ETV Bharat / international

ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀଙ୍କ ଗାଦି ଟଳମଳ, ଅନାସ୍ଥା ପ୍ରସ୍ତାବ ଆଣିବେ ବିରୋଧି - ମହିନ୍ଦା ରାଜପେକ୍ଷ

ଶ୍ରୀଲଙ୍କାରେ ରାଜନୈତିକ ସଙ୍କଟ । ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିବେ ବିରୋଧି । ଅଧିକ ପଢନ୍ତୁ

ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ଗାଦି ଟଳମଳ, ଅନାସ୍ଥା ପ୍ରସ୍ତାବ ଆଣିବେ ବିରୋଧି

author img

By

Published : May 1, 2022, 7:04 AM IST

କଲମ୍ବୋ: ଶ୍ରୀଲଙ୍କାରେ ଉତ୍କଟ ଆର୍ଥିକ ସଙ୍କଟ ରାଜନୈତିକ ଅଚଳାବସ୍ଥାର ରୂପ ନେଇଛି । ଦେଶର ନାଗରିକ ସରକାରଙ୍କ ଇସ୍ତଫା ଦାବିରେ ରାସ୍ତାକୁ ଓହ୍ଲାଉଛନ୍ତି । ଅନ୍ୟପଟେ ବିରୋଧି ମଧ୍ୟ ରାଜପକ୍ଷେ ସରକାରଙ୍କୁ ଗାଦିଚ୍ୟୁତ କରିବାର ବନ୍ଦୋବସ୍ତରେ ଲାଗିପଡିଛନ୍ତି । ଯାହା ଏବେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ(Mahinda Rajapaksa)ଙ୍କ ଗାଦି ପ୍ରତି ବିପଦ ସୃଷ୍ଟି କରିଛି । ଦେଶରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ବିଫଳ ଇମ୍ରାନ ଖାନଙ୍କ ସମବସ୍ଥା ଭୋଗିବାକୁ ଯାଉଛନ୍ତି ମହିନ୍ଦା ରାଜପକ୍ଷେ । କାରଣ ତାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଶ୍ରୀଲଙ୍କା ବିରୋଧି ଦଳ SJB(samagi jana balawegeya) ନେତା ସାଜିଥ ପ୍ରେମାଦାଶ(Sajith Premadasa) ଘୋଷଣା କରିଛନ୍ତି ।

ଶ୍ରୀଲଙ୍କାର ରାଜପକ୍ଷେ ସରକାରଙ୍କୁ ହଟାଇବା ଦାବିରେ ଦୀର୍ଘଦିନ ହେଲାଣି ଏଠାରେ ଆନ୍ଦୋଳନ ଚାଲିଛି । SJB ନେତା ପ୍ରେମାଦାଶ ଶନିବାର କହିଛନ୍ତି, "ଆସନ୍ତା ସଂସଦ ଅଧିବେଶନରେ ଏହି ଅନାସ୍ଥା ପ୍ରସ୍ତାବ ଆସିବ ।" ରାଷ୍ଟ୍ରପତି ଗୋଟାବାୟ ରାଜପକ୍ଷେଙ୍କ ବିରୁଦ୍ଧରେ ମହାଭିଯୋଗ ପ୍ରସ୍ତାବ ଏବଂ ଏପ୍ରିଲ ୧୧ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଉପରେ ପ୍ରେମାଦାଶ ନିଜ ସମର୍ଥନ ଦେଇଛନ୍ତି । ଏହାପୂର୍ବରୁ ଗତ ୯ ତାରିଖରେ SJB ଘୋଷଣା କରିଥିଲା ଯେ, ଯଦି ଆର୍ଥିକ ସଙ୍କଟରୁ ଯଥାଶୀଘ୍ର ଦେଶବାସୀଙ୍କୁ ଆଶ୍ବସ୍ତି ନ ମିଳେ ତାହାହେଲେ ସେ ରାଷ୍ଟ୍ରପତିଙ୍କ ବିରୁଦ୍ଧରେ ମହାଭିଯୋଗ ପ୍ରସ୍ତାବ ଆଣିବେ । ଏବେ ତାହା ହିଁ ହୋଇଛି । ପୂର୍ବରୁ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଅନାସ୍ଥା ପ୍ରସ୍ତାବ ଯୋଗୁଁ ବିଦା ହୋଇଥିବା ବେଳେ ଏବେ ଶ୍ରୀଲଙ୍କାରେ ସମାନ ସ୍ଥିତି ସୃଷ୍ଟି ହୋଇଛି । ବିରୋଧିଙ୍କ ଅନାସ୍ଥା ପ୍ରସ୍ତାବ ଆଣିଲେ ମହିନ୍ଦା ରାଜପକ୍ଷେ ପ୍ରଧାନମନ୍ତ୍ରୀ ପଦରୁ ବିଦା ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଦ୍ବୀପଦେଶ ଶ୍ରୀଲଙ୍କା ବର୍ତ୍ତମାନ ଉତ୍କଟ ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଛି । ଅତ୍ୟଧିକ ବିଦେଶୀ ଋଣ ବୋଝ, ଇନ୍ଧନ ଅଭାବ ଏବଂ ବିଦେଶୀ ବିନିୟମ ଭଣ୍ଡାର ହ୍ରାସ ଜଟିଳ ସ୍ଥିତି ସୃଷ୍ଟି କରିଛି । ଖାଇବାକୁ ପିଇବାକୁ ନ ପାଇ ନାଗରିକମାନେ ବିକ୍ଷୋଭ କରୁଛନ୍ତି । ଏଠାରେ ଔଷଦ ଅଭାବ ମଧ୍ୟ ସୃଷ୍ଟି ହୋଇଛି । ଜୀବନ ରକ୍ଷାକରି ଔଷଧ ମିଳୁନଥିବାରୁ ସାଂଘାତିକ ସ୍ଥିତି ଉପୁଜିଛି । ଖାଦ୍ୟ ଓ ଇନ୍ଧନ ଅଭାବ ମଧ୍ୟରେ ବିଜୁଳି ସଙ୍କଟ ଲୋକଙ୍କ ଦୁର୍ଦ୍ଦଶାକୁ ଦ୍ବିଗୁଣିତ କରୁଛି । ଦିନକୁ ପ୍ରାୟ ୧୦ ଘଣ୍ଟା ଶ୍ରୀଲଙ୍କାରେ ବିଜୁଳି କାଟ ହେଉଛି । ଅତ୍ୟାବଶ୍ୟକୀୟ ସାମଗ୍ରୀର ଅଭାବ ଶ୍ରୀଲଙ୍କାକୁ ବନ୍ଧୁ ରାଷ୍ଟ୍ରରୁ ସହୟତା ଭିକ୍ଷା କରିବାକୁ ବାଧ୍ୟ କରିଛି । ତେଣୁ ରାଜପକ୍ଷେ ପରିବାର ରାଜନୀତି ଛାଡନ୍ତୁ ବୋଲି ଦେଶବାସୀ ଦାବି କରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.