ETV Bharat / international

ପାକିସ୍ତାନ ଓ ଆଫଗାନିସ୍ତାନରେ ଶକ୍ତିଶାଳୀ ଭୂମିକମ୍ପ: ୧୧ ମୃତ, ଶତାଧିକ ଆହତ

author img

By

Published : Mar 22, 2023, 8:49 AM IST

ପାକିସ୍ତାନ ଓ ଆଫଗାନିସ୍ତାନରେ ବଡ ଧରଣର ଭୂମିକମ୍ପ । ଦୁଇ ଦେଶରେ ଭୂମିକମ୍ପରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଶତାଧିକ ଆହତ । ଅଧିକ ପଢନ୍ତୁ

ପାକିସ୍ତାନ ଓ ଆଫଗାନିସ୍ତାନରେ ଶକ୍ତିଶାଳୀ ଭୂମିକମ୍ପ

ଇସଲାମବାଦ: ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ପାକିସ୍ତାନ । ମଙ୍ଗଳବାର ରାତିରେ ପଡୋଶୀ ପାକିସ୍ତାନ ଓ ଆଫଗାନିସ୍ତାନରେ ବଡ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୮ ରେକର୍ଡ କରାଯାଇଛି । ଭୂମିକମ୍ପରେ ଦୁଇ ଦେଶରେ ଏବେସୁଦ୍ଧା ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଥିବାବେଳେ ଏଥିରେ ୧୦୦ରୁ ଅଧିକ ଲୋକେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପାକିସ୍ତାନର ଜରୁରକାଳୀନ ସେବା ବିଭାଗର ମୁଖପାତ୍ର ବିଲାଲ ଫୈଜ ଏନେଇ ସୂଚନା ଦେଇଛନ୍ତି ।

ଏତେ ଜୋରରେ ଭୂମିକମ୍ପ ହୋଇଥିଲା ଯେ, ସବୁ ଘରଦ୍ବାର ଦୋହଲିବାକୁ ଲାଗିଥିଲା । ଲକ୍ଷ ଲକ୍ଷ ଲୋକେ ଭୟରେ ବାହାରକୁ ବାହାରି ଆସିଥିଲେ । ଅନେକ ବଡ ବଡ କୋଠା ନିମିଷକେ ଭୁଶୁଡି ପଡିଥିବାବେଳେ ଆଉ କିଛି ଫାଟି ଯାଇଛି । ଭୂମିକମ୍ପରେ ଉତ୍ତରପଶ୍ଚିମ ପାକିସ୍ତାନର ବିଭିନ୍ନ ଅଞ୍ଚଳରେ କୋଠା ଭୁଶୁଡିବା ଯୋଗୁଁ ୯ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ଡର୍ଜନରୁ ଅଧିକ ଆହତ ହୋଇଛନ୍ତି । ତେବେ ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନରେ ଥିଲା । ପାକିସ୍ତାନର ଲାହୋର, ଇସଲାମବାଦ, ପେଶାୱାର, କୋହତ ସମେତ ତାଜିକିସ୍ତାନରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହାଯୋଗୁଁ ବିଭିନ୍ନ ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ହୋଇଥିବାର ମଧ୍ୟ ରିପୋର୍ଟ ମିଳିଛି ।

ଉତ୍ତରପଶ୍ଚିମ ପାକିସ୍ତାନର ବିପର୍ଯ୍ୟୟ ପରିଚାଳନ କର୍ତ୍ତୃପକ୍ଷ ମୁଖପାତ୍ର ତୈମୁର ଖାନ କହିଛନ୍ତି, ଦୁର୍ଗମ ଅଞ୍ଚଳରେ ଅତିକମରେ ୧୯ଟି ମାଟିଘର ଭାଙ୍ଗି ଯାଇଛି । ବର୍ତ୍ତମାନ କ୍ଷୟକ୍ଷତିର ଆକଳନ ଜାରି ରହିଛି । ଇସଲାମବାଦ ସହରର ଅନେକ ଆପାର୍ଟମେଣ୍ଟରେ ଫାଟ ସୃଷ୍ଟି ହୋଇଥିବା ଦେଖାଯାଇଛି । ଭୂକମ୍ପ ସମୟରେ ଲୋକମାନେ ଭୟରେ ଘରୁ ବାହାରକୁ ପଳାଇ ଆସିଥିଲେ । ଲୋକେ ଏତେମାତ୍ରାରେ ଡରିଯାଇଥିଲେ ଯେ, ପବିତ୍ର କୋରାନ ପଢିବା ଆରମ୍ଭ କରିଥିଲେ ।

ଏହାମଧ୍ୟ ପଢନ୍ତୁ: Earthquake in North india: ଭୂକମ୍ପରେ ଥରିଲା ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତ, ଆଫଗାନିସ୍ତାନ କେନ୍ଦ୍ରସ୍ଥଳ

ଅନ୍ୟପଟେ ଆଫଗାନିସ୍ତାନ ଜନସ୍ବାସ୍ଥ୍ୟ ମନ୍ତ୍ରଣାଳୟର ମୁଖପାତ୍ର ଶରାଫତ ଜମାନ ଅମାର ସୂଚନା ଦେଇଛନ୍ତି, କାବୁଲ ଏବଂ ଆଖପାଖ ଅଞ୍ଚଳରେ ଶକ୍ତିଶାଳୀ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ଏଥିରେ ଏବେସୁଦ୍ଧା ୨ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୨୦ରୁ ଅଧିକ ଆହତ ହୋଇଛନ୍ତି । କ୍ଷୟକ୍ଷତିର ଆକଳନ ଚାଲିଛି । ବର୍ତ୍ତମାନ ସୁଦ୍ଧା ମୃତାହତଙ୍କ ସମ୍ପର୍କରେ ସଠିକ୍ ତଥ୍ୟ ମିଳିପାରି ନାହିଁ । ଲୋକଙ୍କୁ ରକ୍ଷା କରିବାକୁ ହସ୍ପିଟାଲ ଏବଂ ଅନ୍ୟାନ୍ୟ ସ୍ବାସ୍ଥ୍ୟସେବା ପ୍ରସ୍ତୁତ ରହିଛି ।

କାବୁଲ ନିବାସୀ ୪୫ ବର୍ଷୀୟ ଅଜିଜ ଅହମ୍ମଦ କହିଛନ୍ତି, ଜୀବନରେ ପ୍ରଥମ ଥର ମୁଁ ଏଭଳି ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ କଲି । ଭୂମିକମ୍ପ ସମୟରେ ସମସ୍ତ ଭୟ ଓ ଆତଙ୍କରେ ଚିତ୍କାର କରିବାକୁ ଲାଗିଥିଲେ । ତାଙ୍କର ପଡୋଶୀ ଘଣ୍ଟା ଘଣ୍ଟା କାଳ ଘର ବାହାରେ ବିତାଇଥିଲେ । କେହି ଘରକୁ ଯିବାକୁ ସାହସ କରିପାରିନଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.