ETV Bharat / international

Tornado in Mississippi: ଝଡ ତୋଫାନରେ ଛାରଖାର ମିସିସିପି, ଗଲାଣି ୨୩ ଜୀବନ

ଆମେରିକାରେ ବିପର୍ଯ୍ୟୟ ଆଣିଲା ଘୂର୍ଣ୍ଣିଝଡ । ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ଘୂର୍ଣ୍ଣିଝଡରେ ୨୩ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

author img

By

Published : Mar 26, 2023, 8:03 AM IST

Tornado in Mississippi
Tornado in Mississippi

ଓ୍ବାଶିଂଟନ: ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ । ଆମେରିକାର ମିସିସିପିରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଘୂର୍ଣ୍ଣିଝଡ ହୋଇଥିଲା । ଫଳରେ ଛାରଖାର ହୋଇଯାଇଛି ମିସିସିପି । ପ୍ରାୟ ୧୦୦ ମାଇଲ ପର୍ଯ୍ୟନ୍ତ ଏହାର ପ୍ରଭାବ ପଡିଛି । ଏଥିରେ ବର୍ତ୍ତମାନ ସୁଦ୍ଧା ୨୩ଜଣ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା ମିଳିଛି । ତେବେ ଘର ତଳେ ଅନେକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଥିବା ବେଳେ ପରବର୍ତ୍ତୀ ସମୟରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇପାରେ । ଇତିମଧ୍ୟରେ ୪ଜଣ ନିଖୋଜ ରହିଥିବା ନେଇ ମଧ୍ୟ ସୂଚନା ମିଳିଛି ।

ତେବେ ମିସିସିପି ଭୂକମ୍ପରେ ସାର୍କି ଓ ହମ୍ପ୍ରି ଏବଂ ରୋଲିଂ ଫର୍କ ସହର ଅଧିକ ପ୍ରଭାବିତ ହୋଇଛି । ସେହି ସ୍ଥାନରେ ଅନେକ ଘର ଭାଙ୍ଗିଯାଇଥିବା ଦୃଶ୍ୟ ସାମ୍ନାକୁ ଆସୁଛି । ଘୂର୍ଣ୍ଣିଝଡ ପରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ବଡ ବଡ କୁଆପଥର ପଡିଥିବା ମଧ୍ୟ ଜଣାପଡିଛି । ଉଦ୍ଧାରକାରୀ ଟିମ ଏବଂ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ନେଇ ସ୍ଥାନୀୟ ମେୟର ସୂଚନା ଦେଇଛନ୍ତି । ଏହି ଭୟଙ୍କର ଘୂର୍ଣ୍ଣିଝଡ ଯୋଗୁଁ ବିଦ୍ୟୁତ ସେବା ବ୍ୟାହତ ହୋଇଛି । ଅନେକ ଲୋକ ଅନ୍ଧକାରରେ ରହିଛନ୍ତି । ଝଡର ବେଗ ଏତେ ମାତ୍ରାରେ ରହିଥିଲା ଯେ, ଘରର ଭଗ୍ନାଂଶ ୩୦ ହଜାର ଫୁଟ ଉଚ୍ଚକୁ ଉଡିଯାଇଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ।

ଏନେଇ ମିସିସିପିର ଗଭର୍ଣ୍ଣର ଟାଟା ରିଭ୍ସ କହିଛନ୍ତି, "ଶୁକ୍ରବାର ଦିନ ଘୂର୍ଣ୍ଣିବାତ୍ୟା ଫଳରେ ୨୩ଜଣଙ୍କ ମୃତ୍ୟୁ ହୋଇଛି । ଅନେକ କୋଠା ତଳେ ଚାପି ହୋଇ ରହିଥାଇପାରନ୍ତି ବୋଲି ଅନୁମାନ କରୁଛୁ । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଶୀଘ୍ର ଉଦ୍ଧାର କରାଯିବ ।"

ସେ ଅନ୍ୟ ଏକ ଟ୍ବିଟରେ କହିଛନ୍ତି, "ଏମଏସ ଡେଲ୍ଟାରେ ଅନେକ ଲୋକଙ୍କୁ ଆପଣଙ୍କ ପ୍ରାର୍ଥନା ଏବଂ ଭଗବାନଙ୍କ ସୁରକ୍ଷାର ଆବଶ୍ୟକତା ରହିଛି । ଅଧିକ ପ୍ରଭାବିତ ଲୋକଙ୍କ ପାଇଁ ଆମେ ଆମ୍ବୁଲାନ୍ସ ବ୍ୟବସ୍ଥା ଯୋଗାଇବା ସହ ଚିକିତ୍ସା ମଧ୍ୟ ଯୋଗାଇ ଦେଇଛୁ । ପାଣିପାଗ ରିପୋର୍ଟ ଦେଖି ଘରେ ସତର୍କ ରୁହନ୍ତୁ ।"

ଏହାରି ମଧ୍ୟରେ ମିସିସିପିର ଜରୁରିକାଳୀନ ସଂସ୍ଥା ପକ୍ଷରୁ ଟ୍ବିଟ କରି କୁହାଯାଇଛି, " ଶୁକ୍ରବାର ହୋଇଥିବା ଘୂର୍ଣ୍ଣିଝଡରେ ୨୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ଜଣ ଆହତ ହୋଇଥିବା ନେଇ ଆମ ପାଖରେ ସୂଚନା ରହିଛି । ୪ଜଣ ନିଖୋଜ ମଧ୍ୟ ରହିଛନ୍ତି । ସର୍ଚ୍ଚ ଅପରେସନ ଜାରି ରହିଛି । ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଏକାଧିକ ଦଳ ଅଛନ୍ତି । ଏନେଇ ଅଧିକ ସୂଚନା ପାଇବା ମାତ୍ରେ ଆପଣଙ୍କୁ ଯୋଗାଇ ଦିଆଯିବ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.