ETV Bharat / international

ଆମେରିକାରେ ପୁଣି ଗୁଳିକାଣ୍ଡ, 4 ମୃତ 2 ଆହତ

author img

By

Published : Jul 18, 2022, 8:34 AM IST

ଆମେରିକାରେ ପୁଣି ଫୁଟିଲା ଗୁଳି । ଦୁର୍ବୃତ୍ତଙ୍କ ଗୁଳିମାଡରେ 4 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 2 ଜଣ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

ଆମେରିକାରେ ପୁଣି ଗୁଳିକାଣ୍ଡ
ଆମେରିକାରେ ପୁଣି ଗୁଳିକାଣ୍ଡ

ୱାଶିଂଟନ: ଆମେରିକାରେ ପୁଣି ଫୁଟିଲା ଗୁଳି । ଦୁର୍ବୃତ୍ତଙ୍କ ଗୁଳିମାଡରେ 4 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 2 ଜଣ ଆହତ ହୋଇଛନ୍ତି । ଇଣ୍ଡିଆନା ସିଟିର ଏକ ମଲ ଭିତରେ ଆତତାୟୀ ଗୁଳିମାଡ କରିଛନ୍ତି । 4 ମୃତକଙ୍କ ମଧ୍ୟରେ ଜଣେ ଗୁଳି ଚଳାଇଥିବା ବ୍ୟକ୍ତି ରହିଥିବା ଜଣାପଡିଛି ।

ବନ୍ଧୁକ ଚଳାଇଥିବା ଦୁର୍ବୃତ୍ତକୁ ଜଣେ ସାଧାରଣ ନାଗରିକ ଅଟକାଇବାରୁ ଗୁଳି ଚାଳନା ବନ୍ଦ ହୋଇଥିଲା । ଗ୍ରୀନଉଡ ମେୟର କହିଛନ୍ତି ଗ୍ରୀନଉଡ ପାର୍କ ମଲରେ ସଂନ୍ଧ୍ୟାରେ ଗୁଳିମାଡ ହୋଇଛି । ଗ୍ରୀନଉଡ ପୋଲିସ ସ୍ଥିତି ସମ୍ଭାଳିଛି । କମାଣ୍ଡୋ ପୋଷ୍ଟଙ୍କ ସହ ଯୋଗାଯୋଗ ହୋଇଛି । ଆଉ କିଛି ଅସୁବିଧା ନାହିଁ । ଏହି ଅଞ୍ଚଳରୁ ଦୂରରେ ରହିବାକୁ ସ୍ଥାନୀୟ ଲୋକଙ୍କୁ ଅନୁରୋଧ କରିଛନ୍ତି ଗ୍ରୀନଉଡ ମେୟର ।

ପୂର୍ବରୁ ଜୁଲାଇ 4ରେ ଆମେରିକାର ଚିକାଗୋ ସ୍ଥିତ ହାଇଲ୍ୟାଣ୍ଡ ପାର୍କରେ ସ୍ବାଧୀନତା ଦିବସ ପରେଡ ଆରମ୍ଭର ମାତ୍ର 10 ମିନିଟ ପରେ ଗୁଳିମାଡ ହୋଇଥିଲା । ସେଠାରେ ଉପସ୍ଥିତ ଲୋକଙ୍କ ମଧ୍ୟରେ 5 ଜଣଙ୍କ ମୃତ୍ୟୁ ହେବା ସହ 16 ଜଣ ଆହତ ହୋଇଥିବା ଆମେରିକା ମିଡିଆରେ ରିପୋର୍ଟ ପ୍ରକାଶ ପାଇଥିଲା । ଏହାର ଠିକ ପରଦିନ ଚିକାଗୋରେ ଆଉ ଏକ ଗୁଳିମାଡ ହୋଇଥିଲା । ଆଉ ଜଣଙ୍କର ମୃତ୍ୟୁ ହୋଇଥିଲା । ମଇ 30ରେ ହୋଇଥିବା ଏକ ଗୁଳିମାଡରେ 2ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 20 ଜଣ ଆହତ ହୋଇଥିଲେ । ଚଳିତ ବର୍ଷ ଆମେରିକାରେ ପାଖାପାଖି 5ରୁ ଅଧିକ ଥର ଗୁଳିକାଣ୍ଡ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.