ETV Bharat / international

୧୬ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା ନୌସେନା - ଶ୍ରୀଲଙ୍କାର ଅନ୍ତର୍ଜାତୀୟ ସାମୁଦ୍ରିକ ସୀମା

ଶ୍ରୀଲଙ୍କାର ଅନ୍ତର୍ଜାତୀୟ ସାମୁଦ୍ରିକ ସୀମା ଡେଇଁ ମାଛ ଧରୁଥିବା ଅଭିଯୋଗରେ ୧୬ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା ନୌସେନା । ଅଧିକ ପଢ଼ନ୍ତୁ

sri lanka navy seized indian national poaching
ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା ନୌସେନା
author img

By

Published : Mar 12, 2023, 10:34 PM IST

ଚେନ୍ନାଇ: ୧୬ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା ନୌସେନା । ଶ୍ରୀଲଙ୍କାର ଅନ୍ତର୍ଜାତୀୟ ସୀମା ଡେଇଁ ମାଛ ଧରିବା ଅଭିଯୋଗରେ ସମସ୍ତଙ୍କୁ ଗିରଫ କରାଯାଇଛି । ଏଥିସହ ଦୁଇଟି ମତ୍ସ୍ୟଜୀବୀ ବୋଟ ଶ୍ରୀଲଙ୍କାର ନୌସେନା ଜବତ କରିଛି । ତେବେ ସମସ୍ତ ମତ୍ସ୍ୟଜୀବୀ ତାମିଲନାଡୁର ହୋଇଥିବା ସୂଚନା ମିଳିଛି ।

  • Sri Lanka Navy conducted a special operation to chase away Indian poaching trawlers from Sri Lankan waters on March 12. The operation led to the seizure of two Indian trawlers with 16 Indian nationals poaching in Sri Lankan waters: Sri Lanka Navy

    (Pic Source: Sri Lanka Navy) pic.twitter.com/I8HZEM2aa6

    — ANI (@ANI) March 12, 2023 " class="align-text-top noRightClick twitterSection" data=" ">

ଶ୍ରୀଲଙ୍କାର ନୌସେନା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରବିବାର ଶ୍ରୀଲଙ୍କାର ଅନ୍ତର୍ଜାତୀୟ ସୀମାରେ ବେଆଇନ ମତ୍ସ୍ୟଜୀବୀ ବୋଟକୁ ଧରିବା ପାଇଁ ଏକ ସ୍ବତନ୍ତ୍ର ଅପରେସନ କରାଯାଇଥିଲା । ଏହି ଅପରେସନରେ କିଛି ମତ୍ସ୍ୟଜୀବୀ ସେଠାରେ ମାଛ ଧରଥିଲେ । ଏହି ସମୟରେ ଶ୍ରୀଲଙ୍କା ନୌସେନା ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ପିଛା କରି ଆନାଲାଇତିବୁରୁ ୧୬ ଜଣ ଭାରତୀୟ ମତ୍ସଜୀବୀଙ୍କୁ ଗିରଫ କରିଛି । ଜବତ ଦୁଇଟି ବୋଟ ମଧ୍ୟ ଶ୍ରୀଲଙ୍କା ନୌସେନା ଅଧିନରେ ରହିଛି । ସେମାନଙ୍କ ମଧ୍ୟରୁ ୪ ଜଣ ତାମିଲନାଡୁ ସ୍ଥିତ ପୁଡ୍ଡୁକୋଟାଇ ଜିଲ୍ଲାର ହୋଇଥିବାବେଳେ ୧୨ ଜଣ ନାଗାପଟ୍ଟିନମର ହୋଇଥିବା ଜଣାପଡ଼ିଛି । ଏହି ପ୍ରସଙ୍ଗରେ ତାମିଲନାଡୁ ବିଜେପି ମୁଖ୍ୟ ଅନ୍ନାମଲାଇ ମତ୍ସ୍ୟଜୀବୀଙ୍କ ନିରାପଦ ପ୍ରତ୍ୟାବର୍ତ୍ତନ ପାଇଁ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଚିଠି ଲେଖିଛନ୍ତି ।

ପ୍ରକାଶ ଥାଉକି, ଏହା ପୂର୍ବରୁ ମଧ୍ୟ ଗତ ବର୍ଷ ୧୫ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିଥିଲା ଶ୍ରୀଲଙ୍କା ନୌସେନା । ସମସ୍ତ ମତ୍ସ୍ୟଜୀବୀ ତାମିଲନାଡୁର ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ଜଣେ ନାବାଳକ ରହିଥିଲା । ଏଥି ସହ ୨ଟି ମତ୍ସ୍ୟଜୀବୀ ବୋଟକୁ ଜବତ କରିଥିଲା । ପ୍ରାୟ 2500 ମତ୍ସ୍ୟଜୀବୀ ମାଛ ଧରିବାକୁ ତଲାଇମାନର ନିକଟ ଧନୁଶକୋଡିକୁ ଯାଇଥିଲେ । ସେଠାରେ ମାଛ ଧରୁଥିବାବେଳେ ଶ୍ରୀଲଙ୍କା ନୌସେନା ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ପିଛା କରି ୧୫ଜଣଙ୍କୁ ଗିରଫ କରିଥିଲା । 15 ଜଣ ମତ୍ସ୍ୟଜୀବୀଙ୍କୁ ନାଭାଲ ଜାହାଜ ଘେରିବା ପରେ ସେମାନଙ୍କୁ ଗିରଫ କରିଥିଲା । ଏହା ପ୍ରଥମ ଥର ନୁହେଁ ବରଂ ଏକାଧିକ ଥର ଶ୍ରୀଲଙ୍କା ନୌସେନା ଏପରି ଅଭିଯୋଗରେ ବହୁ ଭାରତୀୟ ତଥା ସ୍ଥାନୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିନେବା ଘଟଣାରେ ସ୍ଥାନୀୟ ମତ୍ସ୍ୟଜୀବୀ ସଂଘ ଉଦବେଗ ପ୍ରକାଶ କରିଛି ।

ତାମିଲନାଡୁ ଉପକୂଳ ସଂଲଗ୍ନ ବଙ୍ଗୋପସାଗରରେ ଭାରତ-ଶ୍ରୀଲଙ୍କା ଅନ୍ତର୍ଜାତୀୟ ଜଳସୀମାରେ ପ୍ରବେଶ ଅଭିଯୋଗରେ ଶ୍ରୀଲଙ୍କା ନୌସେନା ବାରମ୍ବାର ଏପରି କରିଥାଏ । ଏବେ ମଧ୍ୟ ବହୁ ଭାରତୀୟ ମତ୍ସ୍ୟଜୀବୀ ଗିରଫ ହୋଇ ଶ୍ରୀଲଙ୍କା ଜେଲରେ ରହିଛନ୍ତି । ଯାହାକୁ ନେଇ ରାଜ୍ୟ ମତ୍ସ୍ୟଜୀବୀ ସଂଘ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଦାବି କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.