ETV Bharat / international

ଜାପାନରେ ଶକ୍ତିଶାଳୀ ଭୂକମ୍ପ, ମୃତ୍ୟୁ ସଂଖ୍ୟା 48କୁ ବୃଦ୍ଧି - ଜାପାନରେ ଭୂକମ୍ପ

Japan Earthquake: ଶକ୍ତିଶାଳୀ ଭୂକମ୍ପରେ ଥରିଲା ଜାପାନ । 48 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସୁନାମି ଆଲର୍ଟ ଜାରି । ଅଧିକ ପଢନ୍ତୁ

ଭୂକମ୍ପରେ ଥରିଲା ଜାପାନ
Japan earthquake
author img

By ETV Bharat Odisha Team

Published : Jan 2, 2024, 8:35 AM IST

Updated : Jan 2, 2024, 4:04 PM IST

ଟୋକିଓ: ଜାପାନରେ ଶକ୍ତିଶାଳୀ ଭୂକମ୍ପ ପରେ ବୃଦ୍ଧି ପାଉଛି ମୃତ୍ୟୁ ସଂଖ୍ୟା । ଭୂକମ୍ପରେ ମୃତ୍ୟୁସଂଖ୍ୟା 48 ଟପିଥିବା ବେଳେ, ବ୍ୟାପକ କ୍ଷୟକ୍ଷତି ଘଟିଛି । ଆଗକୁ ମଧ୍ୟ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ରହିଛି । ସୋମବାର ପୂର୍ବାହ୍ନରେ ନୋଟେ ଦ୍ୱୀପାଞ୍ଚଳର ଇସିକାଓ୍ବାରେ 7.6 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ଏହାର ଗଭୀରତା 10 କିଲୋମିଟର ରହିଛି । ଏନେଇ ଆମେରିକା ଭୂତତ୍ତ୍ବ ସର୍ବେକ୍ଷଣ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ସୋମବାର ଜାପାନରେ ସିରିଜ ଭୂକମ୍ପ ହୋଇଥିଲା । ଏହାପରେ ସୁନାମି ଆଲର୍ଟ ଜାରି କରାଯାଇଥିଲେ ମଧ୍ୟ କ୍ଷୟକ୍ଷତି ଘଟିଛି । ଭୂକମ୍ପ ପରେ ବିଲ୍ଡିଂ ଭୁଶୁଡିବା ସହ, ଅଗ୍ନିକାଣ୍ଡ ଘଟିଥିଲା । ଜାପାନର ଉପକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଦେଶର କେନ୍ଦ୍ରୀୟ ସହର ୱାଜିମାଠାରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା ଏବଂ ଏହି ଅଗ୍ନିକାଣ୍ଡରେ 100ରୁ ଅଧିକ ଦୋକାନ ଓ ଘର ଜଳି ପୋ଼ଡି ପାଉଁଶ ହୋଇଯାଇଥିଲା । ତେବେ ଅଗ୍ନିକାଣ୍ଡରେ କେତେ ଜଣଙ୍କର ମୃତ୍ୟୁ ହୋଇଛି ଓ କେତେ ଆହତ ହୋଇଛନ୍ତି ସେନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଜାପାନ ପାଣିପାଗ ବିଭାଗ ରିପୋର୍ଟ କରିଛି ଯେ, ଗତକାଲି ସ୍ଥାନୀୟ ସମୟ ଅପରାହ୍ନ 4ଟା ପରେ ଇସିକାୱା ଉପକୂଳବର୍ତ୍ତୀ ଜାପାନ ସମୁଦ୍ରରେରେ 12ରୁ ଅଧିକ ଥର ଶକ୍ତିଶାଳୀ ଭୂକମ୍ପ ହୋଇଥିଲା । ଇସକାଓ୍ବା ପ୍ରିଫେକ୍ଟରର ଶିଖା ଆଣବିକ ବିଦ୍ୟୁତ୍ କେନ୍ଦ୍ରରେ ବିସ୍ଫୋରଣ ହୋଇଥିବା ଆଣବିକ ନିୟାମକ ପ୍ରାଧିକରଣ ତରଫରୁ ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ-ଜାପାନରେ ଶକ୍ତିଶାଳୀ ଭୂକମ୍ପ ଝଟକା, ତୀବ୍ରତା ୭.୪, ସୁନାମି ଆଲର୍ଟ

