ETV Bharat / international

Sri Lanka Economic Crisis: ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷଙ୍କ ଇସ୍ତଫା, ଗ୍ରହଣ କରି ନାହାନ୍ତି ରାଷ୍ଟ୍ରପତି - Sri Lanka Economic Crisis

ବର୍ତ୍ତମାନ ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଶ୍ରୀଲଙ୍କା । ଏହାରି ମଧ୍ୟରେ ଦେଶକୁ ଆଉ ଏକ ଝଟକା ଲାଗିଛି । ଏଭଳି ସଙ୍କଟ ସ୍ଥିତିରେ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷ ନିଜ ପଦରୁ ଇସ୍ତଫା ପତ୍ର ଦେଇଛନ୍ତି । ଅଧିକ ପଢ଼ନ୍ତୁ

Sri Lanka Economic Crisis: ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷଙ୍କ ଇସ୍ତଫା, ଗ୍ରହଣ କରି ନାହାନ୍ତି ରାଷ୍ଟ୍ରପତି

author img

By

Published : Apr 3, 2022, 8:45 PM IST

କଲମ୍ବୋ: ବର୍ତ୍ତମାନ ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଶ୍ରୀଲଙ୍କା । ଏହାରି ମଧ୍ୟରେ ଦେଶକୁ ଆଉ ଏକ ଝଟକା ଲାଗିଛି । ଏଭଳି ସଙ୍କଟ ସ୍ଥିତିରେ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷ ନିଜ ପଦରୁ ଇସ୍ତଫା ପତ୍ର ଦେଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ତାଙ୍କ ଇସ୍ତଫାକୁ ଗ୍ରହଣ କରି ନାହାନ୍ତି ଶ୍ରୀଲଙ୍କା ରାଷ୍ଟ୍ରପତି ଗୋତାବାୟା ରାଜପକ୍ଷ ।

ଦେଶରେ ରାଜନୈତିକ ସ୍ଥିରତା ଆଣିବା ପାଇଁ ବର୍ତ୍ତମାନ ସୁଦ୍ଧା ଶ୍ରୀଲଙ୍କା ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ପତ୍ର ଗ୍ରହଣ କରିନାହାନ୍ତି । ସେପଟେ ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଯୋଗୁଁ ବିରୋଧୀ ବାରମ୍ବାର ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଆସୁଛନ୍ତି ।

ଏହା ବି ପଢ଼ନ୍ତୁ Sri Lanka Economic Crisis: ଜଳୁଛି ଶ୍ରୀଲଙ୍କା, ସୋସିଆଲ ମିଡିଆ ବ୍ୟାନ କଲେ ସରକାର

ସେପଟେ ଭୋକରେ ଆଉଟୁପାଉଟୁ ହେଉଛି ଶ୍ରୀଲଙ୍କା । ଦେଶରେ ଖାଇବାକୁ ନାହିଁ କି ପିଇବାକୁ ନାହିଁ । ଚାଉଳ, ଡାଲି ଠାରୁ ପେଟ୍ରୋଲ ଡିଜେଲ ଯାଏଁ ସବୁ ଜିନିଷର ଦର ଆକାଶ ଛୁଆଁ ହୋଇଛି । ଏଭଳି ଘୋର ଆର୍ଥିକ ଅନଟନକୁ ନେଇ ରାସ୍ତାକୁ ଓହ୍ଲାଇଛନ୍ତି ନାଗରିକ । ଦେଶରେ କର୍ଫ୍ୟୁ ଲାଗୁ ହୋଇଥିଲେ ହେଁ ଚାରିଆଡେ ବିଦ୍ରୋହର ବହ୍ନି ଜଳୁଛି । ଭୋକ ବିକଳରେ ଉତ୍ତ୍ୟକ୍ତ ଦେଶବାସୀ ପୋଡାଜଳା ଓ ଭଙ୍ଗାରୁଜା କରୁଛନ୍ତି । ଏହାରି ଭିତରେ ଏକ ଖବର ପ୍ରକାଶ ପାଇଥିଲା ଯେ, ଶ୍ରୀଲଙ୍କାରେ ସ୍ଥିତି ନିୟନ୍ତ୍ରଣ କରିବାକୁ ଭାରତ ନିଜର ସେନା ପଠାଇଛି । ହେଲେ ଏହି ଖବରକୁ ଖଣ୍ଡନ କରିଛି ଶ୍ରୀଲଙ୍କା ସେନା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.