ETV Bharat / international

ଭାରସାମ୍ୟ ହରାଇ କେନାଲକୁ ଖସିପଡିଲା ବସ୍, ୨୨ ମୃତ

ଇଜିପ୍ଟରେ ଭାରସାମ୍ୟ ହରାଇ କେନାଲକୁ ଖସିପଡିଲା ମିନିବସ । ଦୁର୍ଘଟଣାରେ ୨୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ଭାରସାମ୍ୟ ହରାଇ କେନାଲକୁ ଖସିପଡିଲା ବସ୍
ଭାରସାମ୍ୟ ହରାଇ କେନାଲକୁ ଖସିପଡିଲା ବସ୍
author img

By

Published : Nov 13, 2022, 7:18 AM IST

କାଇରୋ: ଇଜିପ୍ଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ କେନାଲକୁ ଖସିପଡିଲା ମିନିବସ(Minibus Fell into an Irrigation Canal)। ଦୁର୍ଘଟଣାରେ ୨୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ, ୭ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ରହିଛି । ଆହତମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନାଅନୁସାରେ, ବସଟି ଯାଉଥିବା ସମୟରେ ଭାରସାମ୍ୟ ହରାଇ ଜଳସେଚନ ପ୍ରକଳ୍ପ ପାଇଁ ହୋଇଥିବା କେନାଲ ଭିତରକୁ ଖସିପଡିଥିଲା । ଫଳରେ ଦୁଃଖଦ ଭାବେ ୨୨ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ଇଜିପ୍ଟ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, "ବସ୍‌ଟି ଭୁଲ ଦିଗରେ ଆସୁଥିବା ଯୋଗୁଁ ଏଭଳି ଦୁର୍ଘଟଣା ହୋଇଛି । ଭାରସାମ୍ୟ ହରାଇ ଆଗା ସହରରେ ଥିବା ତଫିକି କେନାଲକୁ ଖସିପଡିଥିଲା । ଖବରପାଇବା ମାତ୍ରେ ଦୁର୍ଘଟଣାସ୍ଥଳକୁ ୧୮ଟି ଆମ୍ବୁଲାନ୍ସ ପଠାଯାଇଥିଲା । ସମସ୍ତ ଆହତମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।"

ଏହା ମଧ୍ୟ ପଢନ୍ତୁ: Padmapur Battle: ବିଜେପି କଂଗ୍ରେସ ଯୋଦ୍ଧା ତେୟାର, ବିଜେଡି କହିଲା ମୁଖ୍ୟମନ୍ତ୍ରୀ ନେବେ ନିଷ୍ପତି

ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଉକ୍ତ ମିନିବସରେ ୪୬ଜଣ ଯାତ୍ରୀ ରହିଥିଲେ । ଦୁର୍ଘଟଣାର ଖବରପାଇ ପୋଲିସ ଘଟଣାସ୍ଥଳର ପହଞ୍ଚିଥିଲା । ମୃତଦେହକୁ ପାଣି ଭିତରୁ ବାହାର କରିବା ପାଇଁ ସ୍ଥାନୀୟଲୋକେ ପୋଲିସକୁ ସାହାଯ୍ୟ କରିଥିଲେ । ତେବେ ବସରେ ଥିବା ୪୬ଜଣ ଯାତ୍ରୀଙ୍କ ମଧ୍ୟରୁ ଅଧିକାଂଶ ଛାତ୍ର ଥିବା ନେଇ ସୂଚନା । ଗୁରୁତରଙ୍କ ମଧ୍ୟରେ ୬ଜଣ ମହିଳା ଏବଂ ୩ଜଣ ଶିଶୁ ରହିଥିବା ନେଇ ସୂଚନା ରହିଛି ।

ଦୁର୍ଘଟଣାପରେ ଇଜିପ୍ଟର ଏକତା ମନ୍ତ୍ରାଳୟ ପକ୍ଷରୁ ସହାୟତା ରାଶି ଘୋଷଣା କରାଯାଇଛି । ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପରିବାରଙ୍କୁ ୧ଲକ୍ଷ ପାଉଣ୍ଡ ଏବଂ ଗୁରୁତରମାନଙ୍କୁ ୨୫ହଜାର ପାଉଣ୍ଡ ଏବଂ ଆହକମାନଙ୍କୁ ୫ହଜାର ପାଉଣ୍ଡ ସହାୟତା ରାଶି ଘୋଷଣା କରାଯାଇଛି । ଆହତ ଏବଂ ମୃତକଙ୍କ ପରିବାରକୁ ସ୍ଥାନୀୟ ସରକାରଙ୍କ Takaful w karama ଯୋଜନାରେ ସାମିଲ କରାଯାଇ ଆର୍ଥିର ସହାୟତା ଏବଂ ଚାକିରି ଦିଆଯିବ ।

ସୂଚନା ଅନୁସାରେ, ଇଜିପ୍ଟରେ ସଡକ ଦୁର୍ଘଟଣା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ପ୍ରତ୍ୟେକ ବର୍ଷ ୧ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେଉଛି । ଇଜିପ୍ଟରେ ପ୍ରାୟ ୧୦୩ ମିଲିୟନରୁ ଅଧିକ ଲୋକ ବସବାସ କରୁଥିବା ସୂଚନା ରହିଛି । ଗତ ସପ୍ତାହରେ ଏଐକ ମିନିବସ ଦୁର୍ଘଟଣାଗସ୍ତ ହୋଇ ୧୦ଜଣଙ୍କ ମୃତ୍ୟୁ ହୋଇଥିଲା । ଗୋଟିଏ ପରିବାର ସହ ୩ଭଉଣୀଙ୍କ ମୃତ୍ୟୁ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.