ETV Bharat / international

Sri Lanka Economic Crisis: ଜଳୁଛି ଶ୍ରୀଲଙ୍କା, ସୋସିଆଲ ମିଡିଆ ବ୍ୟାନ କଲେ ସରକାର

author img

By

Published : Apr 3, 2022, 11:01 AM IST

ଶ୍ରୀଲଙ୍କାରେ ବ୍ୟାନ ହେଲା ସୋସିଆଲ ମିଡିଆ ଫ୍ଲାଟଫର୍ମ । ସ୍ଥିତି ଭୟଙ୍କର ହେଉଥିବାରୁ ଏପରି ନିଷେଦ୍ଧାଦେଶ ଜାରି କଲେ ସରକାର । ଅଧିକ ପଢନ୍ତୁ

Sri Lanka Economic Crisis: ଜଳୁଛି ଶ୍ରୀଲଙ୍କା, ସୋସିଆଲ ମିଡିଆ ବ୍ୟାନ କଲେ ସରକାର
Sri Lanka Economic Crisis: ଜଳୁଛି ଶ୍ରୀଲଙ୍କା, ସୋସିଆଲ ମିଡିଆ ବ୍ୟାନ କଲେ ସରକାର

କଲମ୍ବୋ: ଶ୍ରୀଲଙ୍କାରେ ଭୟଙ୍କର ପରିସ୍ଥିତି ସୃଷ୍ଚି ହୋଇଛି । ଆର୍ଥିକ ସଙ୍କଟ ଯୋଗୁଁ ହିଂସା ବ୍ୟାପିବାରେ ଲାଗିଛି । ଲୋକେ ରାସ୍ତାରେ ପୋଡାଜଳା ଓ ଭଙ୍ଗାରୁଜା କରୁଛନ୍ତି । ସ୍ଥିତି ନିୟନ୍ତ୍ରଣ ପାଇଁ ପୂର୍ବରୁ ଦେଶବ୍ୟାପୀ ୩୬ ଘଣ୍ଟିଆ କର୍ଫ୍ୟୁ ଜାରି ହୋଇଥିବା ବେଳେ ଏବେ ସୋସିଆଲ ମିଡିଆ ବ୍ୟାନ କରିଛନ୍ତି ଶ୍ରୀଲଙ୍କା ସରକାର । ରବିବାର ଠାରୁ ସୋମବାର ଯାଏଁ ଦେଶରେ ଫେସବୁକ, ଟ୍ବିଟର, ହ୍ବାର୍ଟ୍ସଆପ, ୟୁଟ୍ୟୁବ, ସ୍ନାପଚାଟ, ଟିକ୍‌ଟକ୍, ଇନଷ୍ଟାଗ୍ରାମ ଏବଂ ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡିକୁ ବ୍ଲକ କରାଯାଇଛି ।

ଏକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି, ଶ୍ରୀଲଙ୍କା ଦେଶବ୍ୟାପୀ ସୋସିଆଲ ମିଡିଆ ବ୍ଲାକଆଉଟ ଲାଗୁ କରିଛି । ଭୟଙ୍କର ବିଦ୍ୟୁତ ସଙ୍କଟ ଏବଂ ମୁଦ୍ରାସ୍ଫୀତି ବୃଦ୍ଧି କାରଣରୁ ସାରା ଦେଶରେ ବିଦ୍ରୋହ ଉଦ୍ରେଗ ହୋଇଛି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଗୋଟବାୟା ରାଜପକ୍ଷେ ଦେଶରେ ଜରୁରୀ ପରିସ୍ଥିତି ଘୋଷଣା କରିଥିଲେ । ଉଲ୍ଲେଖଯୋଗ୍ୟ, ଶ୍ରୀଲଙ୍କାର ଅର୍ଥନୀତି ବିଶେଷଭାବେ ପର୍ଯ୍ୟଟନ କ୍ଷେତ୍ର ଉପରେ ନିର୍ଭରଶୀଳ । ହେଲେ କୋରୋନା ମହାମାରୀ ଯୋଗୁଁ ପର୍ଯ୍ୟଟନ କ୍ଷେତ୍ର ଖୁବ୍ ପ୍ରଭାବିତ ହୋଇଛି ।

ସେହିପରି ଏବେ ଶ୍ରୀଲଙ୍କାର ବିଦେଶୀ ମୁଦ୍ରା ଭଣ୍ଡାର ଖାଲି ପଡିଛି । ତେଣୁ ସେ ଆବଶ୍ୟକୀୟ ସାମଗ୍ରୀର ଆମଦାନୀ କରିପାରୁନି । ଏହାର ଫଳସୂରୁପ ଦେଶରେ ଦରଦାମ୍ ଆକାଶ ଛୁଇଁଛି । ଚାଉଳ କେଜି ୫୦୦ ଟଙ୍କାରେ ପହଞ୍ଚି ଥିବାବେଳେ ରନ୍ଧନ ଗ୍ୟାସ ବି ନାହିଁ । ଏହାମଧ୍ୟରେ ପୁଣି ଦିନକୁ ୧୦ ଘଣ୍ଟା ବିଜୁଳି କାଟ ହୋଇଛି । ଏଥିରେ ବ୍ୟତିବ୍ରସ୍ତ ହୋଇ ଲୋକେ ସରକାରଙ୍କ ବିରୁଦ୍ଧରେ ରାସ୍ତାକୁ ଓହ୍ଲାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.