ଭୂକମ୍ପ ପରେ ଜାପାନାରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ସେହିପରି ମୋବାଇଲ ସେବା ଓ ବିଦ୍ୟୁତ ସେବା ମଧ୍ୟ ଠପ ହୋଇଯାଇଛି । ବୁଲେଟ ଟ୍ରେନ ସେବା ସ୍ଥଗିତ ରହିଛି । ଜାପାନ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ନିର୍ଦ୍ଦେଶନାମା ଜାରି କରାଯାଇ କୁହାଯାଇଛି ଯେ, ଜନସାଧାରଣଙ୍କୁ ସୁନାମି ଏବଂ ସ୍ଥାନାନ୍ତରଣ ସମ୍ପର୍କରେ ଅବଗତ କରାଇବାକୁ ଅଧିକାରୀମାନଙ୍କୁ କୁହାଯାଇଛି ଏବଂ କ୍ଷୟକ୍ଷତି ଆକଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଗତକାଲି ପୂର୍ବାହ୍ନରେ ଜାପାନରେ ପ୍ରଥମେ 7.6 ତୀବ୍ରତାର ଭୂକମ୍ପ ହୋଇଥିଲା । ଏହାପରେ ସୁନାମି ଆସିଥିଲା । 1.2 ମିଟର ଉଚ୍ଚର ଢେଉ ସ୍ଥଳ ଭାଗ ଆଡକୁ ମାଡି ଆସିଥିବା କୁହାଯାଇଥିଲା । ଉପକୂଳବର୍ତ୍ତୀ ଲୋକମାନଙ୍କୁ ସୁନାମି ପାଇଁ ସତର୍କ କରାଯିବା ସହ ଉଚ୍ଚସ୍ଥାନକୁ ଚାଲିଯିବାକୁ କୁହାଯାଇଛି । କେବଳ ଜାପାନରେ ସୁନାମି ଆଲର୍ଟ ନୁହଁ ବରଂ ଋଷିଆ ଓ ଉତ୍ତର କୋରିଆରେ ମଧ୍ୟ ସୁନାମି ପାଇଁ ଆଲର୍ଟ ଜାରି କରାଯାଇଛି । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଜାପାନକୁ ସହାୟତ ଯୋଗାଇବାକୁ ଏକ ବିବୃତ୍ତି ଜାରି କରି ସୂଚନା ଦେଇଛନ୍ତି ।

ଅନ୍ୟପଟେ ଭୂକମ୍ପ ପରେ ଜାପାନରେ ଥିବା ପ୍ରବାସୀ ଭାରତୀୟଙ୍କ ପାଇଁ ଜରୁରୀ ହେଲ୍ପଲାଇନ ଜାରି କରିଥିଲା ଟୋକିଓରେ ଅବସ୍ଥାପିତ ଭାରତୀୟ ଦୂତାବାସ । ଉପକୂଳ ତଥା ସମ୍ଭାବ୍ୟ ସୁନାମି ପ୍ରଭାବିତ ସ୍ଥାନରେ ଥିବା ପ୍ରବାସୀ ଭାରତୀୟମାନେ କୌଣସି ସହାୟତା ପାଇଁ ହେଲ୍ପଲାଇନ ନମ୍ବରରେ ନମ୍ବରରେ ଯୋଗାଯୋଗ କରିବା ପାଇଁ ଦୂତାବାସ କହିଥିଲା । ଇସିକାଓ୍ବା, ନିଗାଟା, ଟୋୟାମା ଅଞ୍ଚଳ ଗୁଡିକରେ ସୁନାମି ଆଲର୍ଟ ଜାରି କରାଯିବା ସହ ସତର୍କ ରହିବାକୁ ପରାମର୍ଶ ଦେଇଛି ଜାପାନ ପାଣିପାଗ ଏଜେନ୍ସି । ପାଖାପାଖି 5 ମିଟରର ସୁନାମି ଆସିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

Last Updated : Jan 2, 2024, 4:04 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.