ETV Bharat / international

ପାକିସ୍ତାନରେ ଆତଙ୍କବାଦୀଙ୍କ IED ବିସ୍ଫୋରଣ: 5 ଯବାନ ମୃତ

author img

By ETV Bharat Odisha Team

Published : Jan 14, 2024, 10:43 AM IST

Pakistan IED blast: ପାକିସ୍ତାନ ବେଲୁଚିସ୍ତାନରେ ଆତଙ୍କୀ ହାମଲା । ସୁରକ୍ଷାକର୍ମୀଙ୍କ ଗାଡିକୁ ଟାର୍ଗେଟ କରି ଆଇଇଡି ବିସ୍ଫୋରଣ କଲେ ଆତଙ୍କବାଦୀ । 5 ଯବାନ ମୃତ । ଅଧିକ ପଢନ୍ତୁ

ପାକିସ୍ତାନ ବେଲୁଚିସ୍ତାନରେ ଆତଙ୍କୀ ହାମଲା
ପାକିସ୍ତାନ ବେଲୁଚିସ୍ତାନରେ ଆତଙ୍କୀ ହାମଲା

ଇସଲାମାବାଦ: ପାକିସ୍ତାନରେ ସେନା ଗାଡିରେ ଉପରେ ଆତଙ୍କୀ ଆକ୍ରମଣ । ଏହି ଆକ୍ରମଣରେ ପାଖାପାଖି 5 ଜଣ ପାକିସ୍ତାନୀ ଯବାନ ପ୍ରାଣ ହରାଇଛନ୍ତି । ବାଲୁଚିସ୍ତାନ କେଚ୍ ଜିଲ୍ଲାର ବୁଲେଦା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କୁ ନେଇ ଏକ ଗାଡି ଯାଉଥିବା ବେଳେ ଭୟଙ୍କର ଆଇଇଡି ବିସ୍ଫୋରଣ ହୋଇଥିଲା । ଏହି ଆକ୍ରମଣ ପାକିସ୍ତାନ ଦ୍ୱାରା ଆତଙ୍କବାଦୀ ଘୋଷିତ ବାଲୁଚି ଆତଙ୍କୀ ସଂଗଠନ ଦ୍ୱାରା କରାଯାଇଥିବା ସୂଚନା ରହିଛି । ଅନ୍ୟପଟେ ଏହି ହାମଲା ପରେ ପାକିସ୍ତାନ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି । ତେବେ ସେନା ପକ୍ଷରୁ ପାଲଟା ଆକ୍ରମଣରେ 3 ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

ପାକିସ୍ତାନ ଇଣ୍ଟର ସର୍ଭିସେସ ପବ୍ଲିକ ରିଲେସନ( ISPR)ର ସୂଚନା ଅନୁୟାୟୀ, ଶନିବାର ବିଳମ୍ୱିତ ରାତିରେ କେଚ୍ ଜିଲ୍ଲାର ବୁଲେଦା ଅଞ୍ଚଳରେ ବାଲୁଚି ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଗାଡିକୁ ଟାର୍ଗେଟ କରି ଆଇଇଡି ବିସ୍ଫୋରଣ କରିଥିଲେ । ଯେଉଁଥିରେ 5 ଜଣ ପାକ୍ ସୈନିକଙ୍କ ମୃତ୍ୟୁ ହୋଇଛି । ଏହାପରେ ସୁରକ୍ଷକର୍ମୀମାନେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜୋରଦାର କରିଥିଲେ । ସେହି ସମୟରେ ଆତଙ୍କବାଦୀଙ୍କ ଦ୍ବାରା ସୁରକ୍ଷାକର୍ମୀଙ୍କ ଉପରକୁ ଆଖିବୁଜା ଗୁଳିମାଡ କରାଯାଇଥିଲା । ଏହାର ଜବାବରେ ସେନା ପକ୍ଷରୁ ମଧ୍ୟ ଗୁଳିମାଡ କରାଯାଇଥିଲା । ଯେଉଁଥିରେ 3 ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।

ଏହାମଧ୍ୟ ପଢନ୍ତୁ...ପାକିସ୍ତାନ ସେନା କ୍ୟାମ୍ପରେ ଆତ୍ମଘାତୀ ଆକ୍ରମଣ: 20 ରୁ ଅଧିକ ଯବାନ ମୃତ

ସ୍ଥାନୀୟ ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଆକ୍ରମଣରେ ପ୍ରାଣ ହରାଇଥିବା ପାକିସ୍ତାନୀ ଯବାନମାନେ ହେଲେ 23 ବର୍ଷୀୟ ସିପାହୀ ଟିପୁ ରଜ୍ଜାକ, 24 ବର୍ଷୀୟ ସିପାହୀ ସନୀ ସୌକତ୍, 23 ବର୍ଷୀୟ ସିପାହୀ ଶଫି ଉଲ୍ଲାହ, 25 ବର୍ଷୀୟ ସିପାହୀ ମହମ୍ମଦ ତାରିକ ଖାନ ଓ ନାୟକ ତାରିକ ଅଲ୍ଲୀ । ତେବେ 2ଟି ସ୍ଥାନରେ ସେନା ଓ ଆତଙ୍କୀ ସଂଗଠନ ମୁହାଁମୁହିଁ ହୋଇଥିବା ନେଇ ସୂଚନା ରହିଛି । ଏଥିରେ 3 ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି ।

ସେଣ୍ଟର ଫର୍ ରିସର୍ଚ୍ଚ ଆଣ୍ଡ୍ ସିକ୍ୟୁରିଟି ଷ୍ଟଡିଜ୍ ଦ୍ବାରା ଜାରି ଏକ ରିପୋର୍ଟ ମୁତାବକ ପାକିସ୍ତାନରେ 2023ରେ 789 ଆତଙ୍କୀ ଆକ୍ରମଣ ଓ ଆତଙ୍କବାଦ ବିରୋଧୀ ଅଭିଯାନ ହୋଇଥିବା ବେଳେ ଏଥିରେ 1524 ଜଣଙ୍କ ମୃତ୍ୟୁ ହୋଇଛି । 1463 ଜଣ ଆହତ ହୋଇଛନ୍ତି । ତେବେ ନଭେମ୍ବର 2022ରେ ତେହେରିକ-ଇ-ତାଲିବାନ ସଂଗଠନ ପକ୍ଷରୁ ପାକିସ୍ତାନ ସରକାରଙ୍କ ସହ ଅସ୍ତ୍ରବିରତି ଉଲ୍ଲଂଘନ ପରେ ପାକିସ୍ତାନର ବାଲୁଚିସ୍ତାନ ଓ ଏହା ଆଖପାଖ ଅଞ୍ଚଳରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ଏହାର ମୁକାବିଲା ପାଇଁ ସେନା ପକ୍ଷରୁ ଅପରେସନ ବି ଜୋରଦାର ରହିଛି ।

ଏହି ଆକ୍ରମଣର ଗୋଟିଏ ଦିନ ପୂର୍ବରୁ ପାକିସ୍ତାନର ଉତ୍ତର ଓ୍ବଜିରିସ୍ତାନରେ ଅପରେସନ ବେଳେ 2 ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଥିବା ନେଇ ଆଇଏସପିଆର ପକ୍ଷରୁ ସୂଚନା ଜାରି କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.