମଧ୍ୟ ସେମାନେ ବ୍ରିଟେନରେ ରହିପାରିବେ । ସୁନକ ତାଙ୍କ କ୍ୟାବିନେଟରେ ସୁଏଲାଙ୍କୁ ସାମିଲ କରିଛନ୍ତି । ତାଙ୍କୁ ପୁଣି ଥରେ ସ୍ବରାଷ୍ଟ୍ର ପଦ ଦାୟିତ୍ବ ଦିଆଯାଇଛି ।

ସେହିପରି ପ୍ରଧାନମନ୍ତ୍ରୀ ଦୌଡରେ ତାଙ୍କ ପ୍ରତିନ୍ଦ୍ବନ୍ଦୀ ଥିବା ପେନ୍ନି ମୋର୍ଡାଣ୍ଟଙ୍କୁ କ୍ୟାବିନେଟରେ ସାମିଲ କହିଛନ୍ତି ସୁନକ । ତାଙ୍କୁ ହାଉସ ଅଫ କମର୍ସ ଦାୟିତ୍ବରେ ନିଯୁକ୍ତ କରିଛନ୍ତି । ଗିଲିଆନ କିଗାନଙ୍କୁ ଶିକ୍ଷା ସଚିବ ଭାବେ ନିଯୁକ୍ତ କରିଛନ୍ତି । ଏଥିସହ ଡୋମିନିକ ରାବଙ୍କୁ ନିଜର ଡେପୁଟି ଭାବେ ନିଯୁକ୍ତି ଦେଇଛନ୍ତି । ଡୋମିନିକ ବ୍ରିଟେନ ଉପ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ଡୋମିନିକ ପୂର୍ବରୁ ବୋରିସ ଜନଜନସଙ୍କ ଶାସନ ସମୟରେ ତାଙ୍କ ଡେପୁଟି ଭାବେ କାମ କରିଥିଲେ । ଏହି ସମୟରେ ସୁନକ ଅର୍ଥମନ୍ତ୍ରୀ ଥିଲେ । ହେଲେ ସୁନକ ପ୍ରଧାନମନ୍ତ୍ରୀ ହୋଇଥିବାରୁ ଡୋମିନିକ ପୁଣି ଡେପୁଟି ପଦ ମିଳିଛି । ଟ୍ରସ୍‌ଙ୍କ ମନ୍ତ୍ରିମଣ୍ଡଳରୁ ବିଦା ହୋଇଥିବା ଜେରମୀ ହଣ୍ଟକୁ ସୁନକ ପୁଣି କ୍ୟାବିନେଟରେ ସାମିଲ କରିଛନ୍ତି । ଟ୍ରସଙ୍କ ମନ୍ତ୍ରିମଣ୍ଡଳରେ ଅର୍ଥମନ୍ତ୍ରୀ ଭାବେ କାମ କରୁଥିଲେ ଜେରମୀ ହଣ୍ଟ । ସୁନକ ଜେରମୀ ହଣ୍ଟଙ୍କୁ ପୁଣିଥରେ ବ୍ରିଟେନର ଅର୍ଥମନ୍ତ୍ରୀ କରିଛନ୍ତି ।

ଏହା ବି ପଢନ୍ତୁ...ବ୍ରିଟେନ ରାଜା କିଙ୍ଗ୍‌ ଚାର୍ଲ୍‌ସ ତୃତୀୟଙ୍କଠୁ ଅଧିକ ଋଷି ଓ ଅକ୍ଷତାଙ୍କ ସମ୍ପତ୍ତି

ଦାୟିତ୍ବ ନେବା କ୍ଷଣି କାମ କରିବା ଆରମ୍ଭ କରିଛନ୍ତି ଋଷି ସୁନକ । ପ୍ରଥମ ଭାରତୀୟ ଭାବେ ୧୦ ଡାଉନିଂ ଷ୍ଟ୍ରିକକୁ ଯାଇଥିବା ସୁନକ ପୂର୍ବତନ ପ୍ରଧାନମନ୍ତ୍ରୀ ଲିଜ ଟ୍ରସଙ୍କ କ୍ୟାବିନେଟରେ ଥିବା ଅନେକ ମନ୍ତ୍ରୀଙ୍କୁ ବିଦା କରିଥିଲେ । ଟ୍ରସଙ୍କ ମନ୍ତ୍ରିମଣ୍ଡଳରେ ଥିବା ଏକାଧିକ ସଦସ୍ୟଙ୍କୁ ନୂଆ ପ୍ରଧାନମନ୍ତ୍ରୀ ସୁନକ ଇସ୍ତଫା ଦେବାକୁ କହିଛନ୍ତି । ଟ୍ରସଙ୍କ ସରକାରରେ ବ୍ୟବସାୟିକ ମନ୍ତ୍ରୀ ଥିବା ଜାକବ ରିସ ମୋଗା, ଆଇନ ମନ୍ତ୍ରୀ ବ୍ରାଣ୍ଡନ ଲୁଇସ, ଶ୍ରମ ମନ୍ତ୍ରୀ ଚେଲଥ ସ୍ମିଥ ଏବଂ ବିକାଶ ମନ୍ତ୍ରୀ ଭିକ୍କି ଫର୍ଡଙ୍କୁ ସୁନକ ଇସ୍ତଫା ଦେବାକୁ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.