ETV Bharat / international

US School Shooting: ସ୍କୁଲରେ ଆଖିବୁଜା ଗୁଳିମାଡ, ସୁଟର ସମେତ 7 ମୃତ

ନାଶଭିଲେର ଏକ ଘରୋଇ ଖ୍ରୀଷ୍ଟିଆନ ବିଦ୍ୟାଳୟରେ ଗୁଳିକାଣ୍ଡ ଘଟି 7 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

author img

By

Published : Mar 28, 2023, 7:16 AM IST

Updated : Mar 28, 2023, 8:35 AM IST

Nashville Christian School shooting
Nashville Christian School shooting

ୱାଶିଂଟନ: ଆମେରିକାର ଏକ ଖ୍ରୀଷ୍ଟିଆନ ସ୍କୁଲରେ ଆଖିବୁଜା ଗୁଳିମାଡ । ଏହି ଗୁଳିକାଣ୍ଡରେ ସୁଟରକୁ ସମେତ 7 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ସୋମବାର ସକାଳ ସମୟରେ ଟେନେସିର ନାଶଭିଲେର ଏକ ଘରୋଇ ଖ୍ରୀଷ୍ଟିଆନ ବିଦ୍ୟାଳୟରେ ଗୁଳିକାଣ୍ଡ ଘଟିଥିଲା । ମୃତକଙ୍କ ମଧ୍ୟରେ 3ଜଣ ନାବାଳକ ରହିଛନ୍ତି । ମୃତ ସୁଟର ଜଣଙ୍କ ଜଣେ ଯୁବତୀ ହୋଇଥିବା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଯୁବତୀ ଜଣଙ୍କ ହଠାତ ସ୍କୁଲ ମଧ୍ୟରେ ପ୍ରବେଶ କରି ଆଖିବୁଜା ଗୁଳିମାଡ କରିଥିଲେ । ଏହାପରେ ସେଠାରୁ ଖସିଆସିବା ପାଇଁ ଉଦ୍ୟମ କରୁଥିବା ବେଳେ ପୋଲିସ ସହ ମୁହାଁମୁହିଁ ହୋଇଥିଲା । ଫଳରେ ସୁଟର ଯୁବତୀଙ୍କ ଉପରକୁ ଗୁଳି ଚଳାଇଥିଲା ପୋଲିସ । ଘଟଣାସ୍ଥଳରେ ଯୁବତୀଙ୍କର ମୃତ୍ୟୁ ହୋଇଥିଲା । ତଦନ୍ତ ପରେ ଜଣାପଡିଛି ଯେ, ଏହି ଯୁବତୀ ଜଣଙ୍କ ଏକାଧିକ ସ୍ଥାନରେ ଆକ୍ରମଣ କରିବାର ଯୋଜନା କରିଥିଲା ।

ଶନିବାର କାର୍ଲିଫର୍ଣ୍ଣିଆର ସୈକ୍ରାମେଣ୍ଟୋ କାଉଁଣ୍ଟିର ଏକ ଗୁରୁଦ୍ବାରରେ ଗୁଳିମାଡ ହୋଇଥିଲା । ଏଥିରେ 2 ଜଣ ଆହତ ହୋଇଥିଲେ । କେଉଁ କାରଣରୁ ଗୁଳିମାଡ ହୋଇଥିଲା ତାର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ବେଳେ ଗୁଳିକାଣ୍ଡର ଘଟାଇ ଫେରାର ହୋଇଯାଇଥିଲା ଦୁର୍ବୃତ୍ତ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ ଜାରି ରଖିଛି । ଏହି ଘଟଣାରେ ଦୁଇ ଗୋଷ୍ଠୀ ମଧ୍ୟରେ ହିଁ ସଂଘର୍ଷ ହୋଇଛି । ଯେଉଁମାନେ କି ପରସ୍ପରକୁ ଜାଣିଥିଲେ । ପ୍ରଥମେ ୩ ଜଣଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଏହା ଉଗ୍ରରୂପ ଧାରଣା କରିଥିଲା । ଯାହାକି ଗୁଳିକାଣ୍ଡର ରୂପ ନେଇଥିଲା । ଏଥିରୁ ଏହା ସ୍ପଷ୍ଟ ହେଉଛି ଯେ ସେମାନେ ପରସ୍ପର ପରସ୍ପରକୁ ଜାଣିଛନ୍ତି । କୌଣସି ଏକ କଥାକୁ ନେଇ ଝଗଡା ହୋଇଥିବା ଅନୁମାନ କରାଯାଉଛି ।

ଗତ ମାର୍ଚ୍ଚ 10 ତାରିଖରେ ଜର୍ମାନୀରେ ଦୁର୍ବୃତ୍ତ ମାନେ ଅତର୍କିତ ଗୁଳିମାଡ କରିଥିଲେ । ଫଳରେ 6 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ । ଉତ୍ତର ଜର୍ମାନୀର ହାମବର୍ଗ ସହରରେ ଥିବା ଏକ ଚର୍ଚ୍ଚରେ ଏପରି ଗୁଳିକାଣ୍ଡ ଘଟିଥିବା ଜଣାପଡିଥିଲା । ସମସ୍ତ ଆହତକୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ନେଇ ଡିଡବ୍ଲୁ ନ୍ୟୁଜ ରିପୋର୍ଟ କରିଥିଲା । ଜାନୁଆରୀ 21 ତାରିଖରେ ଆମେରିକାର ଦୁଇଟି ସ୍ଥାନରେ ଆଖିବୁଜା ଗୁଳିମାଡ ହୋଇଥିଲା । କାଲିଫର୍ନିଆର ସାନ ଫ୍ରାନ୍ସିସ୍କୋର ଦକ୍ଷିଣରେ ଥିବା ଛତୁ ଫାର୍ମ ଏବଂ ଟ୍ରକ ଡିପୋରେ ଗୁଳିକାଣ୍ଡ ଘଟି ୭ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା ।

Last Updated : Mar 28, 2023, 8:35 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.