ETV Bharat / international

Congo Genocide: କଙ୍ଗୋରେ ପୁଣି ନରସଂହାର, ୨୨ଜଣଙ୍କୁ ନିର୍ମମ ହତ୍ୟା କଲେ ଚରମପନ୍ଥୀ - ହତ୍ୟା କଲେ ଚରମପନ୍ଥୀ

କଙ୍ଗୋରେ ନରସଂହାର । ଚରମପନ୍ଥୀମାନେ ୨୨ଜଣଙ୍କୁ ନିର୍ମମ ହତ୍ୟା କରିଛନ୍ତି । ତେବେ ଗତ ଦୁଇଦିନ ପୂର୍ବରୁ ୧୯ଜଣଙ୍କୁ ହତ୍ୟା କରିଥିଲେ । ଅଧିକ ପଢନ୍ତୁ

Congo Genocide
Congo Genocide
author img

By

Published : Mar 20, 2023, 9:39 AM IST

କିନସାସା: କଙ୍ଗୋରେ ପୁଣି ନରସଂହାର । କଙ୍ଗୋର ପୂର୍ବ ଇଟୁରି ଏବଂ ଉତ୍ତର କିଭୁ ଅଞ୍ଚଳରେ ୨୨ଜଣଙ୍କୁ ନିର୍ମ ହତ୍ୟା କରିଲେ ଚରମପନ୍ଥୀ । କଙ୍ଗୋ ଭଳି ଲୋକତାନ୍ତ୍ରିକ ରାଜ୍ୟରୁ ଆଜି ଏଭଳି ଖବର ସାମ୍ନାକୁ ଆସିଛି । ସ୍ଥାନୀୟ ଗଣମାଧ୍ୟମ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

  • Suspected militants killed at least 22 people in a string of attacks across Democratic Republic of Congo's eastern Ituri and North Kivu provinces, Reuters reported citing officials and activists

    — ANI (@ANI) March 19, 2023 " class="align-text-top noRightClick twitterSection" data=" ">

ଇଟୁରୀର କେତେକ ଗ୍ରାମରେ ୧୨ଜଣଙ୍କ ମୃତ୍ୟୁ: ଦେଶରେ ସେନା ତଥା ଜାତିସଂଘର ଶାନ୍ତି ରକ୍ଷାକାରୀଙ୍କ ହସ୍ତକ୍ଷେପ ସତ୍ତ୍ବେ ବିଗତ କିଛି ବର୍ଷ ଧରି କଙ୍ଗୋରେ ହିସାଂ ଜାରି ରହିଛି । ଚରମପନ୍ଥୀଙ୍କ ଦଙ୍ଗା ମାମଲା ପ୍ରଥମ ଘଟଣା ନୁହେଁ । ଏହାପୂର୍ବରୁ ଶନିବାର ଦିନ ଇଟୁରୀର କେତେକ ଗ୍ରାମରେ ୧୨ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାକୁ ନେଇ ସ୍ଥାନୀୟ ଅଧିକାରୀ ତଥା ରାଜନେତାମାନେ କୋଡେକୋ ଗ୍ରୁପକୁ ଦାୟୀ କରିଛନ୍ତି ।

୩ ଜଣଙ୍କୁ ଅପହରଣ କରାଯାଇଛି: ଲୁବେରା କ୍ଷେତ୍ରର ପ୍ରଶାସକ କର୍ଣ୍ଣଲ ଏଲେନ କିବେବାଙ୍କ କହିବା ଅନୁସାରେ, ଉତ୍ତରୀ କିବୁର ମାଉଣ୍ଟ କ୍ୟବିରିମୁର ନଗୁଲି ଗ୍ରାମରେ ୧୦ ଜଣଙ୍କୁ ହତ୍ୟା କରାଯାଇଥିବା ବେଳେ ୩ଜଣଙ୍କୁ ଅପହରଣ କରିଥିଲେ । ଏହି ଆକ୍ରମଣ ପାଇଁ ଏଡିଏଫକୁ(ଏଲିଏଡ୍ ଡେମୋକ୍ରାଟିକ୍ ଫୋର୍ସ) ଦାୟୀ କରାଯାଇଛି ।

କଙ୍ଗୋ ସରକାର ନେଇଥିଲେ ଏହି ପଦକ୍ଷେପ: ବ୍ୟାପକ ହିଂସାକୁ ରୋକିବା ପାଇଁ କଙ୍ଗୋ ସରକାର ଉତ୍ତରକିବୁ ଏବଂ ଇଟୁରୀରେ ଘେରାବନ୍ଧୀ ଘୋଷଣା କରିଥିଲେ । ଏହାପରେ ମଧ୍ୟ ହତ୍ୟା ଏବଂ ବିଦ୍ରୋହୀ କାର୍ଯ୍ୟକଳାପ ଥମିବାର ନାଁ ନେଉନାହିଁ ।

ଏହା ପୂର୍ବରୁ ୧୯ଜଣଙ୍କ ମୃତ୍ୟୁ ହୋଇଥିଲା: ଏହା ପୂର୍ବରୁ କଙ୍ଗୋରେ ୧୯ଜଣଙ୍କ ମୃତ୍ୟୁ ହୋଇଥିଲା । ଉତ୍ତର କିବୁର କରିନ୍ଦରା ଗ୍ରାମରେ ହୋଇଥିବା ଏହି ଆକ୍ରମଣରେ ୧୯ଜଣ ସାଧାରଣ ନାଗରିକ ପ୍ରାଣ ହରାଇଥିଲେ । ଏନେଇ ଏଡିଏଫ ବିଦ୍ରୋହୀଙ୍କୁ ଦାୟୀ କରିଥିଲେ ପୂର୍ବ ଗଭର୍ଣ୍ଣର ନଜାଞ୍ଜୁ କାସିବିତା ।

ଏହା ମଧ୍ୟ ପଢନ୍ତୁ: China-Taiwan conflict: ତାଇଓ୍ବାନକୁ ଚାରିପଟୁ ଘେରିଛି ଚୀନର 26 ଯୁଦ୍ଧ ବିମାନ ଓ 4 ନୌସେନା ଜାହାଜ

ଏହା ମଧ୍ୟ ପଢନ୍ତୁ: Toshakhana Case: ଆଜି କୋର୍ଟରେ ହାଜର ହେବେ ଇମ୍ରାନ ଖାନ, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ପିଟିଆଇ ନେତା

ପ୍ରକାଶଥାଉକି, ଗତବର୍ଷ ଫେବୃଆରୀ ମାସରେ ମଧ୍ୟ ଆଫ୍ରିକୀୟ ଦେଶ କଙ୍ଗୋର ପୂର୍ବାଞ୍ଚଳରେ ଏକ ବଡ ଧରଣର ଆତଙ୍କୀ ହାମଲା ହୋଇଥିଲା । ଏହି ଆକ୍ରମଣରେ ପ୍ରାୟ ୬୦ରୁ ଊର୍ଦ୍ଧ୍ବ ସ୍ଥାନୀୟ ବାସିନ୍ଦା ପ୍ରାଣ ହରାଇବା ସହ ଅନେକ ଆହତ ହୋଇଥିଲେ । ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋର ପୂର୍ବାଞ୍ଚଳ ଇଟୁରି ପ୍ରଦେଶରରେ ଥିବା ଏକ ବିସ୍ଥାପନ ଶିବିରରେ ଏହି ଆକ୍ରମଣ କରିଥିଲେ ମିଲିସିଆ ଗୋଷ୍ଠୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.