ETV Bharat / international

ଆମେରିକାରେ ଗର୍ଜିଲା ବନ୍ଧୁକ, ଗୁଳିମାଡରେ 4 ମୃତ

ଆମେରିକାର ଓହିଓ ସହରରେ ଗୁଳିମାଡ । ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

author img

By

Published : Aug 7, 2022, 12:46 PM IST

ଆମେରିକାରେ ପୁଣି ଗୁଳିକାଣ୍ଡ: ୪ ମୃତ
ଆମେରିକାରେ ପୁଣି ଗୁଳିକାଣ୍ଡ: ୪ ମୃତ

ୱାଶିଂଟନ: ଆମେରିକାରେ ପୁଣି ଫୁଟିଲା ଗୁଳି(US Shooting ) । ଗତ ଶୁକ୍ରବାର ଦିନ ଆମେରିକା ଓହିଓ(Ohio) ସହର ଅନ୍ତର୍ଗତ ବଟଲର ଟାଉନସିପ୍‌ର ବିଭିନ୍ନ ସ୍ଥାନରେ ଗୁଳିମାଡ ହୋଇଛି । ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଏହି ଗୁଳିକାଣ୍ଡ ଭିଆଇଥିବା ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ଏବେ ସର୍ଚ୍ଚ ଅପରେସନ ଚଳାଇଛି । ଆନ୍ତର୍ଜାତିକ ମିଡିଆ ରିପୋର୍ଟରୁ ଏ ସମ୍ପର୍କରେ ସୂଚନା ମିଳିଛି ।

  • The #FBI and Butler Twp Police are searching for Stephen Marlow, a person of interest in multiple shootings today. He was last seen in a white 2007 Ford Edge with Ohio license plate JES 9806. Call 937-233-2080, 1-800-Call-FBI or https://t.co/ny1CUQYPpk with info. pic.twitter.com/8DsWFyD3QK

    — FBI Cincinnati (@FBICincinnati) August 6, 2022 " class="align-text-top noRightClick twitterSection" data=" ">

ଡେଟନ(Dayton) ଉତ୍ତରରେ ଥିବା ଛୋଟ ସହର ଓହିଓରେ ଏହି ଗୁଳିକାଣ୍ଡ ଘଟିଛି । ଏହାପଛରେ ଷ୍ଟିଫେନ ମାର୍ଲୋ(Stephen Marlow) ନାମକ ବ୍ୟକ୍ତି ଥିବା ବଟଲଟ ଟାଉନସିପ ପୋଲିସ ମୁଖ୍ୟ ଜନ ପୋର୍ଟର ଗଣାମଧ୍ୟମକୁ କହିଛନ୍ତି । ତେବେ ଆକ୍ରମଣକାରୀ ମାର୍ଲୋ ଏବେ ଓହିଓ ଛାଡି ଫେରାର ହୋଇଯାଇଛି । ଲେକ୍ସିଂଟନ, କେଣ୍ଟକି, ଇଣ୍ଡିଆନାପଲିସ ଓ ଚିକାଗୋ ମଧ୍ୟରୁ କୌଣସି ସହରରେ ସେ ଆତ୍ମଗୋପନ କରିଥାଇପାରେ ବୋଲି ଫେଡେରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗସନ(FBI) ସନ୍ଦେହ କରୁଛି ।

ତେଣୁ ମାର୍ଲୋ ସମ୍ପର୍କରେ ଖବର ମିଳିଲେ ଜଣାଇବାକୁ FBI ଅଭିଯୁକ୍ତର ଶାରିରୀକ ଗଠନ ସମ୍ପର୍କରେ ସୂଚନା ଦେଇଛି । FBI ଟ୍ବିଟ୍ କରିଛି, ୩୯ ବର୍ଷୀୟ ଷ୍ଟିଫେନ ମାର୍ଲୋଙ୍କ ଉଚ୍ଚତା ୫ ଫୁଟ ୧୧ ଇଞ୍ଚ ଏବଂ ଓଜନ ୧୬୦ ପାଉଣ୍ଡ । ତାଙ୍କର କେଶ ବାଦାମୀ ରଙ୍ଗର ହୋଇଥିବା ବେଳେ ସେ ହଳଦିଆ ରଙ୍ଗର ଟି-ସାର୍ଟ ପିନ୍ଧିଥିଲେ । ଧଳା ରଙ୍ଗର ୨୦୦୭ ଫୋର୍ଡ ଏଡଜେ କାରରେ ଯାଉଥିବାର ତାଙ୍କୁ ଶେଷ ଥର ପାଇଁ ଦେଖାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.