ETV Bharat / international

Sri lanka Crisis: ଶ୍ରୀଲଙ୍କାରୁ ହଟିଲା ଜରୁରୀ ପରିସ୍ଥିତି

ଶ୍ରୀଲଙ୍କାରୁ ଜରୁରୀ ପରିସ୍ଥିତି ହଟାଇଲେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ । ଆର୍ଥିକ ସଙ୍କଟକୁ ନେଇ ଘଟୁଥିବା ହିଂସାକାଣ୍ଡ ଏଡାଇବାକୁ ଜାରି ହୋଇଥିଲା ଜରୁରୀ ପରିସ୍ଥିତି । ଅଧିକ ପଢନ୍ତୁ

sri lanka Crisis: ଶ୍ରୀଲଙ୍କାରୁ ହଟିଲା ଜରୁରୀ ପରିସ୍ଥିତି

author img

By

Published : Apr 6, 2022, 8:59 AM IST

କଲମ୍ବୋ: ଶ୍ରୀଲଙ୍କାରୁ ହଟିଲା ଜରୁରୀ ପରିସ୍ଥିତି(sri lanka president revokes state of emergency) । ମଙ୍ଗଳବାର ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଏକ ଅଧିସୂଚନା ଜାରି କରି ଜରୁରୀ ପରିସ୍ଥିତି ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି । ଏପ୍ରିଲ ୫ ତାରିଖ ମଧ୍ୟରାତ୍ରରୁ ଏହି କଟକଣା ଉଠିଛି । ଶ୍ରୀଲଙ୍କାରେ ଦିନକୁ ଦିନ ସ୍ଥିତି ଭୟଙ୍କର ହେଉଥିବାର ଦେଖି ରାଷ୍ଟ୍ରପତି ଦେଶରେ ଜରୁରୀ ପରିସ୍ଥିତି ଜାରି କରିଥିଲେ ।

ଦ୍ବୀପଦେଶ ଶ୍ରୀଲଙ୍କା ବର୍ତ୍ତମାନ ଉତ୍କଟ ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଛି । ଖାଇବାକୁ ପିଇବାକୁ ନ ପାଇ ଚାରିଆଡେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ନାଗରିକ । ଏହାରି ଭିତରେ ଔଷଦ ଅଭାବ ମଧ୍ୟ ସୃଷ୍ଟି ହୋଇଛି । ଜୀବନ ରକ୍ଷାକରି ଔଷଧ ମିଳୁନଥିବାରୁ ସାଂଘାତିକ ସ୍ଥିତି ଉପଜୁଛି । ଏଥିପାଇଁ ଦେଶରେ ସରକାର ହେଲ୍‌ଥ ଏମରଜେନ୍ସି(Emergency Health Situation) ଲାଗୁ କରିଛନ୍ତି । ଖାଦ୍ୟ ଓ ଇନ୍ଧନ ଅଭାବ ମଧ୍ୟରେ ବିଜୁଳି ସଙ୍କଟ ଲୋକଙ୍କ ଦୁର୍ଦ୍ଦଶାକୁ ଦ୍ବିଗୁଣିତ କରୁଛି । ଦିନକୁ ପ୍ରାୟ ୧୦ ଘଣ୍ଟା ଶ୍ରୀଲଙ୍କାରେ ବିଜୁଳି କାଟ ହେଉଛି । ଅତ୍ୟାବଶ୍ୟକୀୟ ସାମଗ୍ରୀର ଅଭାବ ଶ୍ରୀଲଙ୍କାକୁ ବନ୍ଧୁ ରାଷ୍ଟ୍ରରୁ ସହୟତା ଭିକ୍ଷା କରିବାକୁ ବାଧ୍ୟ କରିଛି । ଏନେଇ ସରକାରଙ୍କ ପ୍ରତି ଲୋକଙ୍କ ମଧ୍ୟରେ ଆକ୍ରୋଶ ବଢିଚାଲିଛି । ଏହାକୁ ଦୃଷ୍ଟିରେ ରଖି ରବିବାର ଶ୍ରୀଲଙ୍କା କ୍ୟାବିନେଟର ୨୬ ଜଣ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇଥିଲେ ।

ମଙ୍ଗଳବାର ଶ୍ରୀଲଙ୍କାର ଆର୍ଥିକ ସଙ୍କଟ ଉପରେ ଗଭୀର ଚିନ୍ତା ପ୍ରକଟ କରିଛି ଆମେରିକା । ଏଥିସହ ସୋସିଆଲ ମିଡିଆ ବ୍ଲାକଆଉଟ ହଟାଇବାକୁ ମଧ୍ୟ ନିବେଦନ କରିଛି । ଆମେରିକା ବୈଦେଶିକ ବିଭାଗ ମୁଖପାତ୍ର ନେଡ୍ ପ୍ରାଇସ କହିଛନ୍ତି, ଶ୍ରୀଲଙ୍କା ସାମ୍ନା କରୁଥିବା ଆର୍ଥିକ ସଙ୍କଟ ପାଇଁ ଆମେ ଚିନ୍ତିତ । ହେଲେ ଶାନ୍ତିର ସହ ଆନ୍ଦୋଳନ ଓ ସ୍ବର ଉତ୍ତୋଳନ କରିବାର ସମସ୍ତଙ୍କର ଅଧିକାର ରହିଛି । ତେଣୁ ସାମାଜିକ ଗଣମାଧ୍ୟମ ଉପରେ ଲାଗୁ କଟକଣା ଓ ଗିରଫଦାରୀ ଏଡାଇବାକୁ ଆମେ ଶ୍ରୀଲଙ୍କା କର୍ତ୍ତୃପକ୍ଷଙ୍କୁ ନିବେଦନ କରୁଛୁ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